ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆବେଦନକାରୀଙ୍କ ଉପରେ କାହିଁକି ଜରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଜନ ସ୍ୱାର୍ଥ ଶୁଣାଣି ମାମଲାକୁ ଅଦାଲତ ରଦ୍ଦ କରିଛନ୍ତି। ଏହା ବେଆଇନ ଭାବେ କରାଯାଉଥିବା ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଓଡ଼ିଶା ସରକାରଙ୍କ ବିରୋଧରେ ହୋଇଥିବା ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସହ ଆବେଦନକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କୋର୍ଟ। ଏଥିସହ ଜନସ୍ୱାର୍ଥ୍ୟ ମାମଲା ବା ପିଆଇଏଲର ଅପବ୍ୟବହାର କରାଯାଇଥିବାରୁ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଁଏ […]

puri

Tapas Behera
  • Published: Friday, 03 June 2022
  • , Updated: 03 June 2022, 06:33 PM IST

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଜନ ସ୍ୱାର୍ଥ ଶୁଣାଣି ମାମଲାକୁ ଅଦାଲତ ରଦ୍ଦ କରିଛନ୍ତି। ଏହା ବେଆଇନ ଭାବେ କରାଯାଉଥିବା ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଓଡ଼ିଶା ସରକାରଙ୍କ ବିରୋଧରେ ହୋଇଥିବା ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସହ ଆବେଦନକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କୋର୍ଟ। ଏଥିସହ ଜନସ୍ୱାର୍ଥ୍ୟ ମାମଲା ବା ପିଆଇଏଲର ଅପବ୍ୟବହାର କରାଯାଇଥିବାରୁ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଲାଗୁ କରିଛନ୍ତି। ଏହି ଆବେଦନକୁ ‘ଗୁରୁତ୍ୱହୀନ’ ବୋଲି ବିବେଚନା କରିଛନ୍ତି କୋର୍ଟ। ଦିନକୁ ଦିନ ପିଆଇଏଲ ମାମଲା ବଢ଼ୁଥିବା କୋର୍ଟ ନିରୀକ୍ଷଣ କରିଛନ୍ତି।  ଅନେକ ମାମଲା ପ୍ରଚାର ଉଦ୍ଦେଶ୍ୟ ଥିବା ବେଳେ ଆଉ କେତେକ ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦେଶ୍ୟ ଥିବା କୋର୍ଟ କହିଛନ୍ତି। ଯାହା ଫଳରେ ପିଆଇଏଲର ଅପବ୍ୟବହାର ହେଉଛି। ଏଭଳି ପିଆଇଏଲ ଅଦାଲତର ସମୟ ନଷ୍ଠ କରୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି  । ବିକାଶ କାର୍ଯ୍ୟ ଅଟକିବା ଉଚିତ ନୁହଁ ଏବଂ ଏଭଳି ପିଆଇଏଲକୁ ବାଦ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।

ପିଆଇଏଲ କଣ

କୌଣସି ଜନସ୍ୱାର୍ଥ କିମ୍ବା ସାଧାରଣ ସ୍ୱାର୍ଥ୍ୟ ସମ୍ବଳିତ ଚାଲେଞ୍ଜକୁ ପିଆଇଏଲ କୁହାଯାଏ। ଯଦି ଜନସାଧାରଣଙ୍କ ସ୍ୱାର୍ଥ କ୍ଷୁର୍ଣ୍ଣ ହେଉଥି କିମ୍ବା ଆଇନଗତ ଅଧିକାରରୁ ବଞ୍ଚିତ କ୍ଷେତ୍ରରେ ପିଆଇଏଲ ଆବେଦନ ହୋଇପାରିବ। ଏଦିଗରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସମାଜରେ ଦୁର୍ବଳ ଶ୍ରେଣୀ ଅର୍ଥାତ ଯେଉଁମାନେ ନିଜ ତରଫରୁ ପ୍ରତିନିଧିତ୍ୱ କରିବାରେ ଅସମର୍ଥ ସେହି ଗୋଷ୍ଠୀଙ୍କୁ ନ୍ୟାୟ ଲାଗି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପିଆଇଏଲ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ବିଧାନରେ ଧାରା ୩୨(ସୁପ୍ରିମକୋର୍ଟରେ ସିଧାସଳଖ ଆବେଦନର ଅଧିକାର) ଏବଂ ଧାରା ୨୨୬(ବୈଧାନିକ ଆଦେଶ ପାଇଁ ହାଇକୋର୍ଟଙ୍କ କ୍ଷମତା) ବଳରେ ଆବେଦନକାରୀ ଆବେଦନ କରିପାରିବେ। ଯେକୌଣସି ନାଗରିକ ଚାହିଁଲେ ଉଭୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପିଆଏଲ ଫାଇଲ କରିପାରିବେ।  କିନ୍ତୁ ଏହା ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦିଷ୍ଟ ହୋଇ ନଥିବ। ଏହା ଏକ ବ୍ୟାପକ ଜନସ୍ୱାର୍ଥ୍ୟ  ସମ୍ବଳିତ ହୋଇଥିବା ଉଚିତ। ଉଭୟ ସୁପ୍ରିକକୋର୍ଟ ଓ ହାଇକୋର୍ଟରେ ପିଆଇଏଲ ଆବେଦନ କରାଯାଇପାରିବ। ଜନସ୍ଵାର୍ଥ୍ୟ ମାମଲାରେ କେବଳ ସମସ୍ୟାଦ୍ଵାରା ପ୍ରଭାବିତ ହେଉଥିବା ବ୍ୟକ୍ତି ନୁହେଁ, ଯେ କୌଣସି ବ୍ୟକ୍ତି କୌଣସି ସମସ୍ୟା ପାଇଁ ନ୍ୟାୟାଳୟରେ ଅଭିଯୋଗ ପତ୍ର ଦାଖଲ କରିପାରିବେ  । ଯେଉଁଲୋକମାନେ ଗରିବ, ସୁବିଧାସୁଯୋଗରୁ ବଞ୍ଚିତ, ବରଂ ନ୍ୟାୟାଳୟର ଆଶ୍ରୟ ନେବାପାଇଁ ଅକ୍ଷମ ସେମାନଙ୍କ ତରଫରୁ ପିଆଏଲ ବହୁସମୟ ବ୍ୟବହାର କରାଯାଏ।

ପିଆଇଏଲର ଅପବ୍ୟବହାର

ଗତ କିଛି ବର୍ଷ ହେବ ପିଆଇଏଲର ଅପବ୍ୟବହାର ବଢ଼ୁଛି। ଏନେଇ ୨୦୧୦ରେ ସୁପ୍ରିମକୋର୍ଟ  ବିରକ୍ତି ପ୍ରକାଶ କରିଥିଲେ। ଅଧିକାଂଶ ପିଆଇଏଲ ଗୁରୁତ୍ୱହୀନ ବା ବ୍ୟକ୍ତିଗତ ସ୍ୱାର୍ଥ ନିହିତ ଥିବା କୋର୍ଟ ନିରୀକ୍ଷଣ କରିଥିଲେ। ଫଳରେ ପିଆଇଏଲ ପାଇଁ କିଛି ଗାଡଲାଇନ୍‌ ଜାରି କରିଥିଲେ କୋର୍ଟ। ଅନେକ ଅନାବଶ୍ୟକ ପିଆଇଏଲ କୋର୍ଟର ସମୟ ନଷ୍ଠ କରୁଛି ବୋଲି ନିକଟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଛନ୍ତି।  ପିଆଇଏଲକୁ କିଛି ଲୋକେ ବ୍ୟକ୍ତିଗତ ସ୍ୱାର୍ଥ ଭାବେ ବ୍ୟବହାର କରୁଥିବାରୁ କୋର୍ଟ ଏବେ ଆବେଦନକାରୀଙ୍କ ଉପରେ ଅତ୍ୟଧିକ ଜରିମାନା ଲାଗୁ କରିବ ବୋଲି ପ୍ରଧାନ ବିଚାରପତି କହିଥିଲେ।

Related story