ଆଜିଠାରୁ ଫୈଜାବାଦ ହେଲା ଅଯୋଧ୍ୟା କେଣ୍ଟ

ଲକ୍ଷ୍ନୌ: ମଙ୍ଗଳବାର ରେଲୱେ ପକ୍ଷରୁ ଫୈଜାବାଦ ରେଲୱେ ଷ୍ଟେସନ ନାମ ପରିବର୍ତ୍ତନ କରି ଅଯୋଧ୍ୟା କେଣ୍ଟ ରଖାଯାଇଛି। ଗତ ମାସରେ ଉତ୍ତରପ୍ରଦେଶ ସରକାର ଫୈଜାବାଦ ନାମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କ ଅବଗତି ନିମନ୍ତେ ଲକ୍ଷ୍ନୌ ଡିଭିଜନରେ ଥିବା  ଫୈଜାବାଦ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରି ଅଯୋଧ୍ୟା କେଣ୍ଟ ରଖାଯାଥିବା  ନର୍ଥ ରେଲୱେ ଡିଭିଜନର ପିଆରଓ  ଦୀପକ କୁମାର କହିଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଥିଲା। ଫୈଜାବାଦ […]

Railway

Tapas Behera
  • Published: Tuesday, 02 November 2021
  • , Updated: 02 November 2021, 08:13 PM IST

ଲକ୍ଷ୍ନୌ: ମଙ୍ଗଳବାର ରେଲୱେ ପକ୍ଷରୁ ଫୈଜାବାଦ ରେଲୱେ ଷ୍ଟେସନ ନାମ ପରିବର୍ତ୍ତନ କରି ଅଯୋଧ୍ୟା କେଣ୍ଟ ରଖାଯାଇଛି। ଗତ ମାସରେ ଉତ୍ତରପ୍ରଦେଶ ସରକାର ଫୈଜାବାଦ ନାମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କ ଅବଗତି ନିମନ୍ତେ ଲକ୍ଷ୍ନୌ ଡିଭିଜନରେ ଥିବା  ଫୈଜାବାଦ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରି ଅଯୋଧ୍ୟା କେଣ୍ଟ ରଖାଯାଥିବା  ନର୍ଥ ରେଲୱେ ଡିଭିଜନର ପିଆରଓ  ଦୀପକ କୁମାର କହିଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଥିଲା।

ଫୈଜାବାଦ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରି ଅଯୋଧ୍ୟା କେଣ୍ଟ ରଖାଯିବା ନେଇ ଟ୍ୱିଟରେ ଦର୍ଶାଯାଇଥିଲା । ଏନେଇ କେନ୍ଦ୍ରଠାରୁ ସିକୃତୀ ମିଳିଥିବା ଦର୍ଶାଯାଇଥିଲା।  ତେଣୁ ତୁରନ୍ତ ନୋଟିଫିକେଶନ ନେଇ ଆଦିତ୍ୟନାଥ ଗ୍ରୀନ ସିଗନାଲ ଦେଇଥିଲେ।  ପୂର୍ବରୁ ୨୦୧୮ରେ ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାମରେ ନାମିତ କରିଥିଲେ ଯୋଗୀ ସରକାର।

ସେହିପରି ବିଜେପି ଶାସନକାଳରେ  ଆହ୍ଲାବାଦକୁ ପ୍ରୟାଗରାଜ ଏବଂ ମୁଗଲସରାଇ ରେଲୱେ ଷ୍ଟେସନକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍‌ ନାମରେ ନାମିତ କରାଯାଇଥିଲା।

Related story