ମାଗଣାରେ ଟିକା ଦିଆଯାଉଛି, ସେଥିପାଇଁ ତେଲ ଦର ବଢ଼ୁଛି: ପେଟ୍ରୋଲିୟମ ମନ୍ତ୍ରୀ

ଗୌହାଟି: ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶ ତ୍ରାହି ତ୍ରାହି ଡାକୁଥିବା ବେଳେ ଏହି ପ୍ରସଙ୍ଗରେ ଅଜବ ଯୁକ୍ତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ତୈଳମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ, ମାଗଣାରେ କରୋନା ଭ୍ୟାକ୍ସିନ ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି। ସେ କହିଛନ୍ତି ଯେ, ଗୋଟିଏ ଲିଟର ପେଟ୍ରୋଲ ଅପେକ୍ଷା ଗୋଟିଏ ଲିଟର ହିମାଳୟ ଜଳର ଦାମ ଅଧିକ। ତେଣୁ  ପେଟ୍ରୋଲ ମହଙ୍ଗା ନୁହେଁ।  କେନ୍ଦ୍ର ଏବଂ ରାଜ୍ୟ ପେଟ୍ରୋଲ ଉପରେ ଟିକସ ଲଗାଇଛନ୍ତି। […]

petrol

Tapas Behera
  • Published: Monday, 11 October 2021
  • , Updated: 11 October 2021, 05:21 PM IST

ଗୌହାଟି: ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶ ତ୍ରାହି ତ୍ରାହି ଡାକୁଥିବା ବେଳେ ଏହି ପ୍ରସଙ୍ଗରେ ଅଜବ ଯୁକ୍ତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ତୈଳମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ, ମାଗଣାରେ କରୋନା ଭ୍ୟାକ୍ସିନ ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି।

ସେ କହିଛନ୍ତି ଯେ, ଗୋଟିଏ ଲିଟର ପେଟ୍ରୋଲ ଅପେକ୍ଷା ଗୋଟିଏ ଲିଟର ହିମାଳୟ ଜଳର ଦାମ ଅଧିକ। ତେଣୁ  ପେଟ୍ରୋଲ ମହଙ୍ଗା ନୁହେଁ।  କେନ୍ଦ୍ର ଏବଂ ରାଜ୍ୟ ପେଟ୍ରୋଲ ଉପରେ ଟିକସ ଲଗାଇଛନ୍ତି। ଆପଣ ମାଗଣାରେ କୋଭିଡ୍ -19 ଟିକା ପାଉଛନ୍ତି।  କୋଭିଡ -19 ଟିକା ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣ ଟିକା ପାଇଁ ମୂଲ୍ୟ ଦେଉ ନାହାନ୍ତି। ଏହି ଟିକସରୁ ଟିକା ମୂଲ୍ୟ ଭରଣା କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ଆହୁରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ସଂଗ୍ରହ ହୋଇଥିବା ଟିକସ କୋଭିଡ -19 ଟିକା କିଣିବା ପାଇଁ  ବ୍ୟବହାର ହୋଇଛି । ଆମ ସରକାର ଦେଶର ୧୩୦ କୋଟି ଲୋକଙ୍କୁ ମାଗଣାରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଟିକା ମୂଲ୍ୟ ପ୍ରାୟ ୧୨୦୦ ଟଙ୍କା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ ଟିକା ଦିଆଯାଉଛି  ବୋଲି ମନ୍ତ୍ରୀ  କହିଛନ୍ତି।

ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୪୦ ଟଙ୍କା। କେନ୍ଦ୍ର ଏବଂ ରାଜ୍ୟ ପେଟ୍ରୋଲ ଉପରେ ଟିକସ ଲଗାଇଛନ୍ତି। ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏ ସର୍ବନିମ୍ନ ଭାଟ୍ ଲାଗୁ କରିଛି।  ପେଟ୍ରୋଲ ଉପରେ ରାଜ୍ୟ ସରକାର ୨୮ ଟଙ୍କା ଭ୍ୟାଟ୍ ଲାଗୁ କରିଛନ୍ତି । ଆମ ମନ୍ତ୍ରଣାଳୟ ୩୦ ଟଙ୍କା ଟିକସ ଲାଗୁ କରିଛି ବୋଲି ସେ କହିଛନ୍ତି। ଆମ ମନ୍ତ୍ରଣାଳୟ ତୈଳ ଦର ନିର୍ଦ୍ଧାରଣ କରୁନାହିଁ।  ବାଣିଜ୍ୟ ବିଭାଗ ଏହାକୁ ସ୍ଥିର କରୁଛି ଏବଂ ଏହା ଅନ୍ତର୍ଜାତୀୟ ବଜାର ସହ ଜଡିତ ଅଛି ବୋଲି ରାମଶ୍ୱର କହିଛନ୍ତି।

ସୂଚନା ଅନୁଯାୟୀ, ଆଜି କ୍ରମାଗତ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସା ବୃଦ୍ଧି ପାଇଛି।

ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ଆଜି ସକାଳୁ ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି।

କୋଲକାତରେ ପେଟ୍ରୋଲ ଲିଟର ପିଛା ୧୦୫.୦୯ ଟଙ୍କା ଓ ଚେନ୍ନାଇରେ ଏହା ୧୦୧.୭୯ ଟଙ୍କା ରହିଛି। ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬.୨୮ ଟଙ୍କା ଓ ୯୭.୫୯ ଟଙ୍କା ଛୁଇଁଛି।

Related story