ଦିନକୁ ୫ ଲକ୍ଷ କୋଭିଡ୍‌ କେସ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିନକୁ ୪.୫ରୁ ୫ ଲକ୍ଷ ପର୍ଯ୍ୟନ୍ତ କୋଭିଡ୍‌ କେସ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଭିକେ ପଲ ଏକଥା କହିଛନ୍ତି। କୋଡିର ପିକ୍‌ ଟାଇମ୍‌ କେବେ ପହଞ୍ଚିବ ତାର ସଠିକ୍ ଆଳକନ କରିବା ଆମ ପାଖରେ ସେମିତି କିଛି ଫର୍ମୁଲା ନାହିଁ। ତଥାପି  ଅଦ୍ୟାବଧି ଦେଶରେ ୭୧ ପ୍ରତିଶତ ଟିକାକରଣ  ହୋଇସାରିଛି। ଯଦି ଦିନକୁ 4.5 ରୁ 5 ଲକ୍ଷ କେସ୍‌ ବୃଦ୍ଧି ହୁଏ ତେବେ ସରକାର […]

covid-child

Tapas Behera
  • Published: Thursday, 07 October 2021
  • , Updated: 07 October 2021, 07:40 PM IST

ନୂଆଦିଲ୍ଲୀ: ଦିନକୁ ୪.୫ରୁ ୫ ଲକ୍ଷ ପର୍ଯ୍ୟନ୍ତ କୋଭିଡ୍‌ କେସ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଭିକେ ପଲ ଏକଥା କହିଛନ୍ତି। କୋଡିର ପିକ୍‌ ଟାଇମ୍‌ କେବେ ପହଞ୍ଚିବ ତାର ସଠିକ୍ ଆଳକନ କରିବା ଆମ ପାଖରେ ସେମିତି କିଛି ଫର୍ମୁଲା ନାହିଁ। ତଥାପି  ଅଦ୍ୟାବଧି ଦେଶରେ ୭୧ ପ୍ରତିଶତ ଟିକାକରଣ  ହୋଇସାରିଛି। ଯଦି ଦିନକୁ 4.5 ରୁ 5 ଲକ୍ଷ କେସ୍‌ ବୃଦ୍ଧି ହୁଏ ତେବେ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ଓ ଆସାମ ସହ ଦେଶରେ ରେ ୨୮ଟି ଜିଲ୍ଲାରେ  ପଜିଟିଭିଟି ହାର 5% ରୁ 10% ମଧ୍ୟରେ ରହୁଛି। ଯାହା ଉଚ୍ଚ ସଂକ୍ରମଣ ହାର ବୋଲି ସେ କହିଛନ୍ତି। ସେହିପରି ୩୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ ରେଟ 10% ରୁ ଅଧିକ ରହୁଛି ବୋଲି  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି। ପୂର୍ବରୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସତର୍କ ରହିବାକୁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଥିଲା।

ଆଗକୁ ପୂଜା ଉତ୍ସବକୁ ଲକ୍ଷ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି।  ଏହି ୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପୂର୍ବରୁ ଦୁର୍ଗା ପୂଜା ଏବଂ ରାମ ଲୀଳା ଉତ୍ସବକୁ ଭର୍ଚୁଆଲି ଦର୍ଶନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ନିବେଦନ କରିଥିଲେ। ସେହିପରି ଭାଇରସଠାରୁ ବର୍ତ୍ତିବା ପାଇଁ ମାସ୍କ  ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତେବେ ଲାକ୍ଷାଦୀପ, ଚଣ୍ଡିଗଡ଼, ଗୋଆ, ହିମାଚଳପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଓ ସିକ୍କିମରେ ୧୦୦ ପ୍ରତିଶତ ଟିକାଦାନ କରାଯାଇଥିବା ସେ କହିଛନ୍ତି।

Related story