ନିର୍ବାଚନ ପୂର୍ବରୁ ଓପିନିଅନ ପୋଲ୍‌କୁ ବିରୋଧ କଲେ ମାୟାବତୀ

ଲକ୍ଷ୍ନୌ: ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ନିର୍ବାଚନ ପୂର୍ବରୁ ହେଉଥିବା ସର୍ଭେ ଭାବେ ଓପିନିଅନ ପୋଲ୍‌କୁ ନେଇ ସେ ନାପସନ୍ଦ କରିବା ସହ ଏହା ଉପରେ ରୋକ ଲଗେଇବାକୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି । ନିର୍ବାଚନର ୬ ମାସ ପୂର୍ବରୁ ଗଣମାଧ୍ୟମ ସଂସ୍ଥା କିମ୍ବା କୌଣସି ଏଜେନ୍ସି ପକ୍ଷରୁ ପ୍ରି-ପୋଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଅନୁରୋଧ କରିବେ। ଏହା ଦ୍ୱାରା ଲୋକମତ ପ୍ରଭାବିତ ହେଉଛି ବୋଲି […]

Mayawati

Tapas Behera
  • Published: Saturday, 09 October 2021
  • , Updated: 09 October 2021, 06:14 PM IST

ଲକ୍ଷ୍ନୌ: ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ନିର୍ବାଚନ ପୂର୍ବରୁ ହେଉଥିବା ସର୍ଭେ ଭାବେ ଓପିନିଅନ ପୋଲ୍‌କୁ ନେଇ ସେ ନାପସନ୍ଦ କରିବା ସହ ଏହା ଉପରେ ରୋକ ଲଗେଇବାକୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି । ନିର୍ବାଚନର ୬ ମାସ ପୂର୍ବରୁ ଗଣମାଧ୍ୟମ ସଂସ୍ଥା କିମ୍ବା କୌଣସି ଏଜେନ୍ସି ପକ୍ଷରୁ ପ୍ରି-ପୋଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଅନୁରୋଧ କରିବେ। ଏହା ଦ୍ୱାରା ଲୋକମତ ପ୍ରଭାବିତ ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ବିଏସପି ପ୍ରତିଷ୍ଠାତା କାଂଶୀରାମଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇ  ମାୟାବତୀ ଏହା କହିଥିଲେ।  ଏଥିସହ ସ୍ୱର୍ଗତ ଦଲିତ ନେତା କାଂଶୀରାମଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଉତ୍ତରପ୍ରଦେଶର ଲୋକମାନେ ରାଜ୍ୟରେ ସତ୍ତା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଖୁବ ଶୀଘ୍ର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିବେ। ଗଣମାଧ୍ୟମ ସଂଗଠନ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ବେପାର ଉଦ୍ଦେଶ୍ୟରେ କରାଯାଉଥିବା  ଜନମତ ସର୍ଭେ ଉପରେ କଟକଣା ଲାଗିବା ଉଚିତ।  ଏହା ଦ୍ୱାରା ମତଦାନ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିଲା, ସର୍ଭେ ରିପୋର୍ଟ ଆସିଲା ମମତା ବାନାର୍ଜୀଙ୍କ ଦଳ ହାରିଯିବ । କିନ୍ତୁ ଫଳାଫଳ ଭିନ୍ନ ଆସିଥିଲା। ଯେଉଁମାନେ କ୍ଷମତା ହାସଲ କରିବାକୁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କର ସ୍ୱପ୍ନ ଭାଙ୍ଗି ଯାଇଥିଲା।  ମମତା ବାନାର୍ଜୀ ବିପୁଳ ଜନସମର୍ଥନ ନେଇ ସରକାରକୁ ଫେରିଲେ। ତେଣୁ କୌଣସି ସର୍ଭେ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତି କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏବଂ ୟୁପି ସରକାର ରାଜ୍ୟର ସରକାରୀ କଳକୁ  ବ୍ୟବହାର କରି ସେମାନଙ୍କ ସପକ୍ଷରେ ଜନମତ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥିରେ ବିଫଳ ହେଲେ ବିଜେପି ଶେଷରେ ନିର୍ବାଚନକୁ ହିନ୍ଦୁ-ମୁସଲମାନ ରଙ୍ଗ ଦେଇ ଫାଇଦା ଉଠାବା ପାଇଁ ପ୍ରୟାସ କରିବ। କିନ୍ତୁ ଲୋକେ ଠିକ୍‌ ଜବାବ ଦେବେ ବୋଲି ମାୟାବତୀ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି।

Related story