ଛେପ ପକାଇ ଚୁଟି କାଟିଲେ ଜାଭେଦ ହବିବ୍‌, ହେୟାର ଷ୍ଟାଇଲିଷ୍ଟଙ୍କ ନାଁରେ ଅଭିଯୋଗ

ମୁମ୍ବାଇ: ଫସିଲେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ। ତାଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ସେ ମୁଣ୍ଡରେ ଛେପ ପକାଇ ଚୁଟି କାଟିଥିବା ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଜାଭେଦ ହବିବ ଚୁଟି କାଟିଲା ବେଳେ ପାଣି ବଦଳରେ ଛେପ ବ୍ୟବହାର କରିଛନ୍ତି। କେବଳ ଏତିକିରେ ସେ ଅଟକି ନାହାନ୍ତି, ସେ କହିଛନ୍ତି, ତାଙ୍କର ଏହି ଛେପରେ […]

javed habib

javed habib

Madhupriya Mistry
  • Published: Thursday, 06 January 2022
  • , Updated: 07 January 2022, 01:16 PM IST

ମୁମ୍ବାଇ: ଫସିଲେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ। ତାଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ସେ ମୁଣ୍ଡରେ ଛେପ ପକାଇ ଚୁଟି କାଟିଥିବା ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦାବି କରାଯାଇଛି ଯେ, ଜାଭେଦ ହବିବ ଚୁଟି କାଟିଲା ବେଳେ ପାଣି ବଦଳରେ ଛେପ ବ୍ୟବହାର କରିଛନ୍ତି। କେବଳ ଏତିକିରେ ସେ ଅଟକି ନାହାନ୍ତି, ସେ କହିଛନ୍ତି, ତାଙ୍କର ଏହି ଛେପରେ ଜୀବନ ଅଛି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ସେପଟେ କିନ୍ତୁ ଏହାକୁ ନେଇ ଜାଭେଦଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Viral Video: Javed Habib spat on the woman's hair in the seminar in front of everyone, demanded boycott- Newslead India

ପ୍ରକୃତରେ ଜାଭେଦ ହବିବଙ୍କ ଯେଉଁ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି ତାହା ମୁଜଫରନଗରର ବୋଲି କୁହାଯାଉଛି। ଚୁଟି କାଟିବା ବେଳେ ସେ କହୁଛନ୍ତି, 'ଶାମ୍ପୁ ପ୍ରୟୋଗ କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଯଦି ପାଣିର ଅଭାବ ଥାଏ, (ଏଭଳି କହିଁ ସେ ମହିଳାଙ୍କ ମୁଣ୍ଡ ଉପରେ ଛେପ ପକାଉଛନ୍ତି)। ଏହି ଛେପରେ ଜୀବନ ଅଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୋରଦାର ତାଳି ମାରୁଛନ୍ତି।

କିନ୍ତୁ ଭିଡିଓରେ ନଜର ଅସୁଥିବା ମହିଳା ଜଣକ ଟିକେ ଅସହଜ ଅନୁଭବ କରୁଛନ୍ତି। ଜାଭେଦ ହବିବ ଯେଉଁମହିଳାଙ୍କ ମୁଣ୍ଡ ଛେପ ପକାଇ ଚୁଟି କାଟିଛନ୍ତି ତାଙ୍କ ନାଁ ପୂଜା ଗୁପ୍ତା ବୋଲି ଜଣାପଡିଛି। ଏହି ଘଟଣାପରେ ପୂଜା ଜାଭେଦଙ୍କ ଏଭଳି ଚୁଟି କାଟିବାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ ଟ୍ୱିଟରରେ ଏକ ଭିଡିଓ ଶେଆର କରି ହବିବଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।

ସେ ଭିଡିଓରେ କହିଛନ୍ତି, 'ହବିବ୍‌ ସାର୍‌ଙ୍କ ଏକ ସେମିନାରରେ ମୁଁ ଯୋଗ ଦେଇଥିଲି। ସେଠାରେ ମୋତେ ଚୁଟି କାଟିବା ପାଇଁ ଡକାଯାଇଥିଲା। ଏହାପରେ ହବିବ ମୋ ସହ ଦୁର୍ବ୍ୟବହାର କରିଥିଲେ। ସେ କହିଥିଲେ ଯଦି ପାଣି ନଥାଏ ତେବେ ଛେପ ଲଗାଇ ମଧ୍ୟ ଚୁଟି କାଟିପାରିବା। କିନ୍ତୁ ମୁଁ ସେତେବେଳେ ଆଉ ଚୁଟି କାଟିନଥିଲି। ଜଣେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ହୋଇ ଏଭଳି ଦୁର୍ବ୍ୟବହାର ପ୍ରକୃତରେ ଅଶୋଭନୀୟ।'

https://twitter.com/RadharamnDas/status/1478969277730279426?s=20

Related story