ମୋଦି କେମିତି ନିଅନ୍ତି ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ନିଅନ୍ତି ନିଷ୍ପତ୍ତି। ଏ ବିଷୟରେ ରହସ୍ୟ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଶନିବାର ନୂଆଦିଲ୍ଲୀରେ ଏଜେଣ୍ଡା ଆଜତକ୍‌ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କିପରି ନିଷ୍ପତ୍ତି ନିଅନ୍ତି ତାହା ପ୍ରକାଶ କରିଛନ୍ତି। ସେ କହିଛନ୍ତି  ଯେ, ଆମେ ମିଳତ ଭାବେ ଚିନ୍ତନ କରୁ।  ଯଦି ମୋଦିଙ୍କ ପାଖରେ କିଛି ଆଇଡିଆ ଥାଏ ତେବେ ସେ ଆଲୋଚନା କରନ୍ତି। ଏହା ପରେ ସେ ବିଷୟରେ ସଂସଦୀୟ ବୋର୍ଡ […]

Modi

Tapas Behera
  • Published: Saturday, 04 December 2021
  • , Updated: 04 December 2021, 10:39 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ନିଅନ୍ତି ନିଷ୍ପତ୍ତି। ଏ ବିଷୟରେ ରହସ୍ୟ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଶନିବାର ନୂଆଦିଲ୍ଲୀରେ ଏଜେଣ୍ଡା ଆଜତକ୍‌ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କିପରି ନିଷ୍ପତ୍ତି ନିଅନ୍ତି ତାହା ପ୍ରକାଶ କରିଛନ୍ତି। ସେ କହିଛନ୍ତି  ଯେ, ଆମେ ମିଳତ ଭାବେ ଚିନ୍ତନ କରୁ।  ଯଦି ମୋଦିଙ୍କ ପାଖରେ କିଛି ଆଇଡିଆ ଥାଏ ତେବେ ସେ ଆଲୋଚନା କରନ୍ତି।

ଏହା ପରେ ସେ ବିଷୟରେ ସଂସଦୀୟ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କରାଯାଏ । ପରେ ଏହା ଆଗକୁ ବଢ଼େ। ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତିରେ ମୋଦି ମୋହର ମାରନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏକାକି ସମସ୍ତ ନିଷ୍ପତ୍ତି ନିଅନ୍ତି କି ପ୍ରଶ୍ନର ଉତ୍ତର ଦେଇ  ଜେପି ନଡ୍ଡା  ଏହା କହିଛନ୍ତି। ସେ କହିଛନ୍ତି, “ମୋଦି  ହେଉଛନ୍ତି ନେତା, ତାଙ୍କର ଚିନ୍ତାଧାରା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେ ସମସ୍ତଙ୍କୁ ସାଙ୍ଗରେ ନେଇଥାନ୍ତି।  ଏହା ହେଉଛି ମୋଦିଙ୍କର ବିଶେଷତ୍ୱ ବୋଲି ସେ କହିଛନ୍ତି।  ଯାହା ଅନ୍ୟ ଦଳଠାରୁ ଭିନ୍ନ ବୋଲି ସେ କହିଛନ୍ତି।

କିଛି ଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୋଦିଙ୍କ ପକ୍ଷ ନେଇ କହିଥିଲେ ଯେ, ମୁଁ ତାଙ୍କ ସହ ଦୀର୍ଘ ଦିନ ଧରି ମିଶି ଆସିଛି।  କିନ୍ତୁ ମୋଦିଙ୍କ ଭଳି ଶ୍ରୋତା ଦେଖି ନାହିଁ । ଆମ ବିରୋଧରେ ଯେଉଁ ସବୁ ଅଭଯୋଗ ଆସୁଛି ତାହା ଭିତ୍ତିହୀନ। ମୁଁ ମୋଦିଙ୍କ ଭଳି ଜଣେ ଶ୍ରୋତା ଦେଖି ନାହିଁ।   ଯଦି କୌଣସି ବିଷୟରେ ଆଲୋଚନା ହୁଏ ତେବେ ମୋଦି କୁହନ୍ତି କମ ଏବଂ ଶୁଣନ୍ତି ଅଧିକ ଏବଂ ଅତି ଧର୍ଯ୍ୟର ସହ ଶୁଣିବା ପରେ ସେ ନିଷ୍ପତ୍ତି ନିଅନ୍ତି ବୋଲି ଅମିତ ଶାହ କହିଛନ୍ତି।  ମୋଦି ସମସ୍ତଙ୍କ ପରାମର୍ଶକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନିଷ୍ପତ୍ତି ଲଦି ଦେବା ନେଇ ଯେଉଁ ଅଭିଯୋଗ ଆସିଛି ତାହା ସତ୍ୟ ନୁହେଁ। ଯିଏ ତାଙ୍କ ସହ କାମ କରିଛି ଏବଂ  ସମାଲୋଚକମାନେ ମଧ୍ୟ ଏଥିରେ ସହମତ ହେବେ ବୋଲି କହିଥିଲେ।

Related story