ବେଙ୍ଗର ଆକାର ମଣିଷ ଛୁଆ ଭଳି, ଲୋକେ ଦେଖି ସ୍ତବ୍ଧ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ମଣିଷ ଛୁଆ ଭଳି ବେଙ୍ଗ ଠାବ ହୋଇଛି? ହଁ ଆପଣ ଠିକ୍‌ ଶୁଣିଛନ୍ତି ବିଶ୍ୱର ସବୁଠାରୁ ବିରାଟକାୟ ବେଙ୍ଗକୁ ସୋଲମୋନ ଦ୍ୱୀପପୁଞ୍ଜରେ ରହୁଥିବା ଲୋକମାନେ ଠାବ କରିଛନ୍ତି। ଏହି ବେଙ୍ଗର ଆକାର ଗୋଟିଏ ମଣିଷ ଛୁଆ ଭଳି। ହୋନିଆରାରେ ରହୁଥିବା ଜିମ୍ମି ହୁଗୋ ଏହି ବିରାଟ କାୟ ବେଙ୍ଗକୁ ଜଣେ ପିଲା ଧରିଥିବା ବେଳର ଫୋଟକୁ ପୋଷ୍ଟ କରିଛନ୍ତି। ହୁଗୋଙ୍କ ସୂଚନା ଅନୁଯାୟୀ, ଏପ୍ରିଲ […]

Frog

Hemant Lenka
  • Published: Wednesday, 12 May 2021
  • , Updated: 12 May 2021, 04:29 PM IST

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ମଣିଷ ଛୁଆ ଭଳି ବେଙ୍ଗ ଠାବ ହୋଇଛି? ହଁ ଆପଣ ଠିକ୍‌ ଶୁଣିଛନ୍ତି ବିଶ୍ୱର ସବୁଠାରୁ ବିରାଟକାୟ ବେଙ୍ଗକୁ ସୋଲମୋନ ଦ୍ୱୀପପୁଞ୍ଜରେ ରହୁଥିବା ଲୋକମାନେ ଠାବ କରିଛନ୍ତି। ଏହି ବେଙ୍ଗର ଆକାର ଗୋଟିଏ ମଣିଷ ଛୁଆ ଭଳି। ହୋନିଆରାରେ ରହୁଥିବା ଜିମ୍ମି ହୁଗୋ ଏହି ବିରାଟ କାୟ ବେଙ୍ଗକୁ ଜଣେ ପିଲା ଧରିଥିବା ବେଳର ଫୋଟକୁ ପୋଷ୍ଟ କରିଛନ୍ତି।

ହୁଗୋଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ମିଲ୍‌ ଶ୍ରମିକମାନେ ଜଙ୍ଗଲରେ ବଣୁଆ ଘୁଷୁରୀ ଶିକାର କରୁଥିଲେ। ଏହି ସମୟରେ ସେମାନଙ୍କ ନଜର ଏହି ବିଶାଳ ବେଙ୍ଗ ଉପରେ ପଡ଼ିଥିଲା। ସେମାନେ ଏହାକୁ କାବୁ କରିଥିଲେ। ବେଙ୍ଗଟି ପୂରା ମଣିଷ ଛୁଆ ଆକାରର ହୋଇଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ହୁଗୋ ଫେସବୁକ୍‌ରେ ଫଟୋ ଶେୟାର କରି କହିଛନ୍ତି, ଏହାକୁ ବୁଦା ଚିକେନ କୁହାଯାଏ। ଏହି ବିରାଟକାୟ ବେଙ୍ଗର ଫଟୋ ଫେସବୁକ୍‌ରେ ଭାଇରାଲ ହେବାରେ ଲାଗିଛି। ୮୦୦ରୁ ଅଧିକ ଶେୟାର କରିଥିବା ବେଳେ ହଜାର ହଜାର ଲୋକ କମେଣ୍ଟ କରିଛନ୍ତି।

ହୁଗୋ କହିଛନ୍ତି, “ପ୍ରଥମେ ମୁଁ ଭାବିଥିଲି ଏହାକୁ କେହି ପସନ୍ଦ କରିବେନି। କିନ୍ତୁ ହଠାତ୍‌ ଲୋକମାନେ ଏହାକୁ ଶେୟାର କରିବା ସହ କମେଣ୍ଟ କରିବା ଆରମ୍ଭ କରିଥିଲେ। ଲୋକମାନେ ଫଟୋକୁ ଦେଖି କ’ଣ ପ୍ରତିକ୍ରିୟା ଦେଉଛନ୍ତି, ତା’କୁ ଦେଖିବା ପାଇଁ ମୁଁ ବେଶ ଉତ୍ସାହିତ ଥିଲି।”

ସୋଲମୋନ ଓ ପପୁଆ ନ୍ୟୁ ଗୁଏନାରେ ଏହି ବିରାଟକାୟ Cornufer guppyi ବେଙ୍ଗକୁ ବୁଦା ଚିକେନ ବୋଲି କୁହାଯାଏ। ଏହାକୁ ଲୋକମାନେ ଶିକାର କରନ୍ତି ଓ ରାନ୍ଧି ମାଂସ ଭାବେ ଖାଆନ୍ତି। ହୁଗୋ ମଧ୍ୟ ଏହି ବୁଦା ଚିକେନର ସ୍ୱାଦ ଅତ୍ୟନ୍ତ ନିଆରା ଥିଲା ବୋଲି କହିଛନ୍ତି।

Related story