ବିମାନ ପାଇଁ ଶସ୍ତା, ବାଇକ୍ ପାଇଁ ମହଙ୍ଗା

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ପେଟ୍ରୋଲ ମହଙ୍ଗା। ହେଲେ ବିମାନ ପାଇଁ ବ୍ୟବହାର ହେଥିବା ତେଲ ଶସ୍ତା।  ଏୟାରଲାଇନ୍ସ ପାଇଁ ବ୍ୟବହାର ହେଥିବା ଏୟାର ଟର୍ବାଇନ ଇନ୍ଧନ (ଏଟିଏଫ) ପେଟ୍ରୋଲ ଠାରୁ ୩୩ ପ୍ରତିଶତ ଶସ୍ତା। ସୋମବାର ପେଟ୍ରୋଲ ଏବଂ ଡିଜେଲ ତେଲ  ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି । ରବିବାର ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି।  ଏମିତିକି  ବିମାନ ସେବା ପାଇଁ ବ୍ୟବହାର ହେଉଥିବା ATF ଠାରୁ ଯଥେଷ୍ଟ ଅଧିକ ଥିଲା।  […]

Petrol

Tapas Behera
  • Published: Monday, 18 October 2021
  • , Updated: 18 October 2021, 05:15 PM IST

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ପେଟ୍ରୋଲ ମହଙ୍ଗା। ହେଲେ ବିମାନ ପାଇଁ ବ୍ୟବହାର ହେଥିବା ତେଲ ଶସ୍ତା।  ଏୟାରଲାଇନ୍ସ ପାଇଁ ବ୍ୟବହାର ହେଥିବା ଏୟାର ଟର୍ବାଇନ ଇନ୍ଧନ (ଏଟିଏଫ) ପେଟ୍ରୋଲ ଠାରୁ ୩୩ ପ୍ରତିଶତ ଶସ୍ତା। ସୋମବାର ପେଟ୍ରୋଲ ଏବଂ ଡିଜେଲ ତେଲ  ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି । ରବିବାର ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି।  ଏମିତିକି  ବିମାନ ସେବା ପାଇଁ ବ୍ୟବହାର ହେଉଥିବା ATF ଠାରୁ ଯଥେଷ୍ଟ ଅଧିକ ଥିଲା।   ବର୍ତ୍ତମାନ ସମସ୍ତ ରାଜ୍ୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୫.୮୪ ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା ୧୧୧.୭୭ ଟଙ୍କାକୁ ବୃଦ୍ଧି ପାଇଛି। ଡିଜେଲର ମୂଲ୍ୟ ଦିଲ୍ଲୀରେ ୯୪.୫୭ ଟଙ୍କା ଏବଂ ମୁମ୍ବାଇରେ ଲିଟର ୧୦୨.୫୨ ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ପେଟ୍ରୋଲର ମୂଲ୍ୟ ୧୧୭.୮୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ୧୦୫.୯୫ ଟଙ୍କା ରହିଛି। ଅନ୍ୟପକ୍ଷରେ, ଦିଲ୍ଲୀର ଏଟିଏଫ ଲିଟର ପିଛା ୭୯ଟଙ୍କା ରହିଛି। ସେହିଭଳି ଡିଜେଲ ଦର ସେଠାରେ ୧୦୮ ଟଙ୍କା ଟପି ୧୦୮.୫୬ ଟଙ୍କାରେ  ପହଞ୍ଚିଛି। ଏବେ ଏହାର ଦର ମଧ୍ୟ ବୃଦ୍ଧି ପାଇ ୧୦୯ ଟଙ୍କା ୫୦ ପଇସା ରହିଛି। ସ୍ପିଡ୍ ପେଟ୍ରୋଲ ଦର ୧୧୬ ଟଙ୍କା ୫୪ ପଇସାରେ ବିକ୍ରି ହେଉଛି।

ଦେଶରେ ଏବେ ପ୍ରାୟ ସବୁ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ପେଟ୍ରୋଲ୍ ବିକ୍ରି ହେଉଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, କେରଳ, କର୍ଣ୍ଣାଟକ ଓ ଲଦାଖ୍‌ରେ ଡିଜେଲ୍‌ ମଧ୍ୟ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବା ଆଳରେ ସରକାରୀ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ବିମାନରେ ବ୍ୟବହୃତ ହେଉଥିବା ଇନ୍ଧନ ତୁଳନାରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଅଧିକ ରହିଛି।

Related story