ଯାଦୁ ନାଁରେ ଠକି ଥିଲେ ୪୫ ଲକ୍ଷ, ବନ୍ଧା ହେଲେ ଆତ୍ମଘୋଷିତ ବାବାଙ୍କ ସହ ୫

ମୁମ୍ବାଇ: ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣାରେ ମୁମ୍ବାଇ ପୁଲିସ୍‌ ମଧ୍ୟପ୍ରଦେଶର ଜଣେ ତଥାକଥିତ ବାବା ଓ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିଛି। ବାବା ଯାଦୁ ଦ୍ୱାରା ଏତେ ପରିମାଣର ଟଙ୍କାକୁ ଦୁଇ ଗୁଣ କରି ଦେବେ ବୋଲି ଲୋଭ ଦେଖାଇ ଉକ୍ତ ବରିଷ୍ଠ ନାଗରିକଙ୍କୁ ଠକିଛନ୍ତି। ଦହିସାର ପୁଲିସ୍ ଆତ୍ମଘୋଷିତ ବାବା ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି। ମିଳିଥିବା […]

Police

  • Published: Thursday, 28 July 2022
  • , Updated: 28 July 2022, 04:09 PM IST

ମୁମ୍ବାଇ: ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣାରେ ମୁମ୍ବାଇ ପୁଲିସ୍‌ ମଧ୍ୟପ୍ରଦେଶର ଜଣେ ତଥାକଥିତ ବାବା ଓ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିଛି। ବାବା ଯାଦୁ ଦ୍ୱାରା ଏତେ ପରିମାଣର ଟଙ୍କାକୁ ଦୁଇ ଗୁଣ କରି ଦେବେ ବୋଲି ଲୋଭ ଦେଖାଇ ଉକ୍ତ ବରିଷ୍ଠ ନାଗରିକଙ୍କୁ ଠକିଛନ୍ତି। ଦହିସାର ପୁଲିସ୍ ଆତ୍ମଘୋଷିତ ବାବା ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଠକାମୀର ଶିକାର ହୋଇଥିବା ୭୫ ବର୍ଷୀୟ ବୃଦ୍ଧ ଜଣଙ୍କ ପ୍ରଥମେ ଦୁଇ ଅଭିଯୁକ୍ତ ପ୍ରିୟା ସୋନି ଓ ଅଜିତ ପାଟିଲଙ୍କୁ ଭେଟିଥିଲେ। ଏହି ସମୟରେ ବୃଦ୍ଧ ଜଣଙ୍କ କେନ୍ଦ୍ରୀୟ ମୁମ୍ବାଇରେ ରହିବା ପାଇଁ ଘର ଖୋଜୁଥିଲେ। ପ୍ରିୟା ଓ ଅଜିତ ବୃଦ୍ଧଙ୍କ ସହ ବନ୍ଧୁତା କରିଥିଲେ ଓ ପରେ ତାଙ୍କୁ ଗଣେଶ ପାୱାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଥିଲେ।

ସେହି ଠାରେ ହିଁ ବୃଦ୍ଧ ଜଣଙ୍କ ଆତ୍ମଘୋଷିତ ବାବା କୈଳାସ ନାଥଙ୍କୁ ଦେଖିଥିଲେ। କିଛି ଦିନ ପରେ ବାବା କୈଳାସ ଓ ତାଙ୍କ ସହଯୋଗୀମାନେ ବୃଦ୍ଧଙ୍କୁ ଟଙ୍କାର ଲୋଭ ଦେଖାଇଥିଲେ। ମ୍ୟାଜିକ ଦ୍ୱାରା କୈଳାସ ବୃଦ୍ଧଙ୍କ ଟଙ୍କା ଦୁଇ ଗୁଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ରାଜି ହୋଇ ବୃଦ୍ଧ ଜଣଙ୍କ ସେମାନଙ୍କୁ ଟଙ୍କା ଦେଇଥିଲେ। ପ୍ରଥମେ ୨୫ ଲକ୍ଷ ଟଙ୍କା ବାବା କୈଳାସ ବୃଦ୍ଧଙ୍କ ଠାରୁ ନେଇ ଗୋଟିଏ ବନ୍ଦ ଲୁହା ଆଲମାରୀରେ ରଖିଥିଲେ।

ଟଙ୍କା ଦୁଇ ଗୁଣ ହେବାକୁ ୩ ଦିନ ସମୟ ଲାଗିବ ଓ ସେ ଯାଏ କେହି ବି ଲକର ଖୋଲିବେ ନାହିଁ ବୋଲି ବୃଦ୍ଧଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ୩ ଦିନ ପରେ ସେ ଟଙ୍କା ନ ପାଇବାରୁ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଆଉ ୨୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ବୃଦ୍ଧ ଜଣଙ୍କ ପୁଣିଥରେ ସେମାନଙ୍କ କଥାରେ ଟଙ୍କା ଦେଇଥିଲେ। କିନ୍ତୁ ପୂର୍ବଥର ଭଳି ଏଥର ମଧ୍ୟ ତାଙ୍କୁ ଠକାମୀର ଶିକାର ହେବାକୁ ପଡ଼ିଥିଲା।

ଏହା ଜାଣିବା ପରେ ବୃଦ୍ଧ ଜଣଙ୍କ ବସାଇରେ ଥିବା ଜଣେ ନ୍ୟୁଜ ରିପୋର୍ଟରଙ୍କ ସହ ଯୋଗାଯୋଗ କରିଥିଲେ। ଦୀପକ କାଟେକର ନାମକ ଏହି ରିପୋର୍ଟର ଜଣଙ୍କ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରନ୍ତି। ସେ ବୃଦ୍ଧଙ୍କ ଠାରୁ ସବୁ କଥା ଶୁଣିବା ପରେ ଅଜିତ ପାଟିଲଙ୍କୁ ଯୋଗାଯୋଗ କରିଥିଲେ। ପାଟିଲ ମଧ୍ୟ ତାଙ୍କୁ ୧୮ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହି ଟଙ୍କା ସେ ବୃଦ୍ଧଙ୍କୁ ଦେବା ବଦଳରେ ନିଜେ ଚଳୁ କରି ଦେଇଥିଲେ। ପୂରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ପ୍ରିୟା ସୋନି, ଅଜିତ ପାଟିଲ, କୈଳାସ ନାଥ, ଗଣେଶ ପାୱାର ଓ ଦୀପକ କାଟେକରଙ୍କୁ ଗିରଫ କରିଛି।

Related story