ମଦ ନିଶାରେ ମଣିଷ ବଳି

ହାଇଦ୍ରାବାଦ: ଆଜି ବି ମାନସିକ ପୂରଣ ପାଇଁ ଅନେକ ସ୍ଥାନରେ ବଳି ପ୍ରଥା ଜାରି ରହିଛି। କିଏ କୁକୁଡା ବଳି ପକାଏ ତ ଆଉ କିଏ ଛେଳି ବା ମଇଁଷି ବଳି ପକାନ୍ତି ଠାକୁରାଣୀଙ୍କ ପାଖରେ। ପୂର୍ବରୁ ବଳି ପକାଇବା ବେଳେ ଭୋଜିଭାତ କରିବା ପରମ୍ପରା ମଧ୍ୟ ଥିଲା। କିନ୍ତୁ ଏବେ ଏହା ବଦଳି ଯାଇଛି। କେବଳ ପଶୁ ବଳି ପଡୁଛି। ନିକଟରେ ଆନ୍ଧ୍ରପ୍ରଦେଶରେ ଏକ ଏଭଳି ବଳି ପଡିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି […]

animal sacrifice

Madhupriya Mistry
  • Published: Tuesday, 18 January 2022
  • , Updated: 18 January 2022, 02:11 PM IST

ହାଇଦ୍ରାବାଦ: ଆଜି ବି ମାନସିକ ପୂରଣ ପାଇଁ ଅନେକ ସ୍ଥାନରେ ବଳି ପ୍ରଥା ଜାରି ରହିଛି। କିଏ କୁକୁଡା ବଳି ପକାଏ ତ ଆଉ କିଏ ଛେଳି ବା ମଇଁଷି ବଳି ପକାନ୍ତି ଠାକୁରାଣୀଙ୍କ ପାଖରେ। ପୂର୍ବରୁ ବଳି ପକାଇବା ବେଳେ ଭୋଜିଭାତ କରିବା ପରମ୍ପରା ମଧ୍ୟ ଥିଲା। କିନ୍ତୁ ଏବେ ଏହା ବଦଳି ଯାଇଛି। କେବଳ ପଶୁ ବଳି ପଡୁଛି। ନିକଟରେ ଆନ୍ଧ୍ରପ୍ରଦେଶରେ ଏକ ଏଭଳି ବଳି ପଡିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ମଦ ନିଶାରେ ଏଠି ଗଡିଛି ମଣିଷ ମୁଣ୍ଡ।

ଜାନୁଆରୀ ୧୬ ତାରିଖରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ବଳି ପକାଇବା ପାଇଁ ଲୋକେ ଏକାଠି ହୋଇଥିଲେ। ମକର ସଂକ୍ରାନ୍ତିର ଶେଷ ଦିନକୁ ପାଳନ କରିବା ପାଇଁ ମନ୍ଦିରରେ ଏହି ବଳି ପକାଇବା ଲାଗି ଆୟୋଜନ ହୋଇଥିଲା। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଚାଲାପତି ନାମକ ଜଣେ ବ୍ୟକ୍ତି ମନ୍ଦିରରେ ଛେଳି ବଳି ପକାଇବେ ବୋଲି ମାନସିକ କରିଥିଲେ। ତେବେ ସେ ବଳି ପକାଇବା ଦିନ ମଦ ନିଶାରେ ପୂରା ମାତାଲ ଥିଲେ। ପୂଜା ପରେ ଯେତେବେଳେ ବଳି ପକାଇବା ସମୟ ଆସିଥିଲା ସେତେବେଳେ ସେ ଛେଳି ବଦଳରେ ତାକୁ ଧରିଥିବା ଯୁବକ ସୁରେଶର ହିଁ ବଳି ଦେଇ ଦେଇଥିଲେ। ତା' ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଚାଲାପତି।

ପରେ ଉପସ୍ଥିତ ଲୋକେ ତୁରନ୍ତ ଚାଲାପତିକୁ କାବୁ କରିନେଇଥିଲେ। ସେପଟେ ଗୁରୁତର ସୁରେଶକୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମଦ ନିଶାରେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଚାଲାପତିକୁ ଗିରଫ କରିଛି। ପୂରା ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

ସୂଚନା ମୁତାବକ, ମଦନପଲ୍ଲେ ଗାଁର ଲୋକମାନେ ସେଠାକାର ପ୍ରସିଦ୍ଧ ଠାକୁରାଣୀ ୟେଲ୍ଲମ୍ମା ମନ୍ଦିରରେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ବଳି ପକାନ୍ତି। ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ଉତ୍ସବ ସମୟରେ ବହୁ ସଂଖ୍ୟକ ଲୋକ ଛେଳି ବଳି ପକାଇବାକୁ ପହଞ୍ଚିଥିଲେ।

Related story