ମୁମ୍ବାଇ: କୁଖ୍ୟାତ ଆତଙ୍କବାଦୀ ଦାଉଦ୍ ଇବ୍ରାହିମର ଭାଇ ଇକକବାଲ କସ୍କରଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଥାଣେ ପୁଲିସ ପକ୍ଷରୁ ୨୦୧୭ରେ ଇକବାଲ କସ୍କରଙ୍କ ନାମରେ ଏକ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ଇଡି ଇକବାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଇକବାଲଙ୍କ ସହ ଚାର୍ଜସିଟ୍ରେ ମୁମତାଜ୍ ସୈଖ୍, ଇସରାର୍ ସୟଦଙ୍କ ନାଁ ରହିଛି।
ଉଭୟଙ୍କ ଘରେ ଇଡି ମଧ୍ୟ ଚଢ଼ାଉ କରିଛି। ଫେବୃଆରୀ ମାସରେ ଇକବାଲଙ୍କୁ ନିଜ ହେପାଜତକୁ ନେଇଥିଲା ଇଡି। ସେହିପରି ମୁମ୍ବାଇର ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସହ ଥିବା ସମ୍ପର୍କରେ ବିଷୟରେ ଇଡି ପଚରାଉଚରା କରିଥିଲା। ଅର୍ଥ ହେରଫେର ମାମଲାରେ ଇଡି ଇକ୍ବାଲ କସକରଙ୍କ ଘର, ଛୋଟା ଶକିଲର ଭାଉଜ ସଲିମ ଫ୍ରୁଟ ଏବଂ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ସମେତ ୧୦ଟି ଜାଗାରେ ଚଢ଼ାଉ କରିଥିଲା।
ଡନ୍ ଦାଉଦ୍ ଇବ୍ରାହିମର ଠିକଣା କୁହାଯାଉଥିବା ସମସ୍ତ ଜାଗାରେ ଇଡି ଚଢାଉ କରୁଛି । ୧୯୮୦ଦଶକରେ ଭାରତ ଛାଡି ପଳାୟନ କରି ଦାଉଦ୍ ଇବ୍ରାହିମ୍ ଏକ ବିଶାଳ ବାଣିଜ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା କୁହାଯାଏ । ଦାଉଦ୍ ଇବ୍ରାହିମ୍ ଜଣେ ପୁଲିସ କନଷ୍ଟେବଳଙ୍କ ପୁଅ ଯିଏ ମୁମ୍ବାଇ ପୁଲିସାଆ ଥିଲେ । ସେ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଗ୍ୟାଙ୍ଗ ୱାରରୁ ନିଜର ଅପରାଧିକ ଜୀବନ ଆରମ୍ଭ କରିଥିଲା । ଡୋଙ୍ଗ୍ରିରେ ସେ ହାଜି ମସ୍ତାନର ଗ୍ୟାଙ୍ଗ ସଦସ୍ୟଙ୍କ ସମ୍ପର୍କରେ ଆସିବା ପରେ ଗ୍ୟାଙ୍ଗ ୱାର୍ ଆରମ୍ଭ ହୋଇଥିଲା । ୧୯୮୦ ଦଶକରେ ତାକୁ ପ୍ରଥମେ ଡକାୟତି ମାମଲାରେ ଗିରଫ କରାଯାଇଥିଲା ଏବଂ ପରେ ତାର ଅପରାଧିକ ରେକର୍ଡ ବୃଦ୍ଧି ପାଇଥିଲା । ହାଜି ଏବଂ ପଠାନ ଗ୍ୟାଙ୍ଗ ମଧ୍ୟରେ ଲଢେଇ ହେତୁ ଦାଉଦ୍ ଅଧିକ ଶକ୍ତିଶାଳୀ ଏବଂ ଭୟଙ୍କର ହୋଇଥିଲା। ଯେଉଁଥିରେ ଆଫଗାନିସ୍ତାନର ଅଧିକାଂଶ ଦେଶବାସୀ ସାମିଲ ଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।