ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିବା ବେଳେ ଆହତ ହୋଇଥିଲା ଅଫତାବ, ଗୁମର ଖୋଲିଲେ ଡାକ୍ତର

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ମେ’ ମାସରେ ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ ଫାର୍ଟନର ଅଫତାବ ଅମୀନ ପୁନାୱାଲା ତଣ୍ଟି ଚିପି ହତ୍ୟା କରିବା ସହ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ଏହାପରେ ସେ ସେ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଫୋପାଡ଼ି ଦେଇଥିଲା। ଏବେ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଅଫତାବକୁ […]

aftab

  • Published: Wednesday, 16 November 2022
  • , Updated: 16 November 2022, 03:52 PM IST

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ମେ’ ମାସରେ ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ ଫାର୍ଟନର ଅଫତାବ ଅମୀନ ପୁନାୱାଲା ତଣ୍ଟି ଚିପି ହତ୍ୟା କରିବା ସହ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ଏହାପରେ ସେ ସେ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଫୋପାଡ଼ି ଦେଇଥିଲା। ଏବେ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଅଫତାବକୁ ଗିରଫ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି।

ତେବେ ମେ’ ମାସ ଶେଷ ସପ୍ତାହରେ ଅଫତାବର ହାତରେ ହୋଇଥିବା କ୍ଷତ ଚିହ୍ନର ଚିକିତ୍ସା କରିଥିବା ଡାକ୍ତର ଏବେ ସାମ୍ନାକୁ ଆସିଛନ୍ତି। ପୁଲିସ୍‌ ତାଙ୍କୁ ଘଟଣାର ମୁଖ୍ୟ ସାକ୍ଷୀ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ବେଳେ ଛୁରୀ ମାଡ଼ରେ ଅଫତାବର ଡାହାଣ ହାତରେ ଆଘାତ ଲାଗିଥିଲା। ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଏହାର ଚିକିତ୍ସା କରିଥିଲା। ଡାକ୍ତର ତା’ର ହାତରେ ୫ରୁ ୬ଟି ଷ୍ଟିଚ୍‌ ମଧ୍ୟ ପକାଇଥିଲେ।

ଅଫତାବକୁ ପୁଲିସ୍‌ ଗିରଫ କରିବା ପରେ ତା’ ଘରକୁ ସର୍ଚ୍ଚ କରିଥିଲା। ଏହି ସମୟରେ ପୁଲିସ୍‌ ଗୋଟିଏ ପ୍ରେସକ୍ରିପସନ ପାଇଥିଲା। ଉକ୍ତ ପ୍ରେସକିପସନ ଆଧାରରେ ପୁଲିସ୍‌ ଡାକ୍ତରଙ୍କ ପାଖରେ ପହଞ୍ଚିଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରୁ ଜଣାପଡ଼ୁଛି ଯେ ଶ୍ରଦ୍ଧାଙ୍କ ସହ ଦିଲ୍ଲୀ ଆସିବା ପରଠାରୁ ଅଫତାବ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଛତ୍ରପୁର ଫ୍ଲାଟକୁ ଆସିବାର ମାତ୍ର ୩ରୁ ୪ ଦିନ ମଧ୍ୟରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ଏହାର ୧୦ ଦିନ ପୂର୍ବରୁ ଉଭୟ ହିମାଚଳ ପ୍ରଦେଶରୁ ଫେରିଥିଲେ। ସେହିପରି ହତ୍ୟା ପରେ ସେ କରୁଥିବା ଆଚରଣ ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ସେହିପରି ମେ’ ମାସରେ ଅଫତାବର ଚିକିତ୍ସା ଡାକ୍ତର ମଧ୍ୟ ସେଦିନର ଘଟଣା ସମ୍ପର୍କରେ ମନେ ପକାଇଛଦନ୍ତି। ଅଫତାବର ଚିକିତ୍ସା କରିଥିବା ଆପେକ୍ସ ହସ୍ପିଟାଲର ଡାକ୍ତର ଅନୀଲ ସିଂହ କହିଛନ୍ତି, ଫୋରଆର୍ମରେ ବିରାଟ କଟା ଚିହ୍ନ ସହ ଅଫତାବ ମେ’ ମାସରେ ଆସିଥିଲା।

ସେ ଇଂରାଜୀରେ କଥା କହିବା ସହ ଅତ୍ୟନ୍ତ ବଡ଼ ପାଟି କରୁଥିଲା। ଏଥିସହ ଅହଂକାରୀଙ୍କ ଭଳି ଆଚରଣ ମଧ୍ୟ କରୁଥିଲା। ସେ ଚିତ୍କାର କରିବା ସହ ଆବଶ୍ୟକ ଠାରୁ ଅଧିକ କଥାବାର୍ତ୍ତା କରୁଥିଲା। ସାଧାରଣ ରୋଗୀ ଏମିତି ଆଚରଣ କରନ୍ତି ନାହିଁ। କିନ୍ତୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ବିଚଳିତ ଥିବା ଭଳି ଲାଗୁଥିଲା।

ଫୋର ଆର୍ମରେ ୫ରୁ ୬ଟି ଷ୍ଟିଚ୍‌ ପଡ଼ିବା ପରେ ତା’କୁ କେମିତି ଏହା କଟିଲା ବୋଲି ମୁଁ ପଚାରିଥିଲି। ସେ କହିଥିଲା ଯେ ଫଳ କାଟିବା ବେଳେ ଛୁରୀ ମାଡ଼ ହୋଇଯାଇଛି। ତଥାପି ମୋର ସନ୍ଦେହ ହେବାରୁ କୌଣସି ଝଗଡ଼ା ହୋଇଛି କି ବୋଲି ପଚାରିଥିଲି। ହେଲେ ସେ ମନା କରିଥିଲା ବୋଲି ଡାକ୍ତର ସିଂହ କହିଛନ୍ତି।

ଦୁଇ ଦିନ ତଳେ ଅଫତାବକୁ ଧରି ପୁଲିସ୍‌ ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲା। ଏହି ସମୟରେ ଡାକ୍ତର ସିଂହ ଅଫତାବ ତା’ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ସେ କହିଛନ୍ତି, “ପୁଲିସ୍‌ ମୋତେ ଗୋଟିଏ ସ୍ଲିପ ଦେଖାଇବା ସହ ତା’ ଆହତ ସମ୍ପର୍କରେ ପଚାରିଥିଲା। ମୁଁ କହିଥିଲି ଯେ ସେ ଏଠାକୁ ଚିକିତ୍ସା ପାଇଁ ଆସିଥିଲା ଓ ମୁଁ ତା’କୁ ପ୍ରେସକ୍ରିପସନ ଦେଇଥିଲି।” ଡାକ୍ତର ସିଂହ ପୁଲିସ୍‌ ଠାରୁ ଅଫତାବର ଭୟଙ୍କର ଘଟଣା ସମ୍ପର୍କରେ ପୂରା ଚକିତ ହୋଇଯାଇଛନ୍ତି।

Related story