ସିସିଟିଭିରେ ବାଣ ବୋଝେଇ ସ୍କୁଟିର ବିସ୍ଫୋରଣ ଦୃଶ୍ୟ, ବାପା-ପୁଅ ମୃତ

ଚେନ୍ନାଇ: ସମସ୍ତଙ୍କୁ ବଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷର ପୁଅ ସହ ସ୍କୁଟିରେ ଯାଉଥିବା ବେଳେ ଭୟଙ୍କର ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଦୀପାବଳି ଉପଲକ୍ଷେ ଏମାନେ ସ୍କୁଟିରେ ବାଣ ନେଇ ଘରକୁ ଯାଉଥିଲେ। ହେଲେ ଅଧା ବାଟରେ ବାଣଗୁଡ଼ିକ ବିସ୍ଫୋରଣ ହେବାରୁ ସେହିଠାରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍କୁଟିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ବାପା […]

blast

Hemant Lenka
  • Published: Friday, 05 November 2021
  • , Updated: 06 November 2021, 12:45 PM IST

ଚେନ୍ନାଇ: ସମସ୍ତଙ୍କୁ ବଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷର ପୁଅ ସହ ସ୍କୁଟିରେ ଯାଉଥିବା ବେଳେ ଭୟଙ୍କର ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଦୀପାବଳି ଉପଲକ୍ଷେ ଏମାନେ ସ୍କୁଟିରେ ବାଣ ନେଇ ଘରକୁ ଯାଉଥିଲେ।

ହେଲେ ଅଧା ବାଟରେ ବାଣଗୁଡ଼ିକ ବିସ୍ଫୋରଣ ହେବାରୁ ସେହିଠାରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍କୁଟିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ବାପା ପୁଅଙ୍କ ଶରୀର ଛିନଛତ୍ର ହୋଇଯାଇଛି। ସେହିପରି ରାସ୍ତାରେ ଯାଉଥିବା ଆଉ ୩ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଭୟଙ୍କର ବିସ୍ଫୋରଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ତାମିଲନାଡୁ ଓ ପୁଡୁଚେରୀର ସୀମାନ୍ତ ଭିଲ୍ଲୁପୁରମରେ ଏପରି ଘଟଣା ଗୁରୁବାର ଘଟିଛି। କାଲାଇନେସନ ତାଙ୍କ ୭ ବର୍ଷର ପୁଅ ପ୍ରଦୀପଙ୍କୁ ସ୍କୁଟିରେ ଧରି କୋନିମେଡୁ ଗାଁକୁ ଯାଉଥିଲେ। ସ୍କୁଟିର ଆଗ ପଟେ ବାଣ ରଖାଯାଇଥିବା ବେଳେ ଏହା ଉପରେ ପ୍ରଦୀପ ବସିଥିଲେ।

ଗାଡ଼ିଟି ଭିଲ୍ଲୁପୁରମ ଜିଲ୍ଲାର କୋଟ୍ଟାକୁପ୍ପମ ଇଷ୍ଟ କୋଷ୍ଟ ରୋଡ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଘଟିଥିଲା ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍କୁଟର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ବାପା-ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ପୁଡୁଚେରୀ ଜବାହର ଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ(ଜେଆଇପିଏମଇଆର)ରେ ଭର୍ତ୍ତି କରାଯାଇଛି। ଘଟଣାରେ ଦୁଇଟି ବାଇକଓ ଗୋଟିଏ ଟ୍ରକ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related story