ପୁଣି ରାଜଧାନୀରେ ନଷ୍ଟ ମଣିଷ: ଯୁବତୀଙ୍କୁ ଗଣଦୁଷ୍କର୍ମ କରି ପ୍ରାଇଭେଟ ପାର୍ଟରେ ରଡ୍‌ ପୂରାଇଦେଲେ

ନୂଆଦିଲ୍ଲୀ: ପୁଣି ଏକ ଘଟଣାରେ ଯୌନ ରାକ୍ଷସଙ୍କ କୁତ୍ସିତ କାରନାମା ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ନିର୍ଭୟାକାଣ୍ଡ ପରି ବିଚଳିତ କଲା ଭଳି ଘଟଣାଟିଏ ଘଟିଛି। ଜଣେ ୪୦ ବର୍ଷୀୟ ମହିଳାଙ୍କୁ ୫ ଜଣ ଅପହରଣ କରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ମହିଳା ଜଣଙ୍କୁ ଅପହରଣ କରି ଗାଜିଆବାଦରେ ଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କୁ ଦୁଇ ଦିନ ଧରି ରଖି ତାସହ ପାଶବିକ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ୫ ଜଣ ଅଭିଯୁକ୍ତଙ୍କ ପୀଡ଼ିତାଙ୍କ ସହ ପରିଚିତ ବୋଲି ପୁଲିସ କହିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁତର ଅବସ୍ଥାରେ ପୀଡ଼ିତା ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଏବେବି ଏକ ଲୁହା ରଡ଼ ଥିବା ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି।  ମଙ୍ଗଳବାର ଗାଜିଆବାଦ ରୋଡ଼ରେ ଜଣେ ମହିଳା ମୁମୁର୍ଷ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ମହିଳା ଜଣଙ୍କୁ ଉଦ୍ଧାର କରି ଜିଟିବି ହସପିଟାଲରା ଭର୍ତ୍ତି କରିଥିଲା। ପରେ ଏକ ଏତଲା ମଧ୍ୟ ରୁଜୁ କରିଛି।  ପୁଲିସ ସୂଚନାଅନୁସାରେ, ମହିଳା ଜଣକ ଗାଜିଆବାଦରେ ଜନ୍ମଦିନ ଭୋଜି ପରେ ଦିଲ୍ଲୀ ଫେରୁଥିଲେ ।

ତାଙ୍କୁ ତାଙ୍କ ଭାଇ ବସଷ୍ଟାଣ୍ଡରେ ଛାଡି ଦେଇଥିଲେ। ସେ ବସ୍‌କୁ ଅପେକ୍ଷା କରିଥିବାବେଳେ ଏକ କାର ତାଙ୍କ ପାଖରେ ପହଞ୍ଚିଥିଲା। କାରରେ ୫ ଜଣ ପୁରୁଷ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଜଣଙ୍କୁ ଜୋରଜବରଦସ୍ତ ଭିତରକୁ ଟାଣି ନେଇଥିଲେ। ପରେ ଦୁର୍ବୁତ୍ତମାନେ ମହିଳା ଜଣଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇ ତାଙ୍କ ସହ ପାଶବିକ ଅତ୍ୟାଚାର କରିଛନ୍ତି। କୁହାଯାଉଛି ଯେ,ପୀଡିତା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପତ୍ତି ବିବାଦ ଲାଗି ରହିଥିଲା। ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ପ୍ରତିଶୋଧ ପାଇଁ ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ପୁଲିସ କହିଛି।  ଗାଜିଆବାଦ ପୁଲିସ ଏସପି ନିପୁନ୍ ଅଗ୍ରୱାଲ୍ ଏ ବିଷୟରେ ସୂଚନା ଦେଇଛନ୍ତି।

ଦିଲ୍ଲୀ ମହିଳା କମିଶନର ଗଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ନୋଟିସ ଜାରି କରି ଅଭିଯୁକ୍ତଙ୍କ ବିବରଣୀ ମାଗିଛନ୍ତି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଭିଯୁକ୍ତମାନେ ମହିଳାଙ୍କୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ଲୁହାରଡ଼ ପୂରାଇ ଥିବା ଦିଲ୍ଲୀ ମହିଳା କମିଶନର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।