କରୋନା ଚିକିତ୍ସାରେ ବ୍ୟବହୃତ ଔଷଧରୁ ଜିଏସଟି ହଟାଇବାକୁ ଦାବି

କରୋନା ଚିକିତ୍ସାରେ ବ୍ୟବହୃତ ଔଷଧରୁ ଜିଏସଟି ହଟାଇବାକୁ ଦାବି ଟିକାକରଣର ସର୍ବନିମ୍ନ ବୟସ ୨୫ ହେବା ଦରକାର ଦେଶରେ କୋଭିଡ ବ୍ୟାପିବା ପଛରେ ସରକାରଙ୍କ ଅବହେଳା ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶ ପାଇଁ ବଡ଼ ଆହ୍ୱାନ। ଯାହାକୁ ରାଜନୀତିରୁ ଉର୍ଦ୍ଦରେ ରଖି ସମସ୍ତେ ଏ ଦିଗରେ କାମ କରିବା ଦରକାର। କରୋନା ଇତି ମଧ୍ୟରେ ସାରା ଦେଶରେ ବର୍ଷେରୁ ଅଧିକ ସମୟ ହେବ ବ୍ୟାପିଲାଣି। ହେଲେ କେନ୍ଦ୍ର ସରକାର ଏହାକୁ ଅବହେଳା କରିବାରୁ ଆଜି ଏଭଳି […]

sonia

Subhransu Sekhar
  • Published: Saturday, 17 April 2021
  • , Updated: 17 April 2021, 07:40 PM IST
  • କରୋନା ଚିକିତ୍ସାରେ ବ୍ୟବହୃତ ଔଷଧରୁ ଜିଏସଟି ହଟାଇବାକୁ ଦାବି
  • ଟିକାକରଣର ସର୍ବନିମ୍ନ ବୟସ ୨୫ ହେବା ଦରକାର
  • ଦେଶରେ କୋଭିଡ ବ୍ୟାପିବା ପଛରେ ସରକାରଙ୍କ ଅବହେଳା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶ ପାଇଁ ବଡ଼ ଆହ୍ୱାନ। ଯାହାକୁ ରାଜନୀତିରୁ ଉର୍ଦ୍ଦରେ ରଖି ସମସ୍ତେ ଏ ଦିଗରେ କାମ କରିବା ଦରକାର। କରୋନା ଇତି ମଧ୍ୟରେ ସାରା ଦେଶରେ ବର୍ଷେରୁ ଅଧିକ ସମୟ ହେବ ବ୍ୟାପିଲାଣି। ହେଲେ କେନ୍ଦ୍ର ସରକାର ଏହାକୁ ଅବହେଳା କରିବାରୁ ଆଜି ଏଭଳି ସ୍ଥିତି ଉପିଜିଛି। କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହା କହିଛନ୍ତି।

ମହାମାରୀ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ଡକାଯାଇଥିଲା। ଏହି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, କରୋନା ମୁକାବିଲା କରିବା ଏବେ ଏକ ଜାତୀୟ ଚ୍ୟାଲେଞ୍ଜ। ଯାହାକୁ ଦଳ ରାଜନୀତିରୁ ଉର୍ଦ୍ଧରେ ରଖିବା ଦରକାର। ଗତବର୍ଷ ଫେବୃଆରୀ-ମାର୍ଚ୍ଚରୁ କଂଗ୍ରେସ ଏହି ପ୍ରସଙ୍ଗରେ ସମସ୍ତ ପ୍ରକାର ସମର୍ଥନ କେନ୍ଦ୍ର ସରକାରକୁ କରିଛି।

ହେଲେ ଏବେ କୋଭିଡର ଦ୍ୱିତୀୟ ଲହର ଦେଶରେ ବ୍ୟାପିବାରେ ଲାଗିଛି। କେବଳ ଅବହେଳା ପାଇଁ ଏପରି ଲହର ଆସିଛି ବୋଲି ସୋନିଆ କହିଛନ୍ତି। ଦେଶର ଅନେକ ପରିବାର ଅସୁବିଧାରେ ଅଛନ୍ତି। ଜୀବନ ଏବଂ ଜୀବିକା ଏକ ପ୍ରକାର ଶେଷ ହେବାକୁ ବସିଛି। ଯିଏ ଯାହା ରୋଜଗାର କରିଥିଲେ ତାହା ଏକ ପ୍ରକାର ଶେଷ ହୋଇ ଆସିଲାଣି। ଅଧିକାଂଶ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେଉଛି। ଏହି ମହାମାରୀରେ ଅନେକ ନିଜର ପ୍ରିୟଜନଙ୍କୁ ହରାଇସାରିଲେଣି ବୋଲି କହିଛନ୍ତି।

ସମସ୍ତଙ୍କ ଯନ୍ତ୍ରଣା ଆମର ଯନ୍ତ୍ରଣା। ପ୍ରବଳ ଚାପ ଏବଂ ବିପଦ ସତ୍ତ୍ୱେ ଅପ୍ରତ୍ୟାଶିତ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରଙ୍କ ଭାଇଚାରା ପାଇଁ ସେ କୃତଜ୍ଞ ବୋଲି କହିଛନ୍ତି। ଟିକା ରପ୍ତାନି ପାଇଁ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, 'ଭାରତ ଅନ୍ୟ ଦେଶକୁ ପ୍ରାୟ ୬.୫ କୋଟି କୋଭିଡ ଟିକା ରପ୍ତାନୀ କରିସାରିଛି। ଆମ ଦେଶରେ ସର୍ବାଧିକ ସଂକ୍ରମଣ ହାରକୁ ବିଚାରକୁ ନେଇ ଟିକା ରପ୍ତାନି ଉପରେ ରୋକ ଲଗାଯାଇ ଆମ ନାଗରିକଙ୍କ ପ୍ରାଥମିକତା ସୁରକ୍ଷା ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବା ଉପରେ ସରକାର ବିଚାର କରିବା ଦରକାର। ଏଥି ସହିତ ଆଜମା, ଡାଇବେଟିସ୍, କିଡନୀ ଏବଂ ଯକୃତ ରୋଗ ଭଳି ରୋଗରେ ଆକ୍ରାନ୍ତ ଥିବା ଯୁବକଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଏହାବାଦ କୋଭିଡରେ ବ୍ୟବହୃତ ଔଷଧ ଉପରେ ଜିଏସଟି ଛାଡ କରିବା ଦରକାର ବୋଲି ସୋନିଆ କହିଛନ୍ତି।

କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଭିଡିଓ କନଫରେନ୍ସ ବୈଠକରେ ରାହୁଲ ଗାନ୍ଧୀ ଏବଂ ସିଡବ୍ଲ୍ୟୁଡିସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Related story