ମଲା ଛୁଆକୁ ବାଇକ୍ ଡିକିରେ ରଖି କଲେକ୍ଟରଙ୍କ ପାଖକୁ ଗଲେ ବାପା

ଭୋପାଲ: ବାଇକ୍ ଡିକିରେ ମଲା ଛୁଆକୁ ବୋହିଲେ ବାପା। ମୃତ ଶିଶୁକୁ ମିଳିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ନିଜର ମଲା ଛୁଆକୁ ବାଇକ୍ ଡିକିରେ ରଖି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ। ଆଉ ସହାୟତା ପାଇଁ ଗୁହାରି କଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ। ଅକ୍ଟୋବର ୧୭ ତାରିଖ ଦିନ ଦୀନେଶ ଭାରତୀ ନିଜ ପତ୍ନୀ ମୀନା ଭାରତୀଙ୍କ ଡେଲିଭରୀ କରାଇବା ପାଇଁ ସିଙ୍ଗରୋଲି ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ତେବେ […]

dead-child-in-bike-trunk

dead-child-in-bike-trunk

Madhupriya Mistry
  • Published: Wednesday, 19 October 2022
  • Updated: 19 October 2022, 04:15 PM IST

Sports

Latest News

ଭୋପାଲ: ବାଇକ୍ ଡିକିରେ ମଲା ଛୁଆକୁ ବୋହିଲେ ବାପା। ମୃତ ଶିଶୁକୁ ମିଳିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ନିଜର ମଲା ଛୁଆକୁ ବାଇକ୍ ଡିକିରେ ରଖି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ। ଆଉ ସହାୟତା ପାଇଁ ଗୁହାରି କଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ।

ଅକ୍ଟୋବର ୧୭ ତାରିଖ ଦିନ ଦୀନେଶ ଭାରତୀ ନିଜ ପତ୍ନୀ ମୀନା ଭାରତୀଙ୍କ ଡେଲିଭରୀ କରାଇବା ପାଇଁ ସିଙ୍ଗରୋଲି ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ। ତେବେ ଏଠାକାର ଡାକ୍ତର ସରିତା ଶାହା ମହିଳାଙ୍କ ପ୍ରସବ କରାଇବା ବଦଳରେ ଏକ ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଏଥିସହ ତାଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ନେଇଥିଲେ।

ମୀନା ଭରତୀ କ୍ଲିନିକ୍ ଯିବା ପରେ ସେଠାକାର ଚିକିତ୍ସିକମାନେ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ଗର୍ଭବତୀ ମହିଳାଙ୍କୁ ପୁଣି ଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଦେଇଥିଲେ। ସେଠାରେ ପ୍ରସବ ପରେ ମୀନା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ମୃତ ଶିଶୁକୁ ଦେଖି ବାପା-ମା’ଙ୍କ ହୋସ୍ ଉଡିଯାଇଥିଲା।

ଶିଶୁଟିର ମୃତ୍ୟୁ ପରେ ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ହସ୍ପିଟାଲକୁ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ଏହା ପରେ ବାପା ଦୀନେଶ ମୃତ ଶିଶୁଟିକୁ ଏକ କାଗଜ ଲଫାପାରେ ଗୁଡାଇ ବାଇକ୍ ଡିକିରେ ରଖି କଲେକ୍ଟରେଙ୍କ ପାଖରେ ପହଞ୍ଚିଥିଲେ।

ଜିଲ୍ଲାପାଳଙ୍କ ନିକଟରେ ଦୀନେଶ ପୂରା ଘଟଣା ବଖାଣିଥିଲେ। ଆଉ ତାଙ୍କୁ ସହାୟତା କରିବା ପାଇଁ ଗୁହାରି କରିଥିଲେ। ଏହାପରେ ତୁରନ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଏଡିଏମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story