ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧି ୩ ମାସ ବୃଦ୍ଧି

ନୂଆଦିଲ୍ଲୀ: ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି। ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି  ସରକାର ଏହି ପଦକ୍ଷେପ ନେଇଛନ୍ତି। ସେହିପରି ଭାରତୀୟ ରେଲୱେର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି। ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।  ପିଏମ ଗରିବ […]

ration

  • Published: Wednesday, 28 September 2022
  • , Updated: 28 September 2022, 03:50 PM IST

ନୂଆଦିଲ୍ଲୀ: ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି। ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି  ସରକାର ଏହି ପଦକ୍ଷେପ ନେଇଛନ୍ତି। ସେହିପରି ଭାରତୀୟ ରେଲୱେର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି। ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।  ପିଏମ ଗରିବ କଏ୍ୟାଣ ଅନ୍ନ ଯୋଜନାରେ ହିତ୍ତାଧିକାରୀଙ୍କୁ ଏହି ସୟାୟତା ଯୋଗାଇ ଦିଆଯାଉଛି। ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ।

ସେହିପରି ଆଜି କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗି ୪ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି। ୨୦୨୦ ମସିହାରେ   କେନ୍ଦ୍ର ସରକାର କୋଭିଡ ସମୟରେ  ଏହି ଯୋଜନାର ଆରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନାର ଅବଧି ପୁଣି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା  ।

ଏବେ ପୁଣିଥରେ ସରକାର ଏହି ମାଗଣା ରାସନ ବଣ୍ଟନକୁ  ୩ ମାସ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ  ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି ।

Related story