ରାଜଧାନରେ ଲାଗୁ ହେବ ସପ୍ତାହନ୍ତ ଲକଡାଉନ!

ନୂଆଦିଲ୍ଲୀ: ପ୍ରଦୂଷଣ ଜନିତ ବିଷ ବଳୟରେ ଆଉଟପାଉଟ ହେଉଥିବା ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇପାରେ ସପ୍ତାହନ୍ତ ଲକଡାଉନ। ସେହିପରି ଗୋଟିଏ ସପ୍ତାହ ପାଇଁ ଘରେ ରହି କାମ କରିବାର ନିୟମ ମଧ୍ୟ ପ୍ରଣୟନ କରାଯିବ। ସପ୍ତାହନ୍ତ ଲକଡାଉନ ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ବୋଲି ଆଜି କହିଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ଓ ୪ ରାଜ୍ୟ ମଧ୍ୟରେ ବସିଥିବା ଜରୁରିକାଳୀନ ବୈଠକରେ ଦିଲ୍ଲୀ ସରକାର ଏପରି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ହିଁ […]

Delhi

Hemant Lenka
  • Published: Tuesday, 16 November 2021
  • , Updated: 16 November 2021, 01:43 PM IST

ନୂଆଦିଲ୍ଲୀ: ପ୍ରଦୂଷଣ ଜନିତ ବିଷ ବଳୟରେ ଆଉଟପାଉଟ ହେଉଥିବା ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇପାରେ ସପ୍ତାହନ୍ତ ଲକଡାଉନ। ସେହିପରି ଗୋଟିଏ ସପ୍ତାହ ପାଇଁ ଘରେ ରହି କାମ କରିବାର ନିୟମ ମଧ୍ୟ ପ୍ରଣୟନ କରାଯିବ। ସପ୍ତାହନ୍ତ ଲକଡାଉନ ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ବୋଲି ଆଜି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ଓ ୪ ରାଜ୍ୟ ମଧ୍ୟରେ ବସିଥିବା ଜରୁରିକାଳୀନ ବୈଠକରେ ଦିଲ୍ଲୀ ସରକାର ଏପରି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ହିଁ କାଲି ଠାରୁ ଦିଲ୍ଲୀ ସରକାର ଗୋଟିଏ ସପ୍ତାହ ପାଇଁ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି। ଏବେ ପ୍ରଦୂଷଣକୁ ଆହୁରି କମ କରିବାକୁ ଲକଡାଉନ ଭଳି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।

ଦିଲ୍ଲୀର ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି, ରାଜ୍ୟ ସରକାର ନିର୍ମାଣ ଓ ଶିଳ୍ପ କାମ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ୧୪ ତାରିଖରୁ ଦିଲ୍ଲୀରେ ବୁଧବାର ଯାଏ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ଉଭୟ ସରକାର ଓ ଘରୋଇ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ଘରେ ରହି କାମ କରିବାର ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆମେ ମଧ୍ୟ ସପ୍ତାହାନ୍ତ ଲକଡାଉନ ପାଇଁ ପ୍ରସ୍ତାବ ଦେଇଛୁ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛୁ। କିନ୍ତୁ ସବୁ କିଛି କୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟମାନଙ୍କ ସହ ଜରୁରୀ ବୈଠକ କରିବାକୁ କହିଥିଲେ। ଏହାପରେ ଆଜି ପଞ୍ଜାବ, ଉତ୍ତର ପ୍ରଦେଶ, ହରିଆଣା ଓ ଦିଲ୍ଲୀ ସରକାରଙ୍କ ସହ ବୈଠକ ହୋଇଛି। ଆସନ୍ତାକାଲି ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇବେ। ଏହାପରେ କୋର୍ଟ ପ୍ରଦୂଷଣ ରୋକିବାକୁ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ ଉପରେ ନିଷ୍ପତ୍ତି ନେବେ।

Related story