ରାଜଧାନୀରେ ସଂକ୍ରମଣ ସହ ଟିପିଆର ବି କମିଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ଏଥିସହ ଟେଷ୍ଟ ପଜିଟିଭିଟି ରେଟ୍‌(ଟିପିଆର) ମଧ୍ୟ କମୁଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୧୦,୭୫୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୧୨% କମ। ସେହିପରି ଟିପିଆର ୨୧%ରୁ ୧୮%କୁ ହ୍ରାସ ପାଇଛି। ନୂଆ ୧୦,୭୫୬ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୭୧,୦୨୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଥିବା ୬୧,୯୫୪ ଜଣ […]

TPR

Hemant Lenka
  • Published: Friday, 21 January 2022
  • , Updated: 21 January 2022, 08:44 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ଏଥିସହ ଟେଷ୍ଟ ପଜିଟିଭିଟି ରେଟ୍‌(ଟିପିଆର) ମଧ୍ୟ କମୁଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୧୦,୭୫୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୧୨% କମ। ସେହିପରି ଟିପିଆର ୨୧%ରୁ ୧୮%କୁ ହ୍ରାସ ପାଇଛି।

ନୂଆ ୧୦,୭୫୬ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୭୧,୦୨୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଥିବା ୬୧,୯୫୪ ଜଣ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୪୮,୩୫୬ ଜଣ ହୋମ ଆଇସୋଲେସନରେ ରହିଛନ୍ତି। ଦିନକରେ ୩୮ ଜଣ କରୋନା ରୋଗୀ ପ୍ରାଣ ହରାଇବାରୁ ରାଜଧାନୀରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୨୫,୪୫୧କୁ ବୃଦ୍ଧି ପାଇଛି। ଦିଲ୍ଲୀର ଆରୋଗ୍ୟ ହାର ୯୪.୦୫%। ୨୪ ଘଣ୍ଟାରେ ମୋଟ ୫୯,୬୨୯ ନମୁନା ପରୀକ୍ଷା କରାଯାଇଥିଲା।

ବୁଧବାରକୁ ଛାଡ଼ି ଦେଲେ ଦିଲ୍ଲୀରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ମଙ୍ଗଳବାର ୧୧,୬୮୪, ସୋମବାର ୧୨,୫୮୭, ରବିବାର ୧୮,୨୮୬, ଶନିବାର ୨୦,୭୧୮ ଓ ଶୁକ୍ରବାର ୨୪,୩୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସଂକ୍ରମଣ କମୁଥିବାରୁ ଦିଲ୍ଲୀ ସରକାର ୱିକେଣ୍ଡ କର୍ଫ୍ୟୁ ହଟାଇବାକୁ ଚାହୁଁଛନ୍ତି।

ହେଲେ ସରକାରଙ୍କ ଏହି ପ୍ରସ୍ତାବକୁ ଆଜି ଉପ ରାଜ୍ୟପାଳ ଅନୀଲ ବୈଜଲ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ଏଣିକି ରାଜଧାନୀରେ ଥିବା ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ।

Related story