ଦିଲ୍ଲୀରେ ତୁହାକୁ ତୁହା ବର୍ଷା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ତୁହାକୁ ତୁହା ବର୍ଷା।  ପ୍ରବଳ ଘଡ଼ଘଡ଼ି। ଅସ୍ତବ୍ୟସ୍ତ ରାଜଧାନୀ ଦିଲ୍ଲୀ। ଭୀଷଣ ବର୍ଷାରେ ଜଳବନ୍ଦୀ ଦିଲ୍ଲୀ ସହର।  ଜଳ ନିଷ୍କାସନ ହୋଇ ନପାରିବାରୁ ସହର ଭିତରେ ଲହଢ଼ି ଭାଙ୍ଗୁଛି ବର୍ଷା ଜଳ।  ଠପ୍‌ ହୋଇ ପଡ଼ିଛି ଜୀବନଯାତ୍ରା।  ମୁଖ୍ୟତଃ ଦିଲ୍ଲୀ-ଏନସିଆରରେ ପରିସ୍ଥିତି ସଂଗୀନ ହୋଇପଡ଼ିଛି। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ହୋଇଥିବାରୁ  ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ସ୍କୁଲ ବନ୍ଦ କରି ଦିଆଯାଇଛି। […]

rain

  • Published: Friday, 23 September 2022
  • , Updated: 23 September 2022, 11:30 AM IST

ନୂଆଦିଲ୍ଲୀ: ତୁହାକୁ ତୁହା ବର୍ଷା।  ପ୍ରବଳ ଘଡ଼ଘଡ଼ି। ଅସ୍ତବ୍ୟସ୍ତ ରାଜଧାନୀ ଦିଲ୍ଲୀ। ଭୀଷଣ ବର୍ଷାରେ ଜଳବନ୍ଦୀ ଦିଲ୍ଲୀ ସହର।  ଜଳ ନିଷ୍କାସନ ହୋଇ ନପାରିବାରୁ ସହର ଭିତରେ ଲହଢ଼ି ଭାଙ୍ଗୁଛି ବର୍ଷା ଜଳ।  ଠପ୍‌ ହୋଇ ପଡ଼ିଛି ଜୀବନଯାତ୍ରା।  ମୁଖ୍ୟତଃ ଦିଲ୍ଲୀ-ଏନସିଆରରେ ପରିସ୍ଥିତି ସଂଗୀନ ହୋଇପଡ଼ିଛି। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ହୋଇଥିବାରୁ  ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ସ୍କୁଲ ବନ୍ଦ କରି ଦିଆଯାଇଛି। ସେହିପରି କର୍ପୋରେଟ୍ ଓ ଘରୋଇ କାର୍ଯ୍ୟାଳୟ ଗୁଡ଼ିକୁ ଦିନକ ପାଇଁ ୱାର୍କଫ୍ରମ ହୋମ କରିବା ପାଇଁ କୁହାଯାଇଛି। ପ୍ରବଳ ଘଡ଼ଘଡ଼ି ଯୋଗୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।

୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁରୁବାର ଦିଲ୍ଲୀରେ ୪୦ ମିମି ବର୍ଷା ରେକର୍ଡ଼ କରାଯାଇଛି।  ଆଇଏମଡି ରିପୋର୍ଟ ଅନୁଯାୟୀ, ଆଗାମି ୨ ଦିନ ଦିଲ୍ଲୀ ଏବଂ ପୂର୍ବ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ହେତୁ ରାଜଧାନୀରେ ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ବର୍ଷା ପାଇଁ ନୋଏଡା ଏବଂ ଗ୍ରେଟର ନୋଏଡାର ପ୍ରଥମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି ।

ଜିଲ୍ଲା ବିଦ୍ୟାଳୟ ଇନ୍ସପେକ୍ଟର ଧରମବୀର ସିଂ କହିଛନ୍ତି ଯେ ପାଣିପାଗ ବିଭାଗ ଏହି ଅଞ୍ଚଳରେ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରିଛି ।ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ଶୁକ୍ରବାର ଛୁଟିଦିନ ଘୋଷଣା କରିବାକୁ କୁହାଯାଇଛି । ଗୁରୁଗ୍ରାମ ପ୍ରଶାସନ ସମସ୍ତ କାର୍ଯ୍ୟାଳୟକୁ ଶୁକ୍ରବାର ଦିନ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି ।

Related story