୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ମହମ୍ମଦ ଜୁବୈର

ନୂଆଦିଲ୍ଲୀ:  ଅଲଟ୍‌ ନ୍ୟୁଜର କୋ-ଫାଉଣ୍ଡର ମହମ୍ମଦ ଜୁବୈରଙ୍କ ଜାମିନ ଆବେଦନକୁ ଶନିବାର ଦିଲ୍ଲୀର ଏକ କୋର୍ଟ ଖାରଜ କାରିଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ୨୦୧୮ ମସିହାରେ ଏକ ବିବାଦୀୟ ଟ୍ୱିଟ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ୫ଦିନିଆ ପୁଲିସ ରିମାଣ୍ଡ ପରେ ପୁଲିସ  ଆଜି ଙ୍କୁ କୋର୍ଟରେ ହାଜର କରିଥିଲା। ଆଜି କୋର୍ଟରେ ଜୁବୈରଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପାଇଁ ପୁଲିସ ଆବେଦନ କରିଥିଳା । […]

jbb

Tapas Behera
  • Published: Saturday, 02 July 2022
  • , Updated: 02 July 2022, 07:51 PM IST

ନୂଆଦିଲ୍ଲୀ:  ଅଲଟ୍‌ ନ୍ୟୁଜର କୋ-ଫାଉଣ୍ଡର ମହମ୍ମଦ ଜୁବୈରଙ୍କ ଜାମିନ ଆବେଦନକୁ ଶନିବାର ଦିଲ୍ଲୀର ଏକ କୋର୍ଟ ଖାରଜ କାରିଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ୨୦୧୮ ମସିହାରେ ଏକ ବିବାଦୀୟ ଟ୍ୱିଟ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ୫ଦିନିଆ ପୁଲିସ ରିମାଣ୍ଡ ପରେ ପୁଲିସ  ଆଜି ଙ୍କୁ କୋର୍ଟରେ ହାଜର କରିଥିଲା। ଆଜି କୋର୍ଟରେ ଜୁବୈରଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପାଇଁ ପୁଲିସ ଆବେଦନ କରିଥିଳା । ତଦନ୍ତ ବେଳେ ପୁଲିସ ଜୁବୈରଙ୍କ ମୋବାଇଲ ଜବତ କରିବା ସହ ତାଙ୍କ ଠାରୁ ଏକ  ହାର୍ଡ଼ ଡିସ୍କ ଜବତ କରିଛି । ଆଜି ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟଙ୍କୁ କହିଥିଲେ ଯେ,  ଅଭିଯୁକ୍ତ ଜୁବୈରଙ୍କ ବିରୋଧରେ ପୁଲିସ ନୂଆ ଦଫା ରୁଜୁ କରିଛି।  ପୁଲିସ ତାଙ୍କ ବିରୋଧରେ ୧୫୩ ଏ( ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା) ଏବଂ ୨୦୧(ପ୍ରମାଣ ନଷ୍ଠ କରିବା) ଏବଂ  ୨୯୫ ଏ ( ଧାର୍ମିକ ଭାବନାକୁ ଆଘାତ ଦେବା ) ଦଫା ଲଗାଇଛି। ସୂଚନା ଅନୁଯାୟୀ,

ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସଂପର୍କରେ ସେ ପ୍ରଥମ ଟ୍ୱିଟ୍‌ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ତାହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା । ଏହି ଘଟଣାର କିଛି ଦିନ ପୂର୍ବରୁ ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ମଧ୍ୟ ସେ ଟ୍ୱିଟ୍‌ କରିଥିଲେ ।

ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବାଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣି ଥିବା ଟୁଇଟ କରିଥିଲେ । ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରଫେଟ ବୟାନ ବିବାଦ ଆରମ୍ଭ ହେବା ପରେ ସେ ନିଜର ବିବାଦୀୟ ପୁରୁଣୀ ଟୁଇଟଗୁଡ଼ିକୁ ଡିଲିଟ କରିଦେଇଥିଲେ । ଏହା ସତ୍ତ୍ବେ ତାଙ୍କ ବିରୋଧରେ କେତେକ ରାଜ୍ୟରେ ମାମଲା ରୁଜ୍ଜୁ କରାଯାଇଥିଲା ।

Related story