କଂଗ୍ରେସ କମାଣ୍ଡ ପାଇଁ ମୈଦାନକୁ ଓହ୍ଲାଇବେ ଦିଗବିଜୟ ସିଂହ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଆଗରୁ ମୈଦାନରେ କେବଳ ୨ ଜଣ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ଶଶି ଥରୁର ଥିଲେ। ଏବେ ରେସ୍‌ରେ ଜଣକ ପରେ ଜଣେ ନେତାଙ୍କ ଆବିର୍ଭାବ କଂଗ୍ରେସ ରାଜନୀତିକୁ ଅଧିକ ରୋଚକ କରିଛି। ଏଆଇସିସି ମୁଖିଆ ପାଇଁ ନୂଆ ପ୍ରତିଦ୍ୱନ୍ଦୀ ଭାବେ ରେସ୍‌ରେ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ନାଁ ଆସିଛି। ବିଶେଷ ସୂତ୍ରରୁ ଏହି ସୂଚନା […]

Digvijya-singh

  • Published: Wednesday, 28 September 2022
  • , Updated: 28 September 2022, 05:03 PM IST

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଆଗରୁ ମୈଦାନରେ କେବଳ ୨ ଜଣ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ଶଶି ଥରୁର ଥିଲେ। ଏବେ ରେସ୍‌ରେ ଜଣକ ପରେ ଜଣେ ନେତାଙ୍କ ଆବିର୍ଭାବ କଂଗ୍ରେସ ରାଜନୀତିକୁ ଅଧିକ ରୋଚକ କରିଛି। ଏଆଇସିସି ମୁଖିଆ ପାଇଁ ନୂଆ ପ୍ରତିଦ୍ୱନ୍ଦୀ ଭାବେ ରେସ୍‌ରେ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ନାଁ ଆସିଛି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି।  ସେ ବି ଅଧ୍ୟକ୍ଷ ହେବାକୁ ମନ ବଳାଇଛନ୍ତି । ଗତକାଲି ଦିଲ୍ଲୀରୁ ଫେରିଥିବା ଦିଗବିଜୟ ଆସନ୍ତା ୩୦ ତାରିଖରେ ନାମାଙ୍କନ ଭରିବା ଲାଗି ସଜବାଜ ହେଉଥିବା ଜଣାପଡ଼ିଛି ।

ସେହିପରି ଦିଗବିଜୟଙ୍କ ବ୍ୟତୀତ ରେସ୍‌ରେ ଅନ୍ୟତମ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ,  କେସି ଭେନୁଗୋପାଲ ପ୍ରମୁଖ ନେତା ଅଛନ୍ତି। ଅନ୍ୟପଟେ ସଙ୍କଟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାଦ୍‌ ପଡ଼ିନାହାନ୍ତି। ରବିବାରର ହାଇ ଡ୍ରାମା ପରେ ଗେହଲଟ ପ୍ରଥମ ଥର ସୋନିଆଙ୍କ ସହ କଥା ହୋଇ ରାଜ୍ୟରେ ବିଧାୟକଙ୍କ ଅସନ୍ତୋଷର କାରଣ ବାବଦରେ ଆଲୋଚନା କରିଛନ୍ତି। ଗେହଲଟ କହିଛନ୍ତି, ଦଳର ଶୀର୍ଷ ନେତୃତ୍ବକୁ ସେ କେବେ ବି ଚ୍ୟାଲେଞ୍ଜ କରିବେନାହିଁ। ତେବେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ରାଜସ୍ଥାନ ବିଧାୟକମାନେ ବିଦ୍ରୋହ କରି ଦଳକୁ ଯେଭଳି ଲଜ୍ଜିତ କରିଛନ୍ତି କଂଗ୍ରେସ ନେତୃବୃନ୍ଦ ସେଥିପାଇଁ ଗେହଲଟଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି।

ଗେହଲଟଙ୍କ ସହ ଘନିଷ୍ଠ ଥିବା ୩ ଜଣ ମନ୍ତ୍ରୀ ବିଦ୍ରୋହ ପାଇଁ ସବୁ ଯୋଜନା କରିଥିଲେ ସୁଦ୍ଧା ଗେହଲଟ କହିଛନ୍ତି, ଏହି ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନାହିଁ। ତେବେ ଗେହଲଟଙ୍କ ସଫେଇକୁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ସହଜରେ ଗ୍ରହଣ କରୁନାହାନ୍ତି। ଦଳୀୟ ନେତୃତ୍ୱକୁ ଚ୍ୟାଲେଂଜ କରି ଯେଭଳି ସମାନ୍ତରାଳ ବୈଠକ ଆୟୋଜନ ହୋଇଥିଲା ତାହା ଅନୁଶାସନହୀନତାର ଏକ ବଡ଼ ପ୍ରମାଣ ବୋଲି ପର୍ଯ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି। କଂଗ୍ରେସ ନେତା ଶଶି ଥରୁର ସେପ୍ଟେମ୍ବର ୩୦ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ତାଙ୍କର ପ୍ରତିନିଧି ସୂଚନା ଦେଇଛନ୍ତି। ୨୦୧୯ରେ ଲଗାତାର ଦୁଇଟି ପାଳି ସାଧାରଣ ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ।

 

Related story