ଜାତୀୟ ସୁରକ୍ଷା ପାଇଁ ମେହବୁବାଙ୍କୁ ପାସପୋର୍ଟ ଦେଲେନି ସରକାର!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। କିନ୍ତୁ କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ(ସିଆଇଡି)ର ଗୋଟିଏ ରିପୋର୍ଟ ଆଧାରରେ ତାଙ୍କୁ ପାସପୋର୍ଟ ଦେବାକୁ ସରକାର ମନା କରି ଦେଇଥିବା ସେ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ସିଆଇଡିର ରିପୋର୍ଟକୁ ଆଧାର କରି ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବାରୁ ମୋତେ ପାସପୋର୍ଟ ଦେବାକୁ ମନା କରାଯାଇଛି। ୨୦୧୯ ଅଗଷ୍ଟ ମସିହା ପରେ ଜମ୍ମୁ-କଶ୍ମୀରେ ସୃଷ୍ଟି ହୋଇଥିବା […]

Mehbooba-mufti

Hemant Lenka
  • Published: Monday, 29 March 2021
  • , Updated: 29 March 2021, 02:19 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। କିନ୍ତୁ କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ(ସିଆଇଡି)ର ଗୋଟିଏ ରିପୋର୍ଟ ଆଧାରରେ ତାଙ୍କୁ ପାସପୋର୍ଟ ଦେବାକୁ ସରକାର ମନା କରି ଦେଇଥିବା ସେ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, ସିଆଇଡିର ରିପୋର୍ଟକୁ ଆଧାର କରି ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବାରୁ ମୋତେ ପାସପୋର୍ଟ ଦେବାକୁ ମନା କରାଯାଇଛି। ୨୦୧୯ ଅଗଷ୍ଟ ମସିହା ପରେ ଜମ୍ମୁ-କଶ୍ମୀରେ ସୃଷ୍ଟି ହୋଇଥିବା ତଥାକଥିତ ସ୍ୱାଭାବିକ ପରିସ୍ଥିତିର ଏହା ଏକ ଜ୍ୱଳନ୍ତ ଉଦାହରଣ। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପାସପୋର୍ଟ ଦେବା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଇଛି। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାସପୋର୍ଟ ରଖିବା ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି ମେହବୁବା କଟାକ୍ଷ କରି ଟ୍ୱିଟ କରିଛନ୍ତି। ପାସପୋର୍ଟ ମିଳିବ ନାହିଁ ବୋଲି ଅଫିସ ପକ୍ଷରୁ ତାଙ୍କ ପାଖକୁ ଆସିଥିବା ଚିଠିକୁ ମଧ୍ୟ ମେହବୁବା ଟ୍ୱିଟ କରିଛନ୍ତି।


୨୦୧୯ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହ ଏହାକୁ ଦୁଇ ଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିଥିଲେ।

ଧାରା ୩୭୦ ଉଚ୍ଛେଦ ପୂର୍ବରୁ ମେହବୁବାଙ୍କ ସମେତ ଶତାଧିକ ରାଜନେତାଙ୍କୁ କଶ୍ମୀରରେ ଗୃହବନ୍ଦୀ କରି ରଖାଯାଇଥିଲା। ଗତବର୍ଷ ଶେଷ ଭାଗରେ ମେହବୁବା ଗୃହବନ୍ଦୀରୁ ମୁକ୍ତ ହୋଇଥିଲେ। ଏବେ ତାଙ୍କୁ ପାସପୋର୍ଟ ନ ମିଳିବା ନୂଆ ବିବାଦର ସୂତ୍ରପାତ କରିଛି।

Related story