କୁକୁର ଛୁଆକୁ ରକ୍ଷା କରିବାକୁ ଯାଇ ୯ମ ମହଲାରୁ ଖସିପଡ଼ିଲା ୧୨ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ଅଭାବନୀୟ ଘଟଣା ଘଟିଛି। ବାଲକୋନୀରେ ଫସି ରହିଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିବାକୁ ଯାଇ ଜଣେ ୧୨ ବର୍ଷୀୟ ଝିଅ ୯ମ ମହଲାରୁ ସିଧା ତଳକୁ ଖସି ପଡ଼ିଛନ୍ତି। ଫଳରେ ଝିଅଟିର ଜୀବନ ଚାଲି ଯାଇଛି। କୁକୁର ଛୁଆଟି ମଧ୍ୟ ତଳକୁ ଖସି ପ୍ରାଣ ହରାଇଛି। ୭ମ ଶ୍ରେଣୀ ପଢ଼ୁଥିବା ଜୋତ୍ସ୍ନା ନିଜର ପୋଷା କୁକୁର ଛୁଆ ସହ ଘରର ବାଲକୋନୀରେ ଖେଳୁଥିଲେ। ଏହି ସମୟରେ କୁକୁର ଛୁଆଟି ତାଙ୍କ […]

Girl

Hemant Lenka
  • Published: Thursday, 26 August 2021
  • , Updated: 26 August 2021, 09:01 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ଅଭାବନୀୟ ଘଟଣା ଘଟିଛି। ବାଲକୋନୀରେ ଫସି ରହିଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିବାକୁ ଯାଇ ଜଣେ ୧୨ ବର୍ଷୀୟ ଝିଅ ୯ମ ମହଲାରୁ ସିଧା ତଳକୁ ଖସି ପଡ଼ିଛନ୍ତି। ଫଳରେ ଝିଅଟିର ଜୀବନ ଚାଲି ଯାଇଛି। କୁକୁର ଛୁଆଟି ମଧ୍ୟ ତଳକୁ ଖସି ପ୍ରାଣ ହରାଇଛି।

୭ମ ଶ୍ରେଣୀ ପଢ଼ୁଥିବା ଜୋତ୍ସ୍ନା ନିଜର ପୋଷା କୁକୁର ଛୁଆ ସହ ଘରର ବାଲକୋନୀରେ ଖେଳୁଥିଲେ। ଏହି ସମୟରେ କୁକୁର ଛୁଆଟି ତାଙ୍କ ହାତକୁ ଖସି ଯାଇ ବାଲକୋନୀରେ ଲାଗିଥିବା ଜାଲ୍‌ରେ ଫସି ଯାଇଥିଲା। ଜାଲରୁ ଜୋତ୍ସ୍ନା କୁକୁର ଛୁଆଟିକୁ ମୁକ୍ତ କରିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ସମୟରେ ହଠାତ୍‌ ସେ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ସେ କୁକୁଆ ଛୁଆଟି ସହ ସିଧା ତଳକୁ ଖସି ପଡ଼ିଥିଲେ।

ପୁଲିସ୍‌ କହିଛି ଯେ ଗାଜିଆବାଦର ଗୌର ହୋମ୍ସ ହାଉସିଂ ସୋସାଇଟିରେ ବୁଧବାର ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିଲା। ଖସି ପଡ଼ିବାର ଶବ୍ଦ ଶୁଣି ଜୋତ୍ସ୍ନାଙ୍କ ମା’ କିରଣ ତୁରନ୍ତ ତଳକୁ ଦୌଡ଼ି ଆସିଥିଲେ। ହେଲେ ସେତେବେଳକୁ ଝିଅ ସହ ପୋଷା କୁକୁର ଛୁଆର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ବେଳେ ଘରେ କେବଳ ଜୋତ୍ସ୍ନାଙ୍କ ମା’ ରହିଥିଲେ।

Related story