ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେପି ପକ୍ଷରୁ ଏହି ସବୁ ରାଜ୍ୟ ଗୁଡ଼ିକ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ୭ ଜଣଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସହ-ପ୍ରଭାରୀମାନେ ହେଲେ- ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, […]

Dharmendra Pradhan

Jitendra Garnayak
  • Published: Wednesday, 08 September 2021
  • , Updated: 08 September 2021, 12:39 PM IST

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେପି ପକ୍ଷରୁ ଏହି ସବୁ ରାଜ୍ୟ ଗୁଡ଼ିକ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ୭ ଜଣଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସହ-ପ୍ରଭାରୀମାନେ ହେଲେ- ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା ଆସନ ରହିଛି। ୨୦୧୭ ନିର୍ବାଚନରେ ବିଜେପି ୩୧୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭ଟି, ସମାଜବାଦୀ ପାର୍ଟି ୪୭ଟି ଓ ବିଏସ୍‌ପି ୧୯ଟି ଆସନ ଜିତିଥିଲା।

ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପଞ୍ଜାବର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ବିଜେପି। ହରଦୀପ ସିଂହ ପୁରୀ, ମୀନାକ୍ଷୀ ଲେଖି ଓ ବିନୋଦ ଚାବଦାଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଜାବରେ ୧୧୭ଟି ଆସନ ଥିବା ବେଳେ ଏବେ ସେଠାରେ କଂଗ୍ରେସ ଶାସନ କରୁଛି।

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଉତ୍ତରାଖଣ୍ଡର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି। ତାଙ୍କୁ ସହଯୋଗ କରିବା ପାଇଁ ସହ-ପ୍ରଭାରୀ ଦାୟିତ୍ୱ ଲୋକେତ ଚାଟାର୍ଜୀ ଓ ସର୍ଦ୍ଦାର ଆର୍.ପି ସିଂହଙ୍କୁ ଦିଆଯାଇଛି। ଏଠାରେ ୭୦ଟି ବିଧାନସଭା ଆସନ ରହିଛି।

ଗୋଆର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଦିଆଯାଇଥିବା ବେଳେ ମଣିପୁର ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି।

Related story