ରାମ ମନ୍ଦିର ତିଆରି ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି!

ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର। ଖୁବ ଜୋର୍‌ସୋର୍‌ରେ ମନ୍ଦିର ନିର୍ମାଣ କାମ ଚାଲିଛି। ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି। ତେବେ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା କହିଛନ୍ତି। ତାଙ୍କ କହିବା ଅନୁସାରେ, ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯେବେ ମନ୍ଦିର […]

Ram Mandir

Madhupriya Mistry
  • Published: Monday, 12 September 2022
  • , Updated: 12 September 2022, 12:08 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର। ଖୁବ ଜୋର୍‌ସୋର୍‌ରେ ମନ୍ଦିର ନିର୍ମାଣ କାମ ଚାଲିଛି। ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି। ତେବେ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା କହିଛନ୍ତି।

ତାଙ୍କ କହିବା ଅନୁସାରେ, ଭବ୍ୟ ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯେବେ ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ବର୍ତ୍ତମାନ ଆକଳନ କରାଯାଉଛି ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପରବର୍ତ୍ତି ମୁହୂର୍ତ୍ତରେ ଏଥିରେ ସଂଶୋଧନ ହୋଇପାରେ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି।

ଗତ ରବିବାର ଶ୍ରୀରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି କି, ରାମ ଜନ୍ମଭୂମୀ ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ମହାନ୍ ସାଧୁ ସନ୍ଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଯେପରିକି, ମହର୍ଷି ବଲମିକି, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମାତା ଶବରୀ, ଜଟାୟୁଙ୍କୁ ସମ୍ମାନପୂର୍ବକ ପୂଜା ପାଇଁ ସ୍ଥାନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶାକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ  ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠିତ ହୋଇଥିଲା। ବାରମ୍ବାର ବୈଠକ ବସାଯାଇ ମନ୍ଦିର ନିର୍ମାଣ ନିମନ୍ତେ ରୀତିନୀତି ଏବଂ ମାନୁଆଲ୍‌ ଅନୁମୋଦନ କରାଯାଇଥିଲା। ମନ୍ଦିର ବେଢ଼ାରେ ଯଶସ୍ୱୀ ହିନ୍ଦୁ ସାଧୁ ସନ୍ଥମାନଙ୍କର ପ୍ରତିମା ନିର୍ମାଣ କରିବା ଲାଗି ସ୍ଥାନ ଚୟନ କରିବାକୁ ସର୍ବସମ୍ମତିକ୍ରମେ ଫୈଜାବାଦ୍‌ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଥିଲା।

ଦୀର୍ଘ ସମୟ ଧରି ବିଚାର ବିମର୍ଶ ଓ ସମସ୍ତଙ୍କ ମତ ପ୍ରତି ଦୃଷ୍ଟି ଦିଆଯାଇ ଟ୍ରଷ୍ଟ୍ରର ନିୟମାବଳୀ ଓ ‘ବାଇଲ’ ଚୂଡ଼ାନ୍ତ ହୋଇଥିବା କଥା ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍‌ ରାୟ କହିଛନ୍ତି। ଏହି ବୈଠକରେ ଟ୍ରଷ୍ଟର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ଯୋଗ ଦେଇଥିଲେ।

Related story