ଅଗ୍ନିପଥ ଯୋଜନାରେ ଅବସର ବୟସ ୬୫କୁ ବୃଦ୍ଧି କରାଯାଉ: ମମତା  

ବୁର୍ଦାନ(ପଶ୍ଚିମବଙ୍ଗ): ଅଗ୍ନିପଥ ସ୍କିମକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଏକ ପ୍ରକାର ଥମି ଆସୁଥିବା ବେଳେ ରାଜନୈତିକ ବୟାନ ବାଜି ଜାରି ରହିଛି ।  ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୪ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା  କହିଛନ୍ତି ଯେ, ୪ ବର୍ଷ ପରେ ଅଗ୍ନିବୀରଙ୍କ  ଭବିଷ୍ୟତ ଅନିଶ୍ଚିତ। ତେଣୁ ସେମାନଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ। ଏହିପରିପ୍ରେକ୍ଷିରେ ମମତା […]

Mamata banerjee

Tapas Behera
  • Published: Monday, 27 June 2022
  • , Updated: 27 June 2022, 05:14 PM IST

ବୁର୍ଦାନ(ପଶ୍ଚିମବଙ୍ଗ): ଅଗ୍ନିପଥ ସ୍କିମକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଏକ ପ୍ରକାର ଥମି ଆସୁଥିବା ବେଳେ ରାଜନୈତିକ ବୟାନ ବାଜି ଜାରି ରହିଛି ।  ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୪ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା  କହିଛନ୍ତି ଯେ, ୪ ବର୍ଷ ପରେ ଅଗ୍ନିବୀରଙ୍କ  ଭବିଷ୍ୟତ ଅନିଶ୍ଚିତ। ତେଣୁ ସେମାନଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ। ଏହିପରିପ୍ରେକ୍ଷିରେ ମମତା କେନ୍ଦ୍ର ସରକାଙ୍କୁ ଟାର୍ଗେଟ କରିଥିଲେ। ମମତା କହିଥିଲେ ଯେ, ୨୦୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଛନ୍ତି।  ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମୋର ନୀତି। କିନ୍ତୁ ବିଜେପି ସରକାର ଭଳି ଅସୁରକ୍ଷିତ ନୁହେଁ।  ସେମାନେ ଅଗ୍ନିପଥ ଯୋଜନାରେ  ୪ ମାସ ତାଲିମ ଦେବେ ଓ ପରେ ୪ ବର୍ଷ ପାଇଁ ଚାକିରି କରିବେ।

ଏହି ୪ ବର୍ଷ ପରେ ଏହି ସୈନ୍ୟମାନେ କଣ କରିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ସେମାନଙ୍କ ଭବିଷ୍ୟତ କଣ ହେବ। ତାହା ସମ୍ପୂର୍ଣ୍ଣ ଅନିଶ୍ଚିତ। ତେଣୁ ଉକ୍ତ ଯୋଜନାରେ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ । ସୂଚନା ଅନୁଯାୟୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ ।

ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଆଶାୟୀ ଯୁବକମାନେ ପ୍ରବଳ ବିରୋଧ କରିଥିଲେ । ତେବେ ବିଭିନ୍ନ ମହଲରେ ବିରୋଧ ସତ୍ତ୍ୱେ ଏହା ମାଧ୍ୟମରେ ତିନିସେନାରେ ଯୋଗ ଦେବାକୁ ଯୁବକଯୁବତୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ବାୟୁସେନା ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅଗ୍ନିବୀର ବାୟୁ’ ସ୍କିମ୍ ପାଇଁ ଏପର୍ଯ୍ୟନ୍ତ ୫୬ ହଜାର ୯୬୦ଟି ଆବେଦନ ମିଳିଛି ।

Related story