ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ କେସ୍‌ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କୋଭିଡ୍ ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ।  କୋଭିଡ୍ ଯୋଗୁ ଘରୋଇ ବିମାନ ପାଇଁ  ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା। ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ […]

indigo(2)

Tapas Behera
  • Published: Tuesday, 12 October 2021
  • , Updated: 12 October 2021, 06:32 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ କେସ୍‌ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କୋଭିଡ୍ ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ।  କୋଭିଡ୍ ଯୋଗୁ ଘରୋଇ ବିମାନ ପାଇଁ  ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା।

ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଘରୋଇ ବିମାନ ଗୁଡ଼ିକ ସେମାନଙ୍କ କ୍ଷମତା ଅନୁଯାୟୀ ଯାତ୍ରୀ ନେଇପାରିବେ ବୋଲି କୁହାଯାଇଛି।

ତେବେ କୋଭିଡ୍‌ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି। ବିଶେଷ କରି ଜୁଲାଇ ୫ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଏହି କେପାସିଟି ୬୫ ପ୍ରତିଶତ ଥିଲା। ଜୁନ୍ ୧ରୁ ଜୁଲାଇ ୫ମଧ୍ୟରେ ଏହି କେପାସିଟି  ୫୦ ପ୍ରତିଶତ ଥିଲା। ଡିସେମ୍ବର ୨୦୨୦ରୁ ଏହି କ୍ଷମତାକୁ ଧିରେ ଧିରେ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

Related story