ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ସଫା

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଜମ୍ମୁ କଶ୍ମୀରିର କୁଲଗାମ ଜିଲ୍ଲା ପୋମ୍ବେ ଏବଂ ଗୋପାଲପୁରା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୋମ୍ବେ ଇଲାକାରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଲପୁରା ଅଞ୍ଚଳରେ ୨ ଜଣ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ଏମାନଙ୍କ ମଧ୍ୟରେ ଅଫକ୍‌ ସିକନ୍ଦର ନାମକ ଜଣେ ଯୁବକ ଆତଙ୍କବାଦୀ ଗୋଷ୍ଟୀ ତଥା ଟିଆରଏଫ୍‌ ଆତଙ୍କବାଦୀ ସଙ୍ଗଠନ  କମାଣ୍ଡର ଥିଲେ।  ଗତ କିଛି ମାସ ହେବ ଜମ୍ମୁ-କଶ୍ମୀରେ ଆତଙ୍କବାଦୀ […]

Terrorist

Tapas Behera
  • Published: Wednesday, 17 November 2021
  • , Updated: 17 November 2021, 07:22 PM IST

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଜମ୍ମୁ କଶ୍ମୀରିର କୁଲଗାମ ଜିଲ୍ଲା ପୋମ୍ବେ ଏବଂ ଗୋପାଲପୁରା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୋମ୍ବେ ଇଲାକାରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଲପୁରା ଅଞ୍ଚଳରେ ୨ ଜଣ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ଏମାନଙ୍କ ମଧ୍ୟରେ ଅଫକ୍‌ ସିକନ୍ଦର ନାମକ ଜଣେ ଯୁବକ ଆତଙ୍କବାଦୀ ଗୋଷ୍ଟୀ ତଥା ଟିଆରଏଫ୍‌ ଆତଙ୍କବାଦୀ ସଙ୍ଗଠନ  କମାଣ୍ଡର ଥିଲେ।  ଗତ କିଛି ମାସ ହେବ ଜମ୍ମୁ-କଶ୍ମୀରେ ଆତଙ୍କବାଦୀ କାର୍ଯ୍ୟକାଳାପ ସକ୍ରିୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀଙ୍କ ପକ୍ଷରୁ ପାଟ୍ରୋଲିଂ କଡ଼କାଡ଼ି କରାଯାଇଥିବା ବେଳେ ଏନ୍‌କାଉଣ୍ଟର ଜାରି ରହିଛି। ଗତକାଲି ଶ୍ରୀନଗରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଅପରେସନ୍ ଚାଲୁଥିଲା ବେଳେ ଦୁଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଏବଂ ସମ୍ପୃକ୍ତ ବ୍ୟବସାୟୀମାନେ ଆତଙ୍କବାଦୀଙ୍କ ସମର୍ଥକ ବୋଲି ପୁଲିସ  କହିଛି।  ନିହତ ଦୁଇ ବ୍ୟବସାୟୀ ହେଲେ ଡ. ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ।  ହାଇଦରପୋରରେ ମାର୍କେଟ କମର୍ସିଆଲ କମ୍ପ୍ଲେକ୍ସରେ ଏମାନଙ୍କ ଦୋକାନ ଥିଲା । ଯେଉଁଠି ଗତ ସନ୍ଧ୍ୟାରେ ଏନକାଉଣ୍ଟର ହୋଇଥିଲା ।

ପେଶାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ମୁଦସିର ଗୁଲଙ୍କ ଏକ କମ୍ପ୍ୟୁଟର ସେଣ୍ଟର ଚଳାଉଥିଲେ। ଅଲତାଫ୍ ଭଟ୍ଟ କମର୍ସିଆଲ  କମ୍ପ୍ଲେକ୍ସର ମାଲିକ ଥିଲେ । ତାଙ୍କର ସେଠାରେ ଏକ ହାର୍ଡୱେର୍ ଷ୍ଟୋର ଏବଂ ସିମେଣ୍ଟ ଦୋକାନ ମଧ୍ୟ ଥିଲା।  ଅନ୍ୟପଟେ  ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ମୁଫତି ଅଭିଯୋଗ କରିଛନ୍ତି।  ଅନ୍ତିମ ସଂସ୍କାର ପାଇଁ ମୃତ ଦେହକୁ ପରିବାର ଲୋକେ ଦାବି କରିଥିଲେ ମଧ୍ୟ ଦିଆଯାଇ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ଥିବାରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ପୁଲିସ କହିଛି।

Related story