ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ା ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଆଜି ସକାଳେ କଂଗ୍ରେସ ନେତା ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରାବେଳେ ଆଜି ସ୍ଥାନୀୟ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି । ରାହୁଲଙ୍କ ଯାତ୍ରାକୁ ତାମିଲନାଡୁ, କେରଳ ପରେ କର୍ଣ୍ଣାଟକରେ ଭଲ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଗତକାଲି ମାଣ୍ଡ୍ୟା ଜିଲ୍ଲାରେ ପଦଯାତ୍ରା ବେଳେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ […]

rahul

  • Published: Saturday, 08 October 2022
  • , Updated: 08 October 2022, 10:07 AM IST

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ା ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଆଜି ସକାଳେ କଂଗ୍ରେସ ନେତା ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରାବେଳେ ଆଜି ସ୍ଥାନୀୟ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି । ରାହୁଲଙ୍କ ଯାତ୍ରାକୁ ତାମିଲନାଡୁ, କେରଳ ପରେ କର୍ଣ୍ଣାଟକରେ ଭଲ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଗତକାଲି ମାଣ୍ଡ୍ୟା ଜିଲ୍ଲାରେ ପଦଯାତ୍ରା ବେଳେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମାଆ  ଓ ଭଉଣୀ ରାହୁଲଙ୍କ ସହ ପଦଯାତ୍ରା କରିଥିଲେ । କନ୍ୟାକୁମାରୀରୁ କାଶ୍ମୀର ଯାଏ ହେବାକୁ ଥିବା ଏହି ଭାରତ ଯୋଡ଼ୋ ଯାତ୍ରା ୩୦ ଦିନ ପୂରଣ କରିଛି । ଏହାସହ ତିନି ରାଜ୍ୟରେ ୭୦୦ କିଲୋମିଟର ଅତିକ୍ରମ କରିସାରିଛି।  ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ଯାତ୍ରା।  ଆଉ ୧୨୦ ଦିନ ଏହି ଯାତ୍ରା ଚାଲିବ । ବେରୋଜଗାରୀ, ଦରବୃଦ୍ଧି ଓ ଧାର୍ମିକ ଧ୍ରୁବୀକରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏହି ଭାରତ ଯୋଡ଼ୋ ଯାତ୍ରା କରାଯାଉଛି।

Related story