ହୋଟେଲ ଭିତରେ ବୋମା! ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ହୋଟେଲ ଭିତରେ ଅଛି ବୋମା। ଏଭଳି କିଛି ଫୋନ୍‌ କଲ୍‌ ଆସିଛି ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଥିବା ଲିଲା ହୋଟେଲକୁ। ଏହାପରେ ଆତଙ୍କିତ ହୋଇପଡିଛନ୍ତି ଲୋକେ। ଆରମ୍ଭ ହୋଇଛି ଧରପଗଡ। ପୂରା ହୋଟେଲକୁ ଖାଲି କରାଯାଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମା କେଉଁଠି ଅଛି ସେ ନେଇ ଅନୁସନ୍ଧାନ ଚଲାଇଛି। ଗୁରୁଗ୍ରାମର ଏମ୍ବିୟନ୍ସ ମଲ ସ୍ଥିତ ଲିଲା ହୋଟେଲରେ ବୋମା ରଖାଯାଇଥିବା ନେଇ ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ସୂଚନା ଦେଇଥିଲେ। ଏହାପରେ […]

Leela Hotel

Madhupriya Mistry
  • Published: Tuesday, 13 September 2022
  • , Updated: 13 September 2022, 06:00 PM IST

ନୂଆଦିଲ୍ଲୀ: ହୋଟେଲ ଭିତରେ ଅଛି ବୋମା। ଏଭଳି କିଛି ଫୋନ୍‌ କଲ୍‌ ଆସିଛି ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଥିବା ଲିଲା ହୋଟେଲକୁ। ଏହାପରେ ଆତଙ୍କିତ ହୋଇପଡିଛନ୍ତି ଲୋକେ। ଆରମ୍ଭ ହୋଇଛି ଧରପଗଡ। ପୂରା ହୋଟେଲକୁ ଖାଲି କରାଯାଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମା କେଉଁଠି ଅଛି ସେ ନେଇ ଅନୁସନ୍ଧାନ ଚଲାଇଛି।

ଗୁରୁଗ୍ରାମର ଏମ୍ବିୟନ୍ସ ମଲ ସ୍ଥିତ ଲିଲା ହୋଟେଲରେ ବୋମା ରଖାଯାଇଥିବା ନେଇ ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ସୂଚନା ଦେଇଥିଲେ। ଏହାପରେ ହୋଟେଲ ଅଧିକାରୀ ପୁଲିସକୁ ଖବର ଦେଇଥିଲେ। ପୁଲସ ଓ ବୋମା ଡିସପୋଜାଲ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ଖୋଜିବା ପାଇଁ ଡଗ୍‌ ସ୍କ୍ୱାଡକୁ ମଧ୍ୟ ଡକାଯାଇଛି। କୁହାଯାଉଛି ଯେ ମଙ୍ଗଳବାର ଅପରାହ୍ନରେ ହୋଟେଲ ମ୍ୟାନେଜମେଣ୍ଟ ତରଫରୁ ବୋମା ରଖାଯାଇଥିବା ନେଇ ପୋଲିସକୁ ସୂଚନା ଦିଆଯାଇଥିଲା।

ସେପଟେ ଏହି ଖବର ପ୍ରସାରଣ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ହୋଟେଲ ବାହାରେ ଶହ ଶହ ଲୋକଙ୍କ ଭିଡ ଜମିଛି। ସ୍ଥାନୀୟ ପୁଲିସ ହୋଟେଲର ପ୍ରତିଟି ରୁମ୍‌କୁ ଯାଇ ସର୍ଚ୍ଚ କରୁଛି। ଏଥିସହ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଜାରି ରଖାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧ ହୋଟେଲରୁ କୌଣସି ବୋମା ଜବତ ହୋଇନାହିଁ। ସେପଟେ କିଏ ଓ କେଉଁ ଉଦ୍ଦେଶ୍ୟ ଏଭଳି ହୋଟେଲରେ ବୋମା ଥିବା ନେଇ ସୂଚନା ଦେଇଛନ୍ତି ତାହା ଜଣାପଡି ନାହିଁ।

Related story