ଦିଲ୍ଲୀରେ ଗୁଜରାଟର ବିଜୟ ଉତ୍ସବ: ଖୁସିର ଗଦଗଦ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ଐତିହାସିକ ବିଜୟ ପରେ ଦିଲ୍ଲୀରେ ପାଳନ ହୋଇଛି ବିଜୟ ଉତ୍ସବ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଖୁସିରେ ଗଦଗଦ ହୋଇପଡ଼ିଛନ୍ତି। ଗୁଜରାଟରେ ବିଜେପି ରେକର୍ଡ ୧୫୬ ଆସନରେ ଜିତିଥିବାରୁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ବିକାଶର ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି। ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି, “ ଏପରି ରେକର୍ଡ ବିଜୟ ପାଇଁ ଜନତାଙ୍କ ନିକଟରେ […]

Modi1

  • Published: Thursday, 08 December 2022
  • , Updated: 08 December 2022, 08:33 PM IST

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ଐତିହାସିକ ବିଜୟ ପରେ ଦିଲ୍ଲୀରେ ପାଳନ ହୋଇଛି ବିଜୟ ଉତ୍ସବ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଖୁସିରେ ଗଦଗଦ ହୋଇପଡ଼ିଛନ୍ତି।

ଗୁଜରାଟରେ ବିଜେପି ରେକର୍ଡ ୧୫୬ ଆସନରେ ଜିତିଥିବାରୁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ବିକାଶର ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି।

ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି, “ ଏପରି ରେକର୍ଡ ବିଜୟ ପାଇଁ ଜନତାଙ୍କ ନିକଟରେ ନତମସ୍ତକ ହେଉଛି। ଜନାଦେଶ ଅଭିଭୂତ କରିଛି। ଗୁଜରାଟରେ ଏଥର ଚମତ୍କାର ହୋଇଛି। ମୁଁ ନିଜେ ମୋ ରେକର୍ଡ ଭାଙ୍ଗିବାକୁ ଜନତାଙ୍କୁ ଅପିଲ କରିଥିଲି।

ଲୋକମାନେ ଗୁଜରାଟରେ ଏଥର ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜେପି ପ୍ରତି ବଢୁଥିବା ଜନସମର୍ଥନ ପରିବାରବାଦ ବିରୋଧରେ ଲୋକଙ୍କ ମନରେ ରହିଥିବା ଆକ୍ରୋଶର ପ୍ରତିଫଳନ। ଦେଶହିତରେ ଆମେ ଅନେକ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ। ଆମ କାମକୁ ନେଇ ଯୁବବର୍ଗ ଆମ ଉପରେ ଭରସା ରଖିଛନ୍ତି।

ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି। ଭାରତୀୟ ଭୋଟର ଆଦୌ ଶର୍ଟକଟ ଚାହାନ୍ତି ନାହିଁ। ଦେଶର ଭୋଟର ଭଲ ଭାବେ ସେମାନଙ୍କ ଲାଭ ଓ କ୍ଷତିକୁ ବୁଝିପାରୁଛନ୍ତି। ଶର୍ଟକଟ୍‌ ରାଜନୀତି ଯୋଗୁ ଦେଶ କ୍ଷତି ସହିବ ବୋଲି ସେମାନେ ଜାଣିପାରୁଛନ୍ତି।

ଯଦି ଦେଶର ବିକାଶ ହେବ, ତା’ହେଲେ ସମସ୍ତଙ୍କର ବିକାଶ ହେବ। ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ଭାରତର ବିକାଶ ପାଇଁ ଲୋକଙ୍କମାନଙ୍କ ମନରେ ଥିବା ଦୃଢ଼ ଇଚ୍ଛା ଶକ୍ତି ଗୁଜରାଟ ନିର୍ବାଚନ ରେଜଲ୍ଟରୁ ପ୍ରମାଣିତ ହୋଇଛି। ଏଥରୁ ଗୋଟିଏ ବାର୍ତ୍ତା ଯାଉଛି ଯେ ଯେତେବେଳେ ବି ଦେଶ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, ଲୋକମାନେ ବିଜେପି ଉପରେ ଭରସା ଦେଖାଉଛନ୍ତି।

ରେକର୍ଡ ଭାଙ୍ଗି ଗୁଜରାଟ ନୂଆ ରେକର୍ଡ ସୃଷ୍ଟି କରିଛି। ଗୁଜରାଟ ଇତିହାସରେ ବିଜେପିକୁ ଐତିହାସିକ ଜନାଦେଶ ମିଳିଛି। ରାଜ୍ୟବାସୀ ଆଜି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଜାତି, ବର୍ଗ, ସଂପ୍ରଦାୟ ଓ ସମସ୍ତଙ୍କ ପ୍ରକାରର ବିଭେଦତାରୁ ଉପରେ ରହି ଲୋକମାନେ ବିଜେପି ପାଇଁ ଭୋଟ କରିଛନ୍ତି।

ଯଥାଶୀଘ୍ର ଗରିବ, ମଧ୍ୟବର୍ଗର ଲୋକମାନଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚିବାର ଉଦ୍ଦେଶ୍ୟ ରଖି ଲୋକମାନେ ବିଜେପିକୁ ଭୋଟ ଦେଇଛନ୍ତି। ଦେଶର ହିତ ପାଇଁ ବିଜେପି ନେଇଥିବା ଓ ଆଗକୁ ନେବାକୁ ଥିବା ବଡ଼ବଡ଼ ନିଷ୍ପତ୍ତି ପାଇଁ ଲୋକମାନେ ଭୋଟ ଦେଇଛନ୍ତି। ଶର୍ଟକଟ ରାଜନୀତିର କ୍ଷତି ଭୋଟର ଜାଣିଛନ୍ତି। ଆୟଠାରୁ ବ୍ୟୟ ଅଧିକ ହେଲେ ଦେଶର କଣ ହେବ?”

ମୋଦି ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, “ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିଥିବାରୁ ମୁଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଯେତିକି ଜାଣିଛି କୌଣସି ବୁଥରେ ରି-ପୁଲିଂର ଆବଶ୍ୟକ ପଡ଼ିନି। ମୁଁ ହିମାଚଳ ପ୍ରଦେଶ ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ସେଠାରେ ବିଜେପି ଓ କଂଗ୍ରେସ ମଧ୍ୟ ଭୋଟ ବ୍ୟବଧାନ ମାତ୍ର ୧% ରହିଛି।”

Related story