ଚାଲିଗଲେ ଗୋଆର ପୂର୍ବତନ ମନ୍ତ୍ରୀ

ପାଣାଜି: ଗୋଆର ପୂର୍ବତନ ସଡ଼କ ପରିବହନ ମନ୍ତ୍ରୀ ପାଣ୍ଡୁରାଙ୍ଗ ରାୱତଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।  ଦୀର୍ଘଦିନ ଧରି ରାୱତଙ୍କ ଶାରିରୀକ ଅସୁସ୍ଥ ଥିଲେ। ଆଜି ସକାଳେ ଉତ୍ତର ଗୋଆର ବିଚୋଲିମଠାରେ ତାଙ୍କ ବାଷଭବନରେ ରାୱତଙ୍କ ପରଲୋକ ଘଟିଛି। ବିଚୋଲିମର ପୂର୍ବତନ ବିଧାୟକ ଥିବା ରାୱତ ମହାରାଷ୍ଟ୍ରୱାଡ଼ି ଗୋମାନଟକ ପାର୍ଟିରେ ସକ୍ରିୟ ନେତା ଥିଲେ।  କିନ୍ତୁ ୨୦୧୭ରେ ସେ ନୂଆ […]

minister

  • Published: Monday, 03 October 2022
  • , Updated: 03 October 2022, 01:31 PM IST

ପାଣାଜି: ଗୋଆର ପୂର୍ବତନ ସଡ଼କ ପରିବହନ ମନ୍ତ୍ରୀ ପାଣ୍ଡୁରାଙ୍ଗ ରାୱତଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।  ଦୀର୍ଘଦିନ ଧରି ରାୱତଙ୍କ ଶାରିରୀକ ଅସୁସ୍ଥ ଥିଲେ। ଆଜି ସକାଳେ ଉତ୍ତର ଗୋଆର ବିଚୋଲିମଠାରେ ତାଙ୍କ ବାଷଭବନରେ ରାୱତଙ୍କ ପରଲୋକ ଘଟିଛି। ବିଚୋଲିମର ପୂର୍ବତନ ବିଧାୟକ ଥିବା ରାୱତ ମହାରାଷ୍ଟ୍ରୱାଡ଼ି ଗୋମାନଟକ ପାର୍ଟିରେ ସକ୍ରିୟ ନେତା ଥିଲେ।  କିନ୍ତୁ ୨୦୧୭ରେ ସେ ନୂଆ ଦଳ ଗୋଆ ପ୍ରଜା ପାର୍ଟି ଗଠନ କରିଥି। ୧୯୮୯ରେ ସେ ପ୍ରଥମଥର ପାଇଁ ଏମଜିପି ଟିକେଟରୁ ବିଚୋଲିମ ବିଧାନସଭା ଆସନରୁ  ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ  ସେ ପୁନର୍ବାର ଏହି ଆସନରୁ ନିର୍ବାଚିତ ହୋଇଥିଲେ।  ଫେବୃଆରୀ ୧୯୯୧ରୁ ଏପ୍ରିଲ ୧୯୯୪ ପର୍ଯ୍ୟନ୍ତ ସେ ଗୋଆରେ କ୍ୟାବିନେଟ ମନ୍ତ୍ରୀ ଥିଲେ।  ତାଙ୍କ ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଶୋକ ବ୍ୟକ୍ତ କରିଛନ୍ତି । ଗୋଆର ବିକାଶରେ ପାଣ୍ଡୁରାଙ୍ଗ ଅବଦାନ ଅତୁଳନୀୟ। ତାଙ୍କ ପରଲୋକ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ପ୍ରମୋଦ କହିଛନ୍ତି। ସେହିପରି ତାଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି ବୋଲି ସେ ଟ୍ୱିଟ କରିଛନ୍ତି।

Related story