ଗୁଳି ମାଡ଼ରେ ଯୁବକ ନିହତ

ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏଥିରେ ସେ ନିହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ  ଘଟିଛି। ଶନିବାର ଅପରାହ୍ନରେ କରଣ ନାଗରରେ ଜଣେ ଅଜଣା ବନ୍ଧୁକଧାରୀ ଏହି ଗୁଳିମାଡ଼ କରିଥିବା ଜଣାଯାଇଛି। ସମ୍ପୃକ୍ତ ବନ୍ଧୁକଧାରୀ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି। ଆହତ ଯୁବକ ଜଣକର ପରିଚୟ ମଳିଛି। ସେ ଶ୍ରୀନଗରର ଚାଟବଲର ଅବଦୁଲ ରେହମାନଙ୍କ ପୁଅ ମାଜିଦ ଗୁରୁ ବୋଲି ଚିହ୍ନଟ ହୋଇଛି। ତାଙ୍କ […]

490

Tapas Behera
  • Published: Saturday, 02 October 2021
  • , Updated: 02 October 2021, 07:52 PM IST

ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏଥିରେ ସେ ନିହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ  ଘଟିଛି। ଶନିବାର ଅପରାହ୍ନରେ କରଣ ନାଗରରେ ଜଣେ ଅଜଣା ବନ୍ଧୁକଧାରୀ ଏହି ଗୁଳିମାଡ଼ କରିଥିବା ଜଣାଯାଇଛି। ସମ୍ପୃକ୍ତ ବନ୍ଧୁକଧାରୀ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି। ଆହତ ଯୁବକ ଜଣକର ପରିଚୟ ମଳିଛି। ସେ ଶ୍ରୀନଗରର ଚାଟବଲର ଅବଦୁଲ ରେହମାନଙ୍କ ପୁଅ ମାଜିଦ ଗୁରୁ ବୋଲି ଚିହ୍ନଟ ହୋଇଛି। ତାଙ୍କ ଛାତି, ମୁହଁ ଏବଂ ପେଟରେ ଗୁଳି ମାଡ଼ ହୋଇଛି।

ପୁଲିସ  ତାଙ୍କୁ ତୁରନ୍ତ ଶ୍ରୀ ମହାରାଜା ହରି ସିଂ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏସଏମଏଚଏସ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡାକ୍ଟର କାନୱାର ଜିତ ସିଂ କହିଛନ୍ତି ଯେ, ଡାକ୍ତରଖାନାକୁ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।  ପୁଲିସ ଘଟଣାର ତଦନ୍ତ ଚଳାଇଛି।

Related story