ଜୁନ୍‌ ୭ ଯାଏ ଲକଡାଉନ ବଢ଼ଇଲା ଏହି ରାଜ୍ୟ

ପାଣାଜୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲାଗିଥିବା ଲକଡାଉନ ଅବଧିକୁ ଜୁନ୍‌ ୭ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଲାଗିଥିବା ଲକଡାଉନ ୩୧ ତାରିଖରେ ଶେଷ ହେବାର ଥିଲା। ହେଲେ ଏବେ ଏହା ଜୁନ୍‌ ୭ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ। ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ […]

corona

Hemant Lenka
  • Published: Saturday, 29 May 2021
  • , Updated: 29 May 2021, 06:05 PM IST

ପାଣାଜୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲାଗିଥିବା ଲକଡାଉନ ଅବଧିକୁ ଜୁନ୍‌ ୭ଯାଏ ବୃଦ୍ଧି କରିଛନ୍ତି।

ପୂର୍ବରୁ ଲାଗିଥିବା ଲକଡାଉନ ୩୧ ତାରିଖରେ ଶେଷ ହେବାର ଥିଲା। ହେଲେ ଏବେ ଏହା ଜୁନ୍‌ ୭ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ। ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି, “ଗୋଆ ସରକାର ରାଜ୍ୟରେ ଲାଗିଥିବା କର୍ଫ୍ୟୁକୁ ଜୁନ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ନିର୍ଦ୍ଦେଶନାମା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଜାରି କରିବେ।”


କର୍ଫ୍ୟୁ ସମୟରେ ସମସ୍ତ ପ୍ରକାରର ଜରୁରୀ ସେବା ଜାରି ରହିବ। ଗ୍ରୋସରୀ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନଗୁଡ଼ିକ ସକାଳ ୭ଟାରୁ ଦିନ ୧ଟା ଯାଏ ଖୋଲିବ। ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ହୋମ ଡେଲିଭରୀ କରିପାରିବେ।

୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗୋଆରେ ଗତ ଗୋଟିଏ ମାସ ହେଲାଣି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଶୁକ୍ରବାର ଗୋଆରେ ୧୦୫୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏଯାଏ ରାଜ୍ୟରେ ୧,୫୩,୪୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ୨୫୭୦ ଜଣଙ୍କ ମୃତ୍ୟୁ ଘଟିଛି।

୨୪ ଘଣ୍ଟାରେ ୧୩୯୬ ଜଣ ସୁସ୍ଥ ହେବାରୁ ଗୋଆରେ ଆରୋଗ୍ୟଙ୍କ ସଂଖ୍ୟା ୧,୩୫,୫୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ୧୫,୩୨୬ ରହିଛି। ସେହିପରି ଏଯାଏ ୫ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Related story