Advertisment

ଚାଷୀଙ୍କ ପାଇଁ ମୋଦିଙ୍କ ସହ ଝଗଡ଼ା କରିଥିଲେ ରାଜ୍ୟପାଳ!

ନୂଆଦିଲ୍ଲୀ: ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଛି ଦିନ ତଳେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ମୋଦି ମାତ୍ର ୫ ମିନିଟ୍‌ ଭିତରେ ଅହଂକାରୀ ହୋଇପଡ଼ିଥିଲେ। ଚାଷୀମାନେ କ’ଣ ମୋ ପାଇଁ ପ୍ରାଣ ହରାଇଛି ବୋଲି ମୋଦି ରାଗି ଯାଇ ପ୍ରଶ୍ନ କରିଥିଲେ। ଏକଥା ନିଜେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର କହିଛନ୍ତି। ହରିଆଣାର […]

ଅଦ୍ୟତନ ହୋଇଛି
ଚାଷୀଙ୍କ ପାଇଁ ମୋଦିଙ୍କ ସହ ଝଗଡ଼ା କରିଥିଲେ ରାଜ୍ୟପାଳ!

satya

Advertisment

ନୂଆଦିଲ୍ଲୀ: ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଛି ଦିନ ତଳେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ମୋଦି ମାତ୍ର ୫ ମିନିଟ୍‌ ଭିତରେ ଅହଂକାରୀ ହୋଇପଡ଼ିଥିଲେ। ଚାଷୀମାନେ କ’ଣ ମୋ ପାଇଁ ପ୍ରାଣ ହରାଇଛି ବୋଲି ମୋଦି ରାଗି ଯାଇ ପ୍ରଶ୍ନ କରିଥିଲେ। ଏକଥା ନିଜେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର କହିଛନ୍ତି।

Advertisment

ହରିଆଣାର ଦାଦ୍ରୀରେ ଆୟୋଜିତ ଗୋଟିଏ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମଲିକ କହିଛନ୍ତି, “କିଛି ଦିନ ତଳେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲି। ସେ ମାତ୍ର ୫ ମିନିଟ ଭିତରେ ଅହଂକାରୀ ହୋଇପଡ଼ିଥିଲେ।

ମୁଁ ତାଙ୍କୁ କହିଥିଲି ଯେ ଆନ୍ଦୋଳନ ବେଳେ ଆମର ୫୦୦ ଚାଷୀ ପ୍ରାଣ ହରାଇଛନ୍ତି। ଏହା ଶୁଣି ସେ ରାଗି ଯାଇଥିଲେ ଓ କହିଥିଲେ କ’ଣ ମୋ ପାଇଁ ସେମାନେ ମରିଛନ୍ତି? ମୁଁ ତାଙ୍କୁ କହିଥିଲି ହଁ। କାରଣ ଆପଣ ଏବେ ରାଜା। ସେ ଯାହା ବି ହେଉ ତାଙ୍କ ସହ ମୋର ଝଗଡ଼ା ଦ୍ୱାରା ବୈଠକ ଶେଷ ହୋଇଥିଲା। ସେ ମୋତେ ଅମିତ ଶାହଙ୍କୁ ଭେଟିବାକୁ କହିଥିଲି। ମୁଁ ମଧ୍ୟ ଶ୍ରୀ ଶାହଙ୍କୁ ଭେଟିଥିଲି।”

Advertisment

କୁକୁରଟିଏ ମଲେ ପ୍ରଧାନମନ୍ତ୍ରୀ ଶୋକ ବାର୍ତ୍ତା ପଠାଉଛନ୍ତି ବୋଲି ମଧ୍ୟ ଶ୍ରୀ ମଲିକ କହିଛନ୍ତି। ବିଜେପି ସରକାର ବେଳେ ହିଁ ଶ୍ରୀ ମଲିକଙ୍କୁ ଜମ୍ମୁ-କଶ୍ମୀର ଓ ଗୋଆର ରାଜ୍ୟପାଳ କରାଯାଇଥିଲା। ଏହାପରେ ସେ ଏବେ ମେଘାଳୟ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଚାଷୀଙ୍କ ପ୍ରସଙ୍ଗରେ ସେ ବାରମ୍ବାର କେନ୍ଦ୍ର ଓ ବିଜେପି ନେତୃବୃନ୍ଦଙ୍କୁ ଟାର୍ଗେଟ କରୁଛନ୍ତି। ଏପରି ସମାଲୋଚନା ଦ୍ୱାରା ତାଙ୍କର ରାଜ୍ୟପାଳ ପଦ ଯିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ହେଲେ ସେ ଏହାକୁ ଡରନ୍ତି ନାହିଁ ବୋଲି କହିଛନ୍ତି।

ଏବେ ମଲିକ ସିଧାସଳଖ ମୋଦିଙ୍କୁ ଅହଂକାରୀ କହିବା ନୂଆ ବିବାଦ ସୃଷ୍ଟି କରିଛି। ଶ୍ରୀ ମଲିକ କହିଛନ୍ତି, କେନ୍ଦ୍ର ସରକାର ସ୍ୱଚ୍ଛତାର ସହ କୃଷିନ ଆଇନ ବିରୋଧୀ ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ। ଏଥିସହ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରନ୍ତୁ।

ଯଦି ସରକାର ଭାବୁଛନ୍ତି ଆନ୍ଦୋଳନ ଶେଷ ହୋଇଗଲା, ତା’ହେଲେ ସେମିତି କିଛି ବି ହେଇନି। ଆନ୍ଦୋଳନ କେବଳ ସ୍ଥଗିତ ରହିଛି। ଯଦି କିଛି ବି ଅନ୍ୟାୟ ହେବ, ତା’ହେଲେ ପୁଣି ବିକ୍ଷୋଭ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe