୧୪ ଟିମ, ୯ ବୁଲଡୋଜର ଓ ୧୫ ଶହ ପୁଲିସ୍‌: କେମିତି ଥିଲା ଦିଲ୍ଲୀର ଉଚ୍ଛେଦ ଘଟଣା

ନୂଆଦିଲ୍ଲୀ: ସାଂପ୍ରଦାୟିକ ହିଂସା ଯୋଗୁ ଚର୍ଚ୍ଚାରେ ଥିବା ଦିଲ୍ଲୀର ଜାହାଙ୍ଗିପୁରୀ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଅନେକ ଘର ଓ ଦୋକାନ ଉପରେ ଚାଲିଛି ବୁଲଡୋଜର। ତେବେ ଉଚ୍ଛେଦ ଚାଲିଥିବା ବେଳେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି ଓ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ୧-ବୁଧବାର ପ୍ରାୟ ସକାଳ ୯.୩୦ରୁ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ଏହା ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ ଜାହାଙ୍ଗିରପୁରୀରେ ଥିବା […]

Delhi

Hemant Lenka
  • Published: Wednesday, 20 April 2022
  • , Updated: 20 April 2022, 08:20 PM IST

ନୂଆଦିଲ୍ଲୀ: ସାଂପ୍ରଦାୟିକ ହିଂସା ଯୋଗୁ ଚର୍ଚ୍ଚାରେ ଥିବା ଦିଲ୍ଲୀର ଜାହାଙ୍ଗିପୁରୀ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଅନେକ ଘର ଓ ଦୋକାନ ଉପରେ ଚାଲିଛି ବୁଲଡୋଜର। ତେବେ ଉଚ୍ଛେଦ ଚାଲିଥିବା ବେଳେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି ଓ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

୧-ବୁଧବାର ପ୍ରାୟ ସକାଳ ୯.୩୦ରୁ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ଏହା ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ ଜାହାଙ୍ଗିରପୁରୀରେ ଥିବା ଏକାଧିକ ଦୋକାନ, ଘର, ହ୍ୟାଣ୍ଡକାର୍ଟ ଓ ମସଜିଦର ଆଉଟର ଗେଟକୁ ଭଙ୍ଗା ଯାଇଛି। ଏହି ମସିଜିଦ ହିଁ ଶନିବାର ସାଂପ୍ରଦାୟିକ ଦଙ୍ଗାର ମୂଳ ସ୍ଥାନ ଥିଲା।

୨-ଉଚ୍ଛେଦ କାମରେ ନଗର ନିଗମର ୧୪ଟି ଟିମ୍‌ ଓ ୯ଟି ବୁଲଡୋଜର ବ୍ୟବହାର କରାଯାଇଥିଲା।

୩-ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନଗର ନିଗମ ୪୦୦ ପୁଲିସ୍ କର୍ମଚାରୀଙ୍କୁ ମଗାଇ ଥିଲା। ହେଲେ ସ୍ଥିତିକୁ ଦେଖି ୧୫ଶହରୁ ଅଧିକ ପୁଲିସ୍ ଓ ଅର୍ଦ୍ଧ ସାମରିକ ବାହିନୀର ଯବାନ ଘଟଣା ସ୍ଥଳରେ ମୁତୟନ ହୋଇଥିଲେ।

୪-ଉଚ୍ଛେଦ ପୂର୍ବରୁ କାହାକୁ କୌଣସି ପ୍ରକାରର ସୂଚନା କିମ୍ବା ନୋଟିସ ଦିଆଯାଇ ନଥିଲା। ଉତ୍ତର ଦିଲ୍ଲୀର ମେୟର କହିଛନ୍ତି ଯେ ଜବର ଦଖଲ ଉଚ୍ଛେଦ ଏକ ନିୟମିତ ପ୍ରକ୍ରିୟା ହୋଇଥିବାରୁ କାହାକୁ ନୋଟିସ ଦେବାର ଆବଶ୍ୟକ ନଥିଲା।

୫- ମେୟର କେବଳ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ଗୋଟିଏ ଚିଠି ଲେଖିଥିଲେ। ଏହାପରେ ତୁରନ୍ତ ଦିଲ୍ଲୀ ପୁଲିସ୍‌ର କର୍ମଚାରୀ ଓ ଅର୍ଦ୍ଧ ସାମରିକ ବାହିନୀର ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।

୬- ହନୁମାନ ଜୟନ୍ତୀ ହିଂସାକାଣ୍ଡ ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ଏପରି ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି।

୭- ଜବର ଦଖଲ ଉଚ୍ଛେଦ ପାଇଁ ମେୟରଙ୍କୁ ପ୍ରଥମେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଚିଠି ଲେଖିଥିଲେ। ସେ ଚିଠିରେ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣ ଗୁଡ଼ିକ ଚିହ୍ନଟ କରି ଏହାକୁ ଭାଙ୍ଗିବାକୁ ମେୟରଙ୍କୁ କହିଥିଲେ।

୮-ମେୟର ଏହାକୁ ନିୟମିତ କାର୍ଯ୍ୟକ୍ରମ କହୁଥିବା ବେଳେ ଦିଲ୍ଲୀ ବିଜେପି ମୁଖ୍ୟଙ୍କ ଚିଠିରେ ପରେ ହିଁ ପ୍ରଶାସନ ପଦକ୍ଷେପ ନେଇଥିଲା। ତେଣୁ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା ଆଶଙ୍କା କରାଯାଉଛି।

୯-ବିରୋଧୀ ଦଳ ଗୁଡ଼ିକ ବିଜେପି ଓ ବିଜେପି ନେତୃତ୍ୱାଧୀନ ପୌରପାଳିକାକୁ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ତୀବ୍ର ସମାଲୋଚନା କରିଛନ୍ତି।

Related story