ମହିଳାଙ୍କୁ ଅସଦାଚରଣ କରି ବେଲରେ ଆସିଥିବା ରାଜନେତାଙ୍କୁ ଭବ୍ୟ ସ୍ୱାଗତ

ମିରଟ: ମହିଳାଙ୍କୁ ଅସଦାଚରଣ କରି ଗିରଫ ହୋଇଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀ ଗତକାଲି ଜାମିନରେ ମୁକୁଳିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।  ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତ୍ୟାଗୀଙ୍କୁ ଫୁଲମାଳ ପିନ୍ଧାଇବା ସହ ଶ୍ରୀକାନ୍ତ ତ୍ୟାଗୀଙ୍କ ଜୟଜୟକାର କରିଥିଲେ। ଶ୍ରୀକାନ୍ତ ତ୍ୟାଗୀ ଜୀନ୍ଦାବାଦ ନାରା ପଡ଼ିବା ସହ ସମର୍ଥକମାନେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଇଥିଲେ।  ଘରକୁ ଫେରିବା ପରେ ଶ୍ରୀ ତ୍ୟାଗୀ ବିରୋଧୀଙ୍କ ଉପରେ ବର୍ଷି ଥିଲେ। ସେ କହିଥିଲେ ଯେ, ତାଙ୍କ […]

Srikant tyagi

  • Published: Friday, 21 October 2022
  • , Updated: 21 October 2022, 10:13 AM IST

ମିରଟ: ମହିଳାଙ୍କୁ ଅସଦାଚରଣ କରି ଗିରଫ ହୋଇଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀ ଗତକାଲି ଜାମିନରେ ମୁକୁଳିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।  ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତ୍ୟାଗୀଙ୍କୁ ଫୁଲମାଳ ପିନ୍ଧାଇବା ସହ ଶ୍ରୀକାନ୍ତ ତ୍ୟାଗୀଙ୍କ ଜୟଜୟକାର କରିଥିଲେ। ଶ୍ରୀକାନ୍ତ ତ୍ୟାଗୀ ଜୀନ୍ଦାବାଦ ନାରା ପଡ଼ିବା ସହ ସମର୍ଥକମାନେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଇଥିଲେ।  ଘରକୁ ଫେରିବା ପରେ ଶ୍ରୀ ତ୍ୟାଗୀ ବିରୋଧୀଙ୍କ ଉପରେ ବର୍ଷି ଥିଲେ। ସେ କହିଥିଲେ ଯେ, ତାଙ୍କ ନାମରେ ମିଥ୍ରା ଅଭିଯୋଗ କରାଯାଇଛି। ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିବାକୁ ତାଙ୍କ ପଛରେ ଷଡ଼ଯନ୍ତ୍ର କରାଯାଇଛି। ଏହି ଚକ୍ରାନ୍ତରେ ମୋର ଜଣେ ଭଉଣୀ  ସାମିଲ ଅଛି।  ମୋ ରାଜନୈତିକ କ୍ୟାରିଅରକୁ ଶେଷ କରିବା ପାଇଁ  ଜାଣିଶୁଣିଏକ ବିବାଦ ଛଡ଼ା କରି ଏହାର ଭିଡିଓ ଉତ୍ତୋଳନ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ତେବେ ତ୍ୟାଗୀ ସମ୍ପ୍ରଦାୟ ତାଙ୍କୁ ସମର୍ଥନ  କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ରାଜନୀତି ଛାଡ଼ବେ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ତ୍ୟାଗୀ ତାଙ୍କ ସମର୍ଥକଙ୍କୁ ଭେଟି ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ଅଲ୍ଲାବାଦ ହାଇକୋର୍ଟରୁ ଶ୍ରୀ ତ୍ୟାଗୀଙ୍କୁ ସୋମବାର ଜାମିନ ମିଳିଥିଲା। ଗତକାଲି ସେ ଜେଲରୁ ମୁକୁଳିଥିଲେ। ଗତ ଅଗଷ୍ଟ ମାସରେ ମିରଟରୁ ଶ୍ରୀ ତ୍ୟାଗୀଙ୍କୁ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ, ନୋଏଡାରେ ଅସ୍ଥାୟୀ ନିର୍ମାଣ ନେଇ ଜଣେ ମହିଳାଙ୍କ ସହ ବଚସା ହେବା ସହିତ ତାଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଭିଡ଼ିଓ ଭାଇରାଲ ହେବା ସହ ଶ୍ରୀ ତ୍ୟାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥିରେ ସମ୍ପୃକ୍ତି ନେଇ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ହୋଇଯାଇଥିଲେ ଶ୍ରୀକାନ୍ତ । ଶେଷରେ ନୋଏଡ଼ାରୁ ତାଙ୍କୁ ଗିରଫ କରାଯାଇ ଥିଲା । ଶ୍ରୀକାନ୍ତ ତ୍ୟାଗୀ ନିଜ ଫ୍ଲାଟ ସାମନାରେ କିଛି ଅଂଶ ବଳପୂର୍ବକ ଦଖଲ କରି ଅସ୍ଥାୟୀ ନିର୍ମାଣ କରିଥିଲେ । ଯାହାକୁ ନେଇ ଏହି ତୁମୁଳ କାଣ୍ଡ ଘଟିଥିଲା।

Related story