କୋଭିଡ୍‌ ଭ୍ୟାକ୍ସିନ୍‌କୁ ନେଇ ଗୁଜବ ବିରୋଧରେ ସ୍ଥାନୀୟ ଧର୍ମଗୁରୁଙ୍କୁ ସାମିଲ କର: ମୋଦି

ନୂଆଦିଲ୍ଲୀ: କୋଭିଡ୍‌ ଭ୍ୟାକ୍ସିନ୍‌କୁ ନେଇ ଥିବା ଗୁଜବ ବିରୋଧରେ ଲଢ଼େଇ  ପାଇଁ ସ୍ଥାନୀୟ ଧର୍ମଗୁରୁଙ୍କୁ ସାମିଲ କର। ଆଜି କୋଭିଡ୍‌ ଭ୍ୟାକ୍ସିନ୍‌କୁ ନେଇ ସମୀକ୍ଷା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାପାଳମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ସାରି  ଭାରତ ଫେରିବା ପରେ ଆଜି କରୋନା ଟିକାକୁ ନେଇ ପଛୁଆ ଥିବା ଜିଲ୍ଲାଗୁଡ଼ିକରେ ସମୀକ୍ଷା କରିଥିଲେ। ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଦେଶର ୪୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ। ମୁଖ୍ୟତଃ ଟିକା […]

Modi

Tapas Behera
  • Published: Wednesday, 03 November 2021
  • , Updated: 03 November 2021, 02:58 PM IST

ନୂଆଦିଲ୍ଲୀ: କୋଭିଡ୍‌ ଭ୍ୟାକ୍ସିନ୍‌କୁ ନେଇ ଥିବା ଗୁଜବ ବିରୋଧରେ ଲଢ଼େଇ  ପାଇଁ ସ୍ଥାନୀୟ ଧର୍ମଗୁରୁଙ୍କୁ ସାମିଲ କର। ଆଜି କୋଭିଡ୍‌ ଭ୍ୟାକ୍ସିନ୍‌କୁ ନେଇ ସମୀକ୍ଷା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାପାଳମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ସାରି  ଭାରତ ଫେରିବା ପରେ ଆଜି କରୋନା ଟିକାକୁ ନେଇ ପଛୁଆ ଥିବା ଜିଲ୍ଲାଗୁଡ଼ିକରେ ସମୀକ୍ଷା କରିଥିଲେ। ଭର୍ଚୁଆଲ ମାଧ୍ୟମରେ ହୋଇଥିବା

ଏହି ବୈଠକରେ ଦେଶର ୪୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ। ମୁଖ୍ୟତଃ ଟିକା ପ୍ରଦାନରେ ଧିମାଗତିରେ ଥିବା ଜିଲ୍ଲାଗୁଡ଼ିକୁ ନେଇ ସମୀକ୍ଷା କରାଯାଇଥିଲା। ସେହିପରି ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିମାନଙ୍କୁ ଦ୍ୱିତୀୟ ଡୋଜ ପ୍ରତି ଧ୍ୟାନ ଦେବାକରୁ ମୋଦି ପରାମର୍ଶ ଦେଥିଲେ।

ଏହି ଅବସରରେ ଭାରତ ଟିକା ପ୍ରଦାନ କ୍ଷେତ୍ରରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବାରୁ ମୋଦି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଥିଲେ। ବିଶେଷ କରି ଆଶାକର୍ମୀ ଯେଉଁମାନେ ଦୀର୍ଘ ପଥ ଅତିକ୍ରମ କରି ଟିକା ଦେବାକୁ ଲାଗିପଡ଼ିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି।

Related story