‘ଦୟାଳୁ’ ଦୁଷ୍କର୍ମକାରୀର ଜେଲଦଣ୍ଡକୁ କୋହଳ କଲେ କୋର୍ଟ

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିକଟରେ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ଜେଲ ଅବଧିକୁ ହ୍ରାସ କରିଛନ୍ତି। ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ମଧ୍ୟ ତାଙ୍କୁ ହତ୍ୟା କରି ନଥିଲା। ଏଥିପାଇଁ କୋର୍ଟ ଦୋଷୀର ଦୟାଳୁ ଶୋଭାକୁ ବିଚାର କରି ତା’ର ଆଜୀବଦ ଜେଲଦଣ୍ଡକୁ ୨୦ ବର୍ଷରୁ ରୂପାନ୍ତରିତ କରିଛନ୍ତି। ଏହାର ଅର୍ଥ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପରେ ଦୋଷୀ ଜଣଙ୍କ ଜେଲରୁ ମୁକୁଳିବ। ଜଷ୍ଟିସ ସୁବୋଧ ଅଭୟଙ୍କର […]

MP

  • Published: Saturday, 22 October 2022
  • , Updated: 22 October 2022, 06:44 PM IST

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିକଟରେ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ଜେଲ ଅବଧିକୁ ହ୍ରାସ କରିଛନ୍ତି। ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ମଧ୍ୟ ତାଙ୍କୁ ହତ୍ୟା କରି ନଥିଲା। ଏଥିପାଇଁ କୋର୍ଟ ଦୋଷୀର ଦୟାଳୁ ଶୋଭାକୁ ବିଚାର କରି ତା’ର ଆଜୀବଦ ଜେଲଦଣ୍ଡକୁ ୨୦ ବର୍ଷରୁ ରୂପାନ୍ତରିତ କରିଛନ୍ତି। ଏହାର ଅର୍ଥ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପରେ ଦୋଷୀ ଜଣଙ୍କ ଜେଲରୁ ମୁକୁଳିବ।

ଜଷ୍ଟିସ ସୁବୋଧ ଅଭୟଙ୍କର ଓ ଜଷ୍ଟିସ ସତ୍ୟେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଆବେଦନକାରୀର ନୃଶଂସ ଓ ରାକ୍ଷସ କାମ ବିଚାରକୁ ନେଲେ ଜଣାପଡ଼ୁଛି ଯେ ମହିଳାଙ୍କ ସମ୍ମାନ ପ୍ରତି ତା’ର କୌଣସି ସମ୍ମାନ ନାହିଁ। ଏପରି କି ସେ ମାତ୍ର ୪ ବର୍ଷର ଶିଶୁକୁ ମଧ୍ୟ ଯୌନ ନିର୍ଯାତନା ଦେବାକୁ ପଛାଇ ନାହିଁ। ତେଣୁ ତା’ର ଦଣ୍ଡାଦେଶକୁ ହ୍ରାସ କରିବାର କୌଣସି ଆବଶ୍ୟକ ନାହିଁ ବୋଲି କୋର୍ଟ ହୃଦୟଙ୍ଗମ କରୁଛନ୍ତି।

ଟ୍ରାଏଲ କୋର୍ଟ ଦେଇଥିବା ରାୟ ଅନୁସାରେ ଆବେଦନକାରୀ ଜେଲଦଣ୍ଡ ଭୋଗୁଛି। ହେଲେ ଦୁଷ୍କର୍ମକାରୀ ଜଣକ ଘଟଣା ବେଳେ ଦୟାଳୁ ଶୋଭା ଦେଖାଇଥିଲା। ସେ ଶିଶୁକୁ ଯୌନ ନିର୍ଯାତନା ଦେଇଥିଲେ ମଧ୍ୟ ତାଙ୍କୁ ଜୀବନ୍ତ ଛାଡ଼ି ଦେଇଥିଲା। ତେଣୁ ଏହି ଦୟାଳୁ ଶୋଭା ପାଇଁ ତା’ର ଆଜୀବନ ଜେଲଦଣ୍ଡକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡକୁ ହ୍ରାସ କରାଯାଇ ପାରିବ ବୋଲି କୋର୍ଟ ଅନୁଭବ କରୁଛନ୍ତି।

ରାମସିଂହ ନାମକ ଜଣେ ବ୍ୟକ୍ତିକୁ ଇନ୍ଦୋରର ଆଡିସନାଲ ସେସନ୍ସ ଜଜ୍‌ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ତା’ର ଜେଲଦଣ୍ଡ ଅବଧିକୁ ୨୦ ବର୍ଷକୁ ହ୍ରାସ କରିଛନ୍ତି।

ଦୋଷୀ ଜଣକ ପୀଡ଼ିତା ରହୁଥିବା ମାଟି ଘର ପାଖରେ ଟେଣ୍ଟ କରି ରହୁଥିଲା।

ଘଟଣା ଦିନ ଶିଶୁଟି ତାଙ୍କ ଜେଜେ ମା’ ପଛେପଛେ ଯାଉଥିଲେ। ହେଲେ ଦୋଷୀ ଜଣକ ଟଙ୍କା ଦେବା ନାଁରେ ଶିଶୁଟିକୁ ନିଜ ଟେଣ୍ଟକୁ ଡାକିଥିଲା। ଏହାପରେ ସେ ତା’କୁ ଦୁଷ୍କର୍ମ କରିଥିଲା। ପିଲାଟିର କାନ୍ଦ ଶୁଣି ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଟେଣ୍ଟ ଭିତରକୁ ସେମାନେ ପଶିବା ସମୟରେ ଦୋଷୀ ଜଣକ ଉଲଗ୍ନ ଅବସ୍ଥାରେ ଥିବା ବେଳେ ଶିଶୁଟି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ। ଲୋକଙ୍କୁ ଦେଖି ସେ ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଶିଶୁଟିକୁ ଦୁଷ୍କର୍ମ କରିଥିବା ମେଡିକାଲ ଟେଷ୍ଟରୁ ସ୍ପଷ୍ଟ ହୋଇଥିଲା।

Related story