କେମିତି ବିଜେପିର ୩ ମନୋନୀତ ସଦସ୍ୟ କଂଗ୍ରେସ ସରକାର ଭାଙ୍ଗିଲେ

ନୂଆଦିଲ୍ଲୀ: ଆସ୍ଥା ପ୍ରସ୍ତାବ ଆଗତ ବେଳେ କ’ଣ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ? ଏହି ପ୍ରଶ୍ନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ଆସ୍ଥା ଭୋଟ ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ଚାଲିଥିଲା। ବିଧାନସଭାରେ ନାରାୟଣସାମୀ ବିଜେପିର ୩ ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ବାଚସ୍ପତି ଭୋଟିଂ ପାଇଁ ଅନୁମତି ଦେବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ୧୧:୧୪ରେ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ।   କେମିତି ପୁଡ଼ୁଚେରୀର ଏହି ବିବାଦ ସୁପ୍ରିମକୋର୍ଟରେ ସମାଧାନ ହୋଇଥିଲା ଆସନ୍ତୁ […]

bjp

bjp

Hemant Lenka
  • Published: Monday, 22 February 2021
  • Updated: 22 February 2021, 03:44 PM IST

ନୂଆଦିଲ୍ଲୀ: ଆସ୍ଥା ପ୍ରସ୍ତାବ ଆଗତ ବେଳେ କ’ଣ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ? ଏହି ପ୍ରଶ୍ନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ଆସ୍ଥା ଭୋଟ ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ ଚାଲିଥିଲା। ବିଧାନସଭାରେ ନାରାୟଣସାମୀ ବିଜେପିର ୩ ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ବାଚସ୍ପତି ଭୋଟିଂ ପାଇଁ ଅନୁମତି ଦେବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ୧୧:୧୪ରେ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ

କେମିତି ପୁଡ଼ୁଚେରୀର ଏହି ବିବାଦ ସୁପ୍ରିମକୋର୍ଟରେ ସମାଧାନ ହୋଇଥିଲା ଆସନ୍ତୁ ଜାଣିବା

ଭାରତ ଓ ଫ୍ରାନ୍ସ ମଧ୍ୟରେ ବିଧିବଦ୍ଧ ଚୁକ୍ତି ହେବା ପରେ ପୁଡୁଚେରୀ, କରାଇକଲ, ମେହ ଓ ୟାନମ ୧୯୬୨ରେ ଇଣ୍ତିଆନ ୟୁନିୟନରେ ସାମିଲ ହୋଇଥିଲେ। ଜବାହରଲାଲ ନେହରୁ ସରକାର ସଂସଦରେ ସାମ୍ବିଧାନିକ ସଂଶୋଧିତ ବିଲ୍‌ ସଂସଦରେ ଆଗତ କରିଥିଲେ। ଏହି ବିଲ ଜରିଆରେ ସମ୍ବିଧାନରେ ୨୩୯ଏକୁ ସାମିଲ କରାଯାଇଥିଲା।

୧୯୬୩ରେ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ପୁଡୁଚେରୀ ବିଧାନସଭାରେ ୩୦ ଜଣ ନିର୍ବାଚିତ ସଦସ୍ୟ ରହିବେ ୩ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଗୃହକୁ ଯିବେ। କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ଦଳର ୩ ସଦସ୍ୟଙ୍କୁ ପୁଡୁଚେରୀ ବିଧାନସଭାକୁ ମନୋନୀତ କରିଥିଲା।

୨୦୧୮ରେ ଏହାକୁ ମାଡ୍ରାସ ହାଇକୋର୍ଟରେ ପୁଡୁଚେରୀ ସରକାର ଚ୍ୟାଲେଞ୍ଜ କରିଥିଲେ। ମାଡ୍ରାସ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୦୧୮ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଦୁଇଟି କଥା କହି ଏହାର ବିଚାର କରିଥିଲେ।

ସୁପ୍ରିମକୋର୍ଟ କହିଥିଲେ ଯେ ୧୯୬୩ର ଆଇନ ଅନୁଯାୟୀ, ସଦସ୍ୟ ମନୋନୀତି କରିବା ବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କୌଣସି ପ୍ରକାରର ପରାମର୍ଶ ନେଇପାରିବେ ନାହିଁ। ସେହିପରି ଆଇନ ଅନୁଯାୟୀ, ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ମଧ୍ୟରେ କୌଣସି ଅସମାନତା ରହିବ ନାହିଁ। ଏହାର ଅର୍ଥ ନିର୍ବାଚିତ ବିଧାୟକଙ୍କ ଭଳି ମନୋନୀତ ସଦସ୍ୟମାନେ ମଧ୍ୟ ସବୁ ଅଧିକାର ଉପଭୋଗ କରିପାରିବେ ଓ ଫ୍ଲୋର ଟେଷ୍ଟ ବେଳେ ଭୋଟ ମଧ୍ୟ ଦେଇପାରିବେ।

ଏହି ରୁଲିଂକୁ ଆଧାର କରି ପୁଡୁଚେରୀ ବାଚସ୍ପତି ବିଜେପିର ୩ ମନୋନୀତ ସଦସ୍ୟଙ୍କୁ ଭୋଟ ଦେବାକୁ ଅନୁମତି ଦେଇଥିଲେ। ପୁଡୁଚେରୀ ବିଧାନସଭାରୁ ୬ ଜଣ ବିଧାୟକ ଇସ୍ତଫା ଦେବା ପରେ ଆସନ ସଂଖ୍ୟା ୨୬କୁ ଖସି ଆସିଥିଲା। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪ ରହିଥିଲା। କଂଗ୍ରେସ, ଡିଏମକେ ଓ ବାଚସ୍ପତିଙ୍କୁ ମିଶାଇ ନାରାୟଣସାମୀଙ୍କ ପାଖରେ ୧୨ ଜଣ ସଦସ୍ୟ ରହିଥିଲେ। ବାଚସ୍ପତି କେବଳ ଟାଏ ବେଳେ ଭୋଟ ଦେଇପାରିବେ। ଏଭଳି ସ୍ଥିତିରେ କଂଗ୍ରେସ ପାଖରେ ମାତ୍ର ୧୧ ଜଣ ସଦସ୍ୟ ରହିଥିଲେ।

ଅନ୍ୟପକ୍ଷରେ ବିରୋଧୀଙ୍କ ପାଖରେ ଅଲ ଇଣ୍ଡିଆ ଏନଆର କଂଗ୍ରେସର ୭ ଓ ଏଆଇଏଡିଏମକେର ୪ ଜଣ ସଦସ୍ୟ ରହିଥିଲେ। ତେଣୁ ବିରୋଧୀଙ୍କ ପାଖରେ ମଧ୍ୟ ୧୧ ଜଣ ସଦସ୍ୟ ରହିଥିଲେ। ଆସ୍ଥା ଭୋଟ ବେଳେ ସ୍ଥିତି ଟାଏ ହୋଇଥିଲେ ବାଚସ୍ପତି ନାରାୟଣସାମୀଙ୍କ ସପକ୍ଷରେ ଭୋଟ ଦେଇ ସରକାର ବଞ୍ଚାଇ ଦେଇଥାଆନ୍ତେ। କିନ୍ତୁ ବିଜେପିର ୩ ମନୋନୀତ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଥିବାରୁ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story