ପୁଣି ରାଜଧାନୀରେ କରୋନାର ନୂଆ ରେକର୍ଡ: ଦିନକରେ ୧୭ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଦୈନିକ ସଂକ୍ରମଣ ଆଜି ସର୍ବକାଳୀନ ରେକର୍ଡ କରିଛି। ଗୋଟିଏ ଦିନରେ ୧୭ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ଭାରତରେ ପ୍ରବେଶ କରିବା ଦିନ ଠାରୁ ଦିଲ୍ଲୀରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ […]

Delhi

Hemant Lenka
  • Published: Wednesday, 14 April 2021
  • , Updated: 14 April 2021, 09:40 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଦୈନିକ ସଂକ୍ରମଣ ଆଜି ସର୍ବକାଳୀନ ରେକର୍ଡ କରିଛି।

ଗୋଟିଏ ଦିନରେ ୧୭ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ଭାରତରେ ପ୍ରବେଶ କରିବା ଦିନ ଠାରୁ ଦିଲ୍ଲୀରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିର୍ପୋଟ ପଜିଟିଭ ଆସି ନଥିଲା। ମଙ୍ଗଳବାର ସର୍ବାଧିକ ୧୩,୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ହେଲେ ବୁଧବାର ଏହି ରେକର୍ଡ ମଧ୍ୟ ଭାଙ୍ଗି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରବିବାର ଠାରୁ ପ୍ରତିଦିନ ୧୦ ହଜାରରୁ ଅଧିକ ରହିବାରେ ଲାଗିଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୭,୨୮୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୪୩୮କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ଗତ ୨୪ ଘଣ୍ଟାରେ କରୋନା ଦିଲ୍ଲୀରେ ଆଉ ୧୦୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୫୪୦ ଛୁଇଁଛି। ୯୯୫୨ ଜଣ ଦିନକରେ ସୁସ୍ଥ ହେବାରୁ ରାଜଧାନୀରେ ଆକ୍ଟିଭ କେସ୍‌ ସଂଖ୍ୟା ୫୦,୭୩୬ ରହିଛି। ଏଯାଏ ଦିଲ୍ଲୀରେ ମୋଟ ୭,୦୫, ୧୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

Related story