ଶବ ଦାହ କରିବାକୁ ମନା କଲେ ଚାଷୀଙ୍କ ପରିବାର, ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଅସନ୍ତୋଷ

ଲକ୍ଷ୍ନୌ: ଶବ ଦାହ କରିବାକୁ ମନା କଲେ ପରିବାର ସଦସ୍ୟ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନ୍ତିମ ସଂସ୍କାର ନକରିବାକୁ ଜିଦ୍‌ରେ ଅଟଳ ଅଛନ୍ତି। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ମୃତ୍ୟୁ ଘଟିଥିବା ଚାଷୀଙ୍କ ଶବ ସଂସ୍କାର କରିବାକୁ ମନା କରି ଦେଛନ୍ତି ପରିବାର ଲୋକେ। ସମ୍ପୃକ୍ତ ପରିବାର ଲୋକେ ଆଉ ଥରେ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି।  ବହରାଇଚ୍ ଏବଂ ଲଖିମପୁରର ମୃତ ଚାରିଜଣ […]

Farmer-protest

Tapas Behera
  • Published: Tuesday, 05 October 2021
  • , Updated: 05 October 2021, 04:46 PM IST

ଲକ୍ଷ୍ନୌ: ଶବ ଦାହ କରିବାକୁ ମନା କଲେ ପରିବାର ସଦସ୍ୟ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନ୍ତିମ ସଂସ୍କାର ନକରିବାକୁ ଜିଦ୍‌ରେ ଅଟଳ ଅଛନ୍ତି। ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ମୃତ୍ୟୁ ଘଟିଥିବା ଚାଷୀଙ୍କ ଶବ ସଂସ୍କାର କରିବାକୁ ମନା କରି ଦେଛନ୍ତି ପରିବାର ଲୋକେ। ସମ୍ପୃକ୍ତ ପରିବାର ଲୋକେ ଆଉ ଥରେ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି।  ବହରାଇଚ୍ ଏବଂ ଲଖିମପୁରର ମୃତ ଚାରିଜଣ କୃଷକ ତଥା ନକ୍ଷତ୍ର ସିଂ, ଦଲଜିତ ସିଂ, ଲଭେପ୍ରୀତ ସିଂ ଏବଂ ଗୁରୁବିନ୍ଦର ସିଂଙ୍କ ମୃତଦେହକୁ ପରିବାର ଲୋକେ ନିଜ ଘରେ ପକାଇ ରଖିଛନ୍ତି। ବ୍ରେନ୍‌ ହାମ୍ରେଜ୍‌ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଚାଷୀଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବେଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବାରୁ ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବୁଲେଟ୍‌ ମାଡ଼ ଯୋଗୁ ଦଲଜିତ ସିଂଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ଅଲଗା ରାଜ୍ୟରେ ଆଉ ଥରେ ଶବ ବ୍ୟବଚ୍ଛେଦ କରିବା ପାଇଁ ପାରିବାର ଲୋକେ ଦାବି କରିଛନ୍ତି। ଲଖିମପୁର  ଖେରୀର ଚାଷୀଙ୍କ ଗ୍ରାମ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ରବିବାର ଲକ୍ଷ୍ମୀପୁର ଖେରୀରେ କୃଷକମାନେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼ାଇ ଦେବାକୁ ନେଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ପରେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ହିଂସାକାଣ୍ଡ ଘଟି ଆଉ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ର ଅଜୟ ମିଶ୍ରାଙ୍କ ପୁଅ ଆଶିଷ ସେମାନଙ୍କ ପରେ କାର ମଡ଼ାଇ ଦେଇଥିଲେ। ସେପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ପୁଣିଥିରେ ସଫେଇ ଦେଇଛନ୍ତି। ଘଟଣା ସ୍ଥଳରେ ସେଦିନ ଆଶିଷ ନଥିଲେ ବୋଲି ଅଜୟ ମିଶ୍ରା ଦମ୍ଭର ସହ କହିଛନ୍ତି। ଏଥିସହ ଯଦି ଆଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ମିଳିବ, ତା’ହେଲେ ସେ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଦେବେ ବୋଲି ଘୋଷଣା କରିଛନ୍ତି।ଶ୍ରୀ ମିଶ୍ରା କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି ଯେ ଘଟଣା ଦିନ ମୋ ପୁଅ ସେଠାରେ ନଥିଲା। ଯଦି ସେ ହିଂସାକାଣ୍ଡ ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ପ୍ରମାଣ ମିଳିବ, ତା’ହେଲେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି।

Related story