ଇଡି ଜାଲରେ ଫସିଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଫସିଲେ  ନ୍ୟାସନାଲ କନଫରେନ୍ସ (ଏନସି) ମୁଖ୍ୟ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି। ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଥିବା ସୂଚନା ମିଳିଛି । ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ (ଜେକେସିଏ)ରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ  ଇଡି ତାଙ୍କୁ ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ଜଣାପଡ଼ିଛି। […]

farooq-abdullah

Tapas Behera
  • Published: Friday, 27 May 2022
  • , Updated: 27 May 2022, 08:35 PM IST

ନୂଆଦିଲ୍ଲୀ: ଫସିଲେ  ନ୍ୟାସନାଲ କନଫରେନ୍ସ (ଏନସି) ମୁଖ୍ୟ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି। ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଥିବା ସୂଚନା ମିଳିଛି । ଜମ୍ମୁ- କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ (ଜେକେସିଏ)ରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ  ଇଡି ତାଙ୍କୁ ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ଜଣାପଡ଼ିଛି।

ମେ ୩୧ରେ ନୂଆଦିଲ୍ଲୀରେ ଇଡିର ମୁଖ୍ୟାଳୟରେ ହାଜର ହେବା ପାଇଁ ସମନ ହୋଇଛି।  ୨୦୨୦ରେ ଏହି ମାମଲାରେ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି ।

ଏହି ମାମଲାରେ ପୂର୍ବରୁ ତାଙ୍କୁ ଅନେକଥର ପଚରାଉଚରା କରିଛି ଇଡି । ଇଡିର  ଅଭିଯୋଗ ଅନୁଯାୟୀ ଅବଦୁଲ୍ଲା ଅତୀତରେ ଜେକେସିଏର ସଭାପତି ଭାବରେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ଏବଂ କ୍ରୀଡା ସଂସ୍ଥାରେ ନିଯୁକ୍ତି ଦେଇଥିଲେ।  ଯାହା ଦ୍ୱାରା ବିସିସିଆଇ ପ୍ରାୟୋଜିତ ପାଣ୍ଠିକୁ ପ୍ରଭାବିତ କରା ଯାଇଥିଲା।

Related story