ଧାଡ଼ିରେ ଆସି ଭୋଟ୍ ଦେଲେ ମୋଦି

ଅହମ୍ମଦାବାଦ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ବୁଥରେ ପହଞ୍ଚିଥିଲେ। ଭୋଟରଙ୍କ ସହିତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଗଣତନ୍ତ୍ରର ଏହି ପର୍ବ ଗୁଜୁରାଟ, […]

Modi cast his vote

Modi cast his vote

Madhupriya Mistry
  • Published: Monday, 05 December 2022
  • Updated: 05 December 2022, 10:59 AM IST

Sports

Latest News

ଅହମ୍ମଦାବାଦ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ବୁଥରେ ପହଞ୍ଚିଥିଲେ। ଭୋଟରଙ୍କ ସହିତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଗଣତନ୍ତ୍ରର ଏହି ପର୍ବ ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀବାସୀଙ୍କ ଦ୍ୱାରା ଉତ୍ସାହର ସହିତ ପାଳନ କରାଯାଇଛି। ମୁଁ ଦେଶର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା କରିଥିବାରୁ ମୁଁ ନିର୍ବାଚନ ଆୟୋଗକୁ ଅଭିନନ୍ଦନ ଜଣାଉଛି।

https://twitter.com/ANI/status/1599624045367947264?s=20&t=Qwq3dGTCUHdPMvmmxcLDvA

ସେହିପରି ଭୋଟ୍ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍। ଅହମ୍ମଦାବାଦ ବିଧାନସଭା କ୍ଷେତ୍ରର ବୁଥ ନଂ-୯୫ ଶିଲଜା ଅନୁପମ ସ୍କୁଲରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି।

ଗୁଜରାଟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ମୋଟ୍ ୯୩ଟି ସିଟରେ ଚାଲିଛି ଭୋଟ୍‌। ୧୪ଟି ଜିଲ୍ଲାରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ଆସନ୍ତା ଡିସେମ୍ବର ୮ ତାରିଖରେ ଫଳାଫଳ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos