ନାଲିବତୀ ଜଳିଲା! ୨୦୩୦ ସୁଦ୍ଧା ପୃଥିବୀର ଉତ୍ତାପ ବଢ଼ିବ ୧.୫ ଡିଗ୍ରୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ଏହାର ପ୍ରଭାବ କେଉଁଭଳି ଭାବେ ବିଶ୍ୱ ତାପାୟନ ଉପରେ ପଡ଼ିବ, ତା’କୁ ନେଇ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ଆକଳନର ୧୦ ବର୍ଷ ପୂର୍ବରୁ ପୃଥିବୀର ତାପାମାତ୍ରା ପ୍ରାୟ ୧.୫ ଡିଗ୍ରୀ ସେଲସିୟସ ବଢ଼ିଯିବ। ଏହା ଫଳରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ ଏପରି ତଥ୍ୟ ଦିଆଯାଇଛି। ଏହି ରିପୋର୍ଟ ବିଶ୍ୱ ପାଇଁ ଲାଲ […]

Cold

Hemant Lenka
  • Published: Monday, 09 August 2021
  • , Updated: 09 August 2021, 05:21 PM IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ଏହାର ପ୍ରଭାବ କେଉଁଭଳି ଭାବେ ବିଶ୍ୱ ତାପାୟନ ଉପରେ ପଡ଼ିବ, ତା’କୁ ନେଇ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ଆକଳନର ୧୦ ବର୍ଷ ପୂର୍ବରୁ ପୃଥିବୀର ତାପାମାତ୍ରା ପ୍ରାୟ ୧.୫ ଡିଗ୍ରୀ ସେଲସିୟସ ବଢ଼ିଯିବ। ଏହା ଫଳରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ ଏପରି ତଥ୍ୟ ଦିଆଯାଇଛି। ଏହି ରିପୋର୍ଟ ବିଶ୍ୱ ପାଇଁ ଲାଲ ସଂକେତ ବୋଲି କୁହାଯାଉଛି।

ଏଥିରେ କୁହାଯାଇଛି, ଏବେ ଠାରୁ ହିଁ ବିଶ୍ୱର ବିଭିନ୍ନ ସ୍ଥାନରେ ଉତ୍ତାପ ବଢ଼ୁଥିବାର କୁପରିଣାମ ଦେଖିବାକୁ ମିଳିଲାଣି। ତାପମାତ୍ରା ବଢ଼ୁଥିବାରୁ ସମୁଦ୍ର ଜଳ ପତ୍ତନ ମଧ୍ୟ ବଢ଼ୁଛି। ୧୯୦୧ରୁ ୨୦୧୮ ମଧ୍ୟରେ ବିଶ୍ୱରେ ସମୁଦ୍ର ପତ୍ତନ ହାରାହାରି ୦.୨୦ ମିଟର ବୃଦ୍ଧି ପାଇଛି।

ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ଆନ୍ତଃ ସରକାରୀ ପ୍ୟାନେଲ୍ ସୋମବାର ଏହାର ଷଷ୍ଠ ଆସେସମେଣ୍ଟ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଥିବା ୧୯୫ ଦେଶ ଭିତରେ ଭାରତ ମଧ୍ୟ ରହିଛି। ବୈଜ୍ଞାନିକମାନେ ପୃଥିବୀର ଜଳବାୟୁ ଓ ସମଗ୍ର ବିଶ୍ୱରେ ଇକୋସିଷ୍ଟମର ଯାଞ୍ଚ କରିଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଯେଉଁ ବିପଦ ଆସିବାର ଥିଲା, ସେଗୁଡ଼ିକ ଏବେଠାରୁ ଦୃଶ୍ୟମାନ ହେବାରେ ଲାଗିଲାଣି।

ସମୁଦ୍ରରେ ଜଳସ୍ତର ବଢ଼ୁଥିବାରୁ ଏହା ସମଗ୍ର ବିଶ୍ୱ ପାଇଁ ବିପଦ। ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଶହ ଶହ କିମ୍ବା ହଜାର ହଜାର ବର୍ଷ ଲାଗିପାରେ ବୋଲି ସେମାନେ ରିପୋର୍ଟରେ କହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ:

୧-ପୃଥିବୀ ଶୀଘ୍ର ଗରମ ହେବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ୨୦୩୦ ସୁଦ୍ଧା ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ପୂର୍ବରୁ ଅର୍ଥାତ ୨୦୧୮ରେ ୨୦୪୦ ସୁଦ୍ଧା ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ବଢ଼ିବ ବୋଲି କୁହାଯାଇଥିଲା। ତେଣୁ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଉତ୍ତାପ ବଢ଼ିଯିବ। ଏହା ହେଉଛି ସବୁଠାରୁ ବଡ଼ ବିପଦ।

୨. ସମୁଦ୍ରର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ୧୯୦୧ରୁ ୧୯୭୧ ମଧ୍ୟରେ ଏହା ବାର୍ଷିକ ହାରାହାରି ୧.୩ମିମି ବଢ଼ିଥିଲା। କିନ୍ତୁ ୨୦୦୬ରୁ ୨୦୧୮ ମଧ୍ୟରେ ଏହା ପ୍ରତିବର୍ଷ ୩.୭ ମିଲିମିଟର ହାରରେ ବଢ଼ୁଛି। ୧୯୦୧ରୁ ୨୦୧୮ ମଧ୍ୟରେ ବିଶ୍ୱ ସମୁଦ୍ର ଜଳ ସ୍ତର ୦.୧୫ ରୁ ୦.୨୫ ମିଟର ବୃଦ୍ଧି ଘଟିଛି |

୩. ୧୯୫୦ ପରଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳ ହିଟ୍‌ୱେଭ ଦେଖାଯାଉଛି। ଏହି ସମୟରେ ଥଣ୍ଡାର ସମୟ କ୍ରମାଗତ ଭାବେ ହ୍ରାସ ପାଉଛି। ଲୋକଙ୍କ ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ହିଁ ବିଶ୍ୱ ତାପନର ମୁଖ୍ୟ କାରଣ। ଯଦି ଏହା ତୁରନ୍ତ ନିୟନ୍ତ୍ରିତ ନହୁଏ, ତେବେ ଏହାକୁ ଭୟଙ୍କର ସ୍ଥିତି ସୃଷ୍ଟି କରିବ।

୪. ସହର ଗୁଡ଼ିକ ଏବେ ବିଶ୍ୱ ତାପନର ନୂଆ ହଟସ୍ପଟ୍ ପାଲଟିଛି। ଜଳ,ଗଛ ଓ ଉଦ୍ଭିଦ ଅଭାବ ହେତୁ ଏଠାରେ ଗୋଟିଏ ଉତ୍ତାପର ଜାଲ ସୃଷ୍ଟି ହୋଇଛି।

୫. ପୂର୍ବରୁ ୧୦ କିମ୍ବା ୫୦ ବର୍ଷ ପରେ ବ୍ୟବଧାନରେ ପ୍ରବଳ ଗରମ, ଭୟଙ୍କର ବର୍ଷା କିମ୍ବା ମରୁଡ଼ି ଘଟଣା ଘଟୁଥିଲା। କିନ୍ତୁ ଏବେ ଏହି ଘଟଣା ଗୁଡ଼ିକ ନିୟମିତ ଘଟିବାରେ ଲାଗିଛି। ଏଥିପାଇଁ ଧନଜୀବନ ହାନୀ ଘଟିବାରେ ଲାଗିଛି।

କାର୍ବନ ଡାଇଅକ୍ସାଇଡ୍ କିମ୍ବା ପୃଥିବୀର ତାପାମାତ୍ରାକୁ ବୃଦ୍ଧି କରୁଥିବା ଅନ୍ୟାନ୍ୟ ଗ୍ରୀନ୍ ହାଉସ୍ ଗ୍ୟାସକୁ ହ୍ରାସ କରି ଜଳବାୟୁ ପରିବର୍ତ୍ତନର କୁ ପ୍ରଭାବକୁ ରୋକା ଯାଇପାରିବ। କିନ୍ତୁ ବିଶ୍ୱର ସବୁ ରାଷ୍ଟ୍ରକୁ ଏମିତି ଏକାଠି ଚୁକ୍ତି କରିବାକୁ ପଡ଼ିବ। ଚଳିତ ବର୍ଷ ବ୍ରିଟେନର ଗ୍ଲାସଗୋରେ ଗୋଟିଏ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଦୂଷଣକାରୀ ଉପାଦାନକୁ ହ୍ରାସ କରିବା ପାଇଁ ବିସ୍ତୃତ ଭାବେ ବିଭିନ୍ନ ଦେଶ ଆଲୋଚନା କରିବେ।

ଯଦି ବି ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବାକୁ ଚେଷ୍ଟା କରାଯାଏ, ତା’ହେଲେ ବିଶ୍ୱର ହାରାହାରି ତାପମାତ୍ରା ସ୍ଥିର ହେବା ପାଇଁ ୨୦ରୁ ୩୦ ବର୍ଷ ଲାଗିବ।

Related story