ନବୀନ ଜିନ୍ଦଲଙ୍କ ଘର ବାହାରେ ମୁତୟନ ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ନେତା ନବୀନ ଜିନ୍ଦଲଙ୍କ ସୁରକ୍ଷାରେ ମୁତୟନ ଥିବା ପିସିଆର୍‌ ଭ୍ୟାନ୍‌କୁ ଭାଙ୍ଗିଲେ ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ଏହି ଆକ୍ରମଣ କରିଛନ୍ତି। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ନବୀନ ଜିନ୍ଦଲ। ଏହି ଆକ୍ରମଣକୁ ତାଙ୍କ ପରିବାରର ସୁରକ୍ଷା ସହ ଯୋଡି ନବୀନ ଜିନ୍ଦଲ ଟ୍ୱିଟ୍‌ କହିଛନ୍ତି, ‘ଇସଲାମିକ ଜିହାଦୀମାନଙ୍କ ଦ୍ୱାରା ମୋ ପରିବାରର ଜୀବନ ପ୍ରତି ବିପଦ ରହିଛି। ଏନେଇ ମୁଁ ଦିଲ୍ଲୀ ପୁଲିସକୁ ବାରମ୍ବାର ପ୍ରମାଣ ଦେଇ […]

PCR Van

Madhupriya Mistry
  • Published: Sunday, 17 July 2022
  • , Updated: 17 July 2022, 10:22 AM IST

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ନେତା ନବୀନ ଜିନ୍ଦଲଙ୍କ ସୁରକ୍ଷାରେ ମୁତୟନ ଥିବା ପିସିଆର୍‌ ଭ୍ୟାନ୍‌କୁ ଭାଙ୍ଗିଲେ ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ଏହି ଆକ୍ରମଣ କରିଛନ୍ତି। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ନବୀନ ଜିନ୍ଦଲ।

ଏହି ଆକ୍ରମଣକୁ ତାଙ୍କ ପରିବାରର ସୁରକ୍ଷା ସହ ଯୋଡି ନବୀନ ଜିନ୍ଦଲ ଟ୍ୱିଟ୍‌ କହିଛନ୍ତି, 'ଇସଲାମିକ ଜିହାଦୀମାନଙ୍କ ଦ୍ୱାରା ମୋ ପରିବାରର ଜୀବନ ପ୍ରତି ବିପଦ ରହିଛି। ଏନେଇ ମୁଁ ଦିଲ୍ଲୀ ପୁଲିସକୁ ବାରମ୍ବାର ପ୍ରମାଣ ଦେଇ ସାରିଛି। ଘର ବାହାରେ ଏକ ପିସିଆର୍‌ ଭ୍ୟାନ୍‌ ଓ ଜଣେ ସୁରକ୍ଷାକର୍ମୀ ମୁତୟନ ଥିଲେ। ରାତିରେ ଜିହାଦୀମାନେ ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା କରି ମୋ ପରିବାର ଓ ମୋ ଉପରେ ଆଗକୁ ଆକ୍ରମଣ କରିବେ ବୋଲି ବାର୍ତ୍ତା ଦେଇଛନ୍ତି।'

କେବଳ ସେତିକି ନୁହେଁ ନବୀନ ଜିନ୍ଦଲ ଲକ୍ଷ୍ମୀନଗର ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, 'ସେ ପ୍ରାୟତଃ ତିନିରୁ ଚାରିଜଣ ପୁଲିସ କର୍ମଚାରୀଙ୍କ ସହ ଆସି ଫଟୋ ଉଠାଇ ଚାଲିଯାଆନ୍ତି। ମୋର ଓ ମୋ ପାରିବାର ଜୀବନ ପ୍ରତି ବିପଦ ଥିବା ତାଙ୍କୁ ମୁଁ ଅନେକ ଥର କହିଛି, କିନ୍ତୁ ପ୍ରତିଥର ଲକ୍ଷ୍ମୀନଗର ଥାନା ପ୍ରଭାରୀ ସୁରକ୍ଷାରେ ମୁତୟନ କରିବା ପାଇଁ ଷ୍ଟାଫ୍‌ କମ୍‌ ଥିବା ବାହାନା ଦେଖାଇଛନ୍ତି।'

ଦିଲ୍ଲୀ ପୁଲିସ କମିଶନରଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ପୂର୍ବତନ ବିଜେପି ନେତା ନିଜ ତଥା ପରିବାରର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଜୁନ୍ ୨୯ ତାରିଖରେ ମଧ୍ୟ ନବୀନ ଜିନ୍ଦଲ ଟ୍ୱିଟ୍ କରି ତାଙ୍କୁ ହତ୍ୟା କରିବାର ଧମକ ଦିଆଯାଉଥିବା ବିଷୟରେ କହିଥିଲେ।

ଉଲ୍ଲେଖଯୋଗ୍ୟ, ନବୀନ ଜିନ୍ଦଲ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଏକ ଦେଇଥିବା ଏକ ବୟାନକୁ ନେଇ ବିବାଦ ଘେରକୁ ଆସିଥିଲେ। ଏହା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

https://twitter.com/naveenjindalbjp/status/1548493436923543552?s=20&t=lkl4jdrZneK-pPyrLX4Hig

Related story