ବାବ୍ରି ମାମଲାରେ ପୂର୍ଣ୍ଣଛେଦ, ଗୁଜରାଟ ଦଙ୍ଗା ମାମଲାରେ ଡୋରି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେର୍ଟ କହିଛନ୍ତି ଯେ ଗୁଜୁରାଟ ଦଙ୍ଗା ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନର ବର୍ତ୍ତମାନ କୌଣସି ଅର୍ଥ ନାହିଁ। ତେଣୁ ଏହାଉପରେ […]

SC on babri-mosque

Madhupriya Mistry
  • Published: Tuesday, 30 August 2022
  • , Updated: 30 August 2022, 02:04 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେର୍ଟ କହିଛନ୍ତି ଯେ ଗୁଜୁରାଟ ଦଙ୍ଗା ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନର ବର୍ତ୍ତମାନ କୌଣସି ଅର୍ଥ ନାହିଁ। ତେଣୁ ଏହାଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ। ଗୁଜୁରାଟ ଦଙ୍ଗାର ୯ଟି ମାମଲା ମଧ୍ୟରୁ ୮ଟିରେ ଶୁଣାଣି ଶେଷ ହୋଇଛି ବୋଲି କୋର୍ଟ କହିଛନ୍ତି। ଏହା ବ୍ୟତୀତ ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ କଲ୍ୟାଣ ସିଂହଙ୍କ ସମ୍ପୃକ୍ତି ଥିବା ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏ ମାମଲାର ଆଉ କୌଣସି ମୂଲ୍ୟ ନାହିଁ। ଏହା ମାମଲା ୩୦ ବର୍ଷରୁ ଅଧିକ ହେଲାଣି ଏବଂ ଆବେଦନକାରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମରିଗଲେଣି। ପୂର୍ବରୁ ଅଦାଲତ ଅବମାନନା ପିଟିସନ୍‌ ଦାଏର କରାଯିବା ଉଚିତ ଥିଲା ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୧ରେ ପିଟିସନ୍‌ ଏବଂ ୧୯୯୨ରେ ଅଦାଲତ ଅବମାନନା ଦାଏର କରିଥିବା ମହମ୍ମଦ ଅସଲମ୍‌ ଭୁରେଙ୍କର ୨୦୧୦ରେ ମୃତ୍ୟୁ ହୋଇଯାଇଛି।

ସେହିପରି ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ ଉପୟ କ୍ଷମା ମାଗି ସାରିଛନ୍ତି। ତେଣୁ ଏହି ମାମଳାକୁ ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୯ରେ ଏକ ସାକ୍ଷାତକାର୍‌ରେ ଓକିଲ ପ୍ରଶାନ୍ତ ଭୂଷଣ ପୂର୍ବତନ ଓ ବର୍ତ୍ତମାନର ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରି ପ୍ରଶାନ୍ତ ଭୂଷଣ ଏବଂ ତରୁଣ ତେଜପାଲ ୨୦୨୦ରେ କ୍ଷମା ମାଗି ସାରିଛନ୍ତି ବୋଲି କପିଲ ସିବଲ କହିଛନ୍ତି। ତେଣୁ ଉଭୟଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଥିଲେ। ତାଙ୍କର ଏହି ଦାବିକୁ ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ବେଞ୍ଚ ଗ୍ରହଣ କରିଛନ୍ତି।

Related story