ପୁଅ ବାହାଘର ପାଇଁ ଭଡ଼ାରେ ହେଲିକପ୍ଟର ଆଣିଲେ ଚାଷୀ

ଇନ୍ଦୋର: ସମସ୍ତଙ୍କ ବାପା ମା’ମାନେ ଚାହାନ୍ତି ସେମାନଙ୍କ ପିଲାମାନେ ବେଶ ଜାକଜମକରେ ବିବାହ କରନ୍ତୁ। ବାହାଘରକୁ ସ୍ମରଣୀୟ କରିବାକୁ ବାପା ମା’ ନିଜ କ୍ଷମତା ମୁତାବକ ସବୁ କିଛି କରନ୍ତି। ଏହିକ୍ରମରେ ଜଣେ ବାପା ତାଙ୍କ ପୁଅର ବାହାଘରକୁ ଅଧିକ ଆକର୍ଷଣୀୟ କରିବାକୁ ଭଡ଼ାରେ ହେଲିକପ୍ଟର ଆଣି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପେଶାରେ ବ୍ୟକ୍ତି ଜଣଙ୍କ ଚାଷୀ। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅରନଦିଆ ଗାଁରେ ତାଙ୍କ ଘର। ସେ ପୁଅର ବାହାଘର ପାଇଁ ହେଲିକପ୍ଟର ଭଡ଼ା […]

Farmer

Hemant Lenka
  • Published: Friday, 29 April 2022
  • , Updated: 29 April 2022, 08:25 PM IST

ଇନ୍ଦୋର: ସମସ୍ତଙ୍କ ବାପା ମା’ମାନେ ଚାହାନ୍ତି ସେମାନଙ୍କ ପିଲାମାନେ ବେଶ ଜାକଜମକରେ ବିବାହ କରନ୍ତୁ। ବାହାଘରକୁ ସ୍ମରଣୀୟ କରିବାକୁ ବାପା ମା’ ନିଜ କ୍ଷମତା ମୁତାବକ ସବୁ କିଛି କରନ୍ତି। ଏହିକ୍ରମରେ ଜଣେ ବାପା ତାଙ୍କ ପୁଅର ବାହାଘରକୁ ଅଧିକ ଆକର୍ଷଣୀୟ କରିବାକୁ ଭଡ଼ାରେ ହେଲିକପ୍ଟର ଆଣି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ପେଶାରେ ବ୍ୟକ୍ତି ଜଣଙ୍କ ଚାଷୀ। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅରନଦିଆ ଗାଁରେ ତାଙ୍କ ଘର। ସେ ପୁଅର ବାହାଘର ପାଇଁ ହେଲିକପ୍ଟର ଭଡ଼ା କରିବା ସହ ବୋହୂକୁ ଘରକୁ ଆଣିବା ପାଇଁ ଲକ୍ଷାଧିକ ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି। ପୁଅ ବୋହୂ ହେଲିକପ୍ଟର ଯୋଗେ ଗାଁରେ ପହଞ୍ଚିବା  ପରେ ଏହାକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ମଧ୍ୟ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସଜ୍ଜନ ସିଂହ କୁଶୱା ନାମକ ଜଣେ ଚାଷୀ ତାଙ୍କ ପୁଅର ବାହାଘରରେ ଏମିତି କାମ କରିଛନ୍ତି। ପୁଅର ବରଯାତ୍ରୀ ଅରନଦିଆ ଗାଁରୁ ରାଜସ୍ଥାନର ବୁଦାନିଆ ଅଭିମୁଖେ ଯାଇଥିଲା। ଏହି ସମୟରେ ସଜ୍ଜନ ତାଙ୍କ ପୁଅଙ୍କ ପାଇଁ ହେଲକପ୍ଟର ଭଡ଼ାରେ ଆଣିଥିଲେ। ଏଥିରେ ସଜ୍ଜନ, ତାଙ୍କ ପତ୍ନୀ ଓ ପୁଅ ରାଜସ୍ଥାନ ଅଭିମୁଖେ ଉଡ଼ାଣ ଭରିଥିଲେ।

ସେଠାରେ ବାହାଘର ସରିବା ପରେ ବୋହୂକୁ ଧରି ସମସ୍ତେ ହେଲିକପ୍ଟର ଯୋଗେ ହିଁ ଗାଁକୁ ଫେରିଥିଲେ। ଏହି ସମୟରେ ବୋହୂଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ହେଲିକପ୍ଟର ଯୋଗେ ସଜ୍ଜନଙ୍କ ଗାଁକୁ ଆସିଥିଲେ। ସେମାନେ ଗାଁ ପହଞ୍ଚିବା ପରେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ସଜ୍ଜନଙ୍କ ପୁଅ ଜୟ ସିଂହ କୁଶୱା କହିଛନ୍ତି, ବାପାଙ୍କ ଉପହାର କୌଣସି ସର୍ପାଇଜ ଠାରୁ କମ ନୁହେଁ। ସମସ୍ତଙ୍କ ବାପା ତାଙ୍କ ପୁଅର ବାହାଘରକୁ ସ୍ମରଣୀୟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ମୋ ବାପା ଯେଉଁଭଳି କାମ କରିଛନ୍ତି, ତା’ହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହା ମୋ ଜୀବନର ସବୁଠାରୁ ଅସାଧାରଣ ଉପହାର ବୋଲି ଜୟ ସିଂହ କହିଛନ୍ତି।

Related story